ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି। ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼… Continue reading ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶ୍ୱିନ କୁମାର ରାଉତ ଙ୍କୁ ଆଜି ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଟି ଶିକ୍ଷାଧିକାରୀ ଲିନା ଦାସ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ଗଜିନ୍ଦ୍ର ନାଏକ, ଉଦେସୃଙ୍ଗ ସରପଞ୍ଚ ନାରାୟଣ ଆଘ୍ରିଆ,ସ୍କୁଲ ପରିଚାଳନା ସଭାପତି… Continue reading ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ତଥା ପ୍ରଥମ ବାରିଷ୍ଠର, ପ୍ରଥମ ସ୍ନାତକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀ,… Continue reading ଉତ୍କଳଗୌରବ ମଧୁସୂଦନ ଦାସଙ୍କ 178 ତମ ଜୟନ୍ତୀ ଅନୁଷ୍ଠିତ

ଗାଁ, ଗାଁ ଗଳିକନ୍ଦିରେ ଭାସୁଛି ଦେଶୀ-ବିଦେଶୀ ମଦ ସୁଅ

କୁମ୍ଭ କର୍ଣ୍ଣ ନିଦ୍ରାରେ ପୋଲିସ ଓ ଅବକାରୀ ବିଭାଗ କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ ଚୋରା ବେପାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଜାଗାରେ ଚୋରା ବେପାରୀଙ୍କୁ ପୋଲିସ ଓ ଅବକାରୀ ବିଭାଗ ଧରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ତଦନ୍ତ ସାପେକ୍ଷ । କିଛି ମାତ୍ରାରେ କୁଚିଆ ଓ ଚୋରା ମଦ ବେପାରୀକୁ ଧରି ମଦ ଜବତ କରିବା ଓ କିଛି ଦିନରେ ଛାଡ଼ି ଦେବା ଏକ ପୋଲିସ… Continue reading ଗାଁ, ଗାଁ ଗଳିକନ୍ଦିରେ ଭାସୁଛି ଦେଶୀ-ବିଦେଶୀ ମଦ ସୁଅ

ବେତନଟୀ ମୟୁର ସାହିତ୍ୟ ସଂସଦର ୩୦ ତମ ବାର୍ଷିକ ଉତ୍ସବ

ବେତନଟୀ: ଉତ୍ତର ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂର ସାହିତ୍ୟ ସଂସଦ, ବେତନଟୀର ତିରିଶତମ ବାର୍ଷିକ ସାରସ୍ୱତ ସମାରହ ସ୍ଥାନୀୟ ଏମ୍. ପି. ସି. ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ରବିବାର ଅନଷ୍ଠିତ ହୋଇଅଛି। ଦୁଇଟି ପର୍ୟ୍ୟାୟରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ସିଂ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ପ୍ରଥମ ପର୍ୟ୍ୟାୟ କବିତା ପାଠ ଉତ୍ସବରେ ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ଜୀ ସଭାପତିତ୍ବ କରିଥିବା ବେଳେ ବାଣୀ… Continue reading ବେତନଟୀ ମୟୁର ସାହିତ୍ୟ ସଂସଦର ୩୦ ତମ ବାର୍ଷିକ ଉତ୍ସବ

ପହଲଗାମ ର ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଜମ୍ମୁକାଶ୍ମୀର ର ପହଲଗାମ ଠାରେ ୨୨/୦୪/୨୦୨୫ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ମାନଙ୍କ ବର୍ବର କାଣ୍ଡ ରେ ମୃତ୍ୟୁ ବରଣ କରିଥିବାର ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସତଗତି ପାଇଁ ଗୋଲାମୁଣ୍ଡା ହିନ୍ଦୁ ସଂଗଠନ ତରଫରୁ କେଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ବରିଷ୍ଠ ଭାଜପା ନେତା ପ୍ରସନ୍ନ ରାଉତ, ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା… Continue reading ପହଲଗାମ ର ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ l ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ… Continue reading ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ 38ତମ ସ୍ମୃତି ଚାରଣ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ମହିମା ଧର୍ମାବଲମ୍ବୀ, ନିତିନିଷ୍ଟ ବ୍ୟକ୍ତିତ୍ୱ ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ ଅଠତିରିଶ ତମ ତିରୋଧାନ ଦିବସ ମହିମାଧର୍ମ, ନୀତି ଅନୁଯାୟୀ ଘୃତବତୀ ପ୍ରଜ୍ବଳନ, ଭଜନ କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ଅଲେଖ ମହିମା ଡାକରେ କମ୍ପି ଉଠିଥିଲା l ଉକ୍ତ କାର୍ଯ୍ୟକ୍ରମରେ ସାଧୁ ଭିକ୍ଷା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭକ୍ତବାବା ଙ୍କ ସହିତ ସାଧୁ ହରମୋହନ ଦାସ, ସାଧୁ ରାମ ଦାସ, ସାଧୁ… Continue reading ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ 38ତମ ସ୍ମୃତି ଚାରଣ ଦିବସ ଅନୁଷ୍ଠିତ

ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

କୋକସରା:(ଚକ୍ରଧର ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତିଟି ବ୍ଳକ ଏବଂ ଜିଲ୍ଲା ମାନଙ୍କରେ ଜାତୀୟ ପଞ୍ଚାୟତ ରାଜ ଦିବସ ୨୪ ଅପ୍ରେଲ ଗୁରୁବାର ସରକାରୀ ସ୍ତରରେ ପାଳିତ ହୋଇ ଯାଇଛି । ଠିକ ସେହିପରି କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରେ ଏହି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ କାଉଡୋଲା ପଞ୍ଚାୟତ ସରପଞ୍ଚ ଦେବି ସିଂ ତାଣ୍ଡି ଙ୍କୁ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ ପାଣ୍ଠି କୁ… Continue reading ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

ଭୁବନେଶ୍ୱର: ମହାରାଷ୍ଟ୍ର ର ପୁନେ ସ୍ଥିତ ଯାପୁର୍ଜା meuseum ଅଫ ଆର୍ଟ ଆଣ୍ଡ କଲ୍ଚର ଠାରେ, ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ର ନୃତ୍ୟାଙ୍ଗନା ମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ନୃତ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ ର ମଙ୍ଗଳାଚରଣ ରୁ ପରେ ପରେ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା , ଶେଷରେ ସମ୍ବଲପୁରୀ ନୃତ୍ୟ ରେ ରସରକେଲି, ଡାଲଖାଇ, ମହନି ଲଗିଛେ, ସମଲପୁରିଆ… Continue reading ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

You cannot copy content of this page