ଭୁବନେଶ୍ୱର: ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ l ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ନିଜ ଶ୍ରଦ୍ଧାଞ୍ଜଳିରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ରତିକାନ୍ତ ମହାନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ସେ ତାଙ୍କର ହାତ ଧରି ରାଜନୀତିରେ କିପରି ଉପରକୁ ଉଠିବାକୁ ହେବ ସେ ନେଇ ତାଙ୍କର ମାର୍ଗ ଦର୍ଶନ କରିଥିଲେ ବୋଲି କହିବା ସହିତ ତାଙ୍କର ରିପୋର୍ଟିଂ ଶୈଳୀ ସବୁଠାରୁ ନିଆରା ଓ ଭିନ୍ନ ଥିଲା ବୋଲି କହିଥିଲେ । ଜଣେ ସଚ୍ଚୋଟ, ନିର୍ଭିକ ଓ ସମର୍ପିତ ସାମ୍ବାଦିକ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ପ୍ରଦର୍ଶିତ ମାର୍ଗରେ ଆମେ ଯଦି ଚାଲିପାରିବା ତେବେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ବୋଲି ଶ୍ରୀମତୀ ପାଢୀ କହିଥିଲେ । ଏଥି ସହିତ ରତି ଭାଇଙ୍କ ସ୍ମୃତିକୁ ସବୁଦିନ ସାଇତା ପାଇଁ ରତି ଭାଇ ସ୍ମୃତି କମିଟି ଯାହା ପରାମର୍ଶ ଦେବ ବିଧାନସଭା ତାହ ସହୃଦୟତାର ସହିତ ବିଚାର କରିବ ବୋଲି ସେ କହିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ ରତିକାନ୍ତ ବାବୁ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ନିରହଙ୍କାରୀ ଓ ସଚ୍ଚୋଟ ସମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ ବୋଲି କହିଥିଲେ । ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ରତିକାନ୍ତଙ୍କର ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନିକ ମହଲରେ ବେଶ୍ ପ୍ରଭାବ ରହିଥିଲା । କେବଳ ସେତିକି ନୁହେଁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ କେବେ ନିଜ ପାଇଁ କାହାକୁ କିଛି ମାଗିନଥିଲେ ବୋଲି ଶ୍ରୀ ଘଡ଼ାଇ କହିବା ସହିତ ଏଥିରେ ତାଙ୍କର ମହନୀୟତା ପ୍ରତିପାଦିତ ହୋଇଥିଲା ବୋଲି ସେ କହିଥିଲେ ।
ଶ୍ରୀ ମହାନ୍ତି ୪ଦଶନ୍ଧି ଧରି ସାମ୍ବାଦିକତା କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତାରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ । ରତିକାନ୍ତ ସହିତ ତାଙ୍କର ବେଶ୍ ଘନିଷ୍ଠତା ଥିଲା । ସେ ଚାହିଁଥିଲେ ନିଜ ପାଇଁ କିଛି ମାଗିପାରିଥାନ୍ତେ । ହେଲେ ସେ କେବେ କିଛି କେବେ ମାଗିନଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।
ରତିକାନ୍ତ ସ୍ମୃତି କମିଟି ଅଧ୍ୟକ୍ଷ ରବିଦାସ ଓ ସ୍ମରଣିକା କମିଟି ସମ୍ପାଦକ ପ୍ରଭୂକଲ୍ୟାଣ ମହାପାତ୍ରଙ୍କ ଦ୍ୱାରା ସଂଚାଳିତ ଏହି ସ୍ମୃତିସଭାରେ ପୂର୍ତମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଂଜୟ ଦାସ ବର୍ମା, ବିଜୟ ନାୟକ, ଅନନ୍ତ ଜେନା, ସୁଦର୍ଶନ ଦାସ, ବିଜେପି ନେତା ଗୋଲକ ମହାପାତ୍ର, ସିପିଆଇ (ଏମ୍) ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ପ୍ରଦ୍ୟୁମ୍ନ ଶତପଥୀ, ବଟକୃଷ୍ଣ ତ୍ରୀପାଠୀ, ରାଜେଶ ମହାପାତ୍ର, ପ୍ରସନ୍ନ ମହାନ୍ତି, ସନ୍ଦୀପ ସାହୁ ସୁଭାଶିଷ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ସନ୍ଦୀପ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରସନ୍ନ ପତି,ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋରଂଜନ ମିଶ୍ର, ଅଶୋକ ସାହୁ, ଦିଲ୍ଲୀପ ସୁବୁଦ୍ଧି, ଅରବିନ୍ଦ ମିଶ୍ର, ବିଭୂତି କର, ପବିତ୍ର ମହାରଥା, ସୀମାଚଂଳ ପଟ୍ଟନାୟକ, ବିବେକ ଜେନା, ରମେଶ ସ୍ୱାଇଁ, ସଂଜୟ ଜେନା, ଅକ୍ଷୟ କୁମାର ସାହୁ, ବିରୁପାକ୍ଷ ତ୍ରୀପାଠୀ, ଯଯାତି ମହାନ୍ତି, ଗିରିଜା ଶଙ୍କର ଦାଶ, ଦିଲ୍ଲୀପ ବିଶୋଇ, ଅରବିନ୍ଦ ତ୍ରିପାଠୀ, ପ୍ରଦୀପ ରାଉତ, ପବିତ୍ର ସେନାପତି, ପାର୍ଥସାରଥୀ ଜେନା, ଦେବୁଦତ ପାତ୍ର,ଦେବ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ମହାପାତ୍ର , ଅପୂର୍ବ ମହାନ୍ତି, ସାରଦା ଦେବତା, ଅବିନାଶ ମିଶ୍ର, ପ୍ରିୟରଂଜନ ସାହୁ, ସଂଜୟ ଦାସ, ଭାଗବତ ତ୍ରୀପାଠୀ, ସୁରେଶ କର, ଦୀପକ କୁମାର କର, ଅରବିନ୍ଦ କୁୃଅଁର, ସୁକାନ୍ତ ମହାନ୍ତି, ରିଆଜ ମହମ୍ମଦ, ଲୋପାମୂଦ୍ରା ଜେନା, ମାଧବାନନ୍ଦ ବେହୁରା, ନଳିନୀ ସାହୁ, ସୂର୍ଯ୍ୟକାନ୍ତି ନାୟକ, ଇଂଜିନିୟର ଲଳିତ ପଟ୍ଟନାୟକ ପ୍ରମୂଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନେକ ମତ ବ୍ୟକ୍ତ କରିଥିଲେ। ରତି ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିକା ଭାବେ ଉପସ୍ଥିତ ରହିଥିଲେ ବାଚସ୍ପତି ସୁରମା ପାଢ଼ୀ। ତାଙ୍କ କର କମଳରେ ଏହି ସ୍ମରଣୀକାକୁ ଉନ୍ମୋଚିତ କରାଯାଇଥିଲା। ଏହି ଅବସରରେ ରତିକାନ୍ତ ମହାନ୍ତିଙ୍କ ଝିଅ ପୂଜା ମହାନ୍ତି ଓ ବନ୍ଦନା ମହାନ୍ତିଙ୍କ ସମେତ ତାଙ୍କ ପରିବାରର ଅନେକ ବ୍ୟକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ I
ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ
ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍ଆଇଆର)
ବଲାଙ୍ଗିର, ତା.୨୭.୦୬.୨୬ - ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା
ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ
ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ
ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ
ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ
ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”
ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ
ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି ।
ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ
ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ
ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ
ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ
ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)
ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା'ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି
ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ
ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
ଏଲପୀ ଜି ଗ୍ୟାସ ନେଉଥିବା ବୋଝଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବାଉଣ୍ଡରିରେ ପିଟିଲା, ଅଳ୍ପେକ ବର୍ତିଲେ ଡ୍ରାଇଭର ଓ ହେଲ୍ପର,
ଧର୍ମଗଡ/୨୫/୬କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝଇ ଟ୍ୟାଙ୍କର ରାସ୍ତା କଡ଼ରେ ଥିବା ବାଉଣ୍ଡେରୀ ରେ ପିଟି ହୋଇଯାଇଛି l ବିଳମ୍ବିତ ରାତିରେ ଏଲପିଜି ଗ୍ୟାସ ବୋଝଇ ଟ୍ରାଙ୍କର CGO7/CX7264 ଧର୍ମଗଡ଼
ମା’ ତାରିଣୀ ମହିଳା କମିଟିର ବୈଠକ
ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପାଣିର ଅସୁବିଧା କିପରି ଦୂର ହେବ ସେଥିପାଇଁ ଓଡ଼ିଶ ମା’ତାରିଣୀ ମହିଳା କମିଟି ଆଗକୁ ଅଂଟା ଭିଡିଛନ୍ତି। ନିଜ ଗ୍ରାମରେ ଥିବା ନାନା ସମସ୍ୟାର ସମାଧାନ ଲାଗି ଅଂଟା ଭିଡିଛି ମା’ ତାରିଣୀ
ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ
ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା
ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ
ଧର୍ମଗଡ଼ ୨୨/୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା
ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ
ବାଲିଅନ୍ତା ୨୨/୦୬ (ଗୋବର୍ଦ୍ଧନ ଦାସ)ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ ଆଜି ତା -୨୨.୦୬.୨୦୨୬ ରିଖରେ ଆୟୋଜିତ ହୋଇଅଛି |
ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ
ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ତା 22ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ
ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ