ଦ୍ଵିତୀୟ ଥର ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ହେଲେ ମନ୍ଦାକିନୀ ବାଣୁଆ

କଳାହାଣ୍ଡି, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ହେଲେ ମନ୍ଦାକିନୀ ବାଣୁଆ ଦ୍ଵିତୀୟ ଥର ପାଇଁ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୧୯ ମଦନମୋହନ ପଡା (ଦର୍ପଣ ସାଗର ପଡା)ର କମଳ ଲୋଚନ ବାଣୁଆ କଂଗ୍ରେସରେ ସେ ୫୦ ବର୍ଷ ଧରି କାମ କରି ଆସୁଥିଲେ। କମଳ ଲୋଚନ ବାଣୁଆଙ୍କ ପରେ ତାଙ୍କ ସାନ… Continue reading ଦ୍ଵିତୀୟ ଥର ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ହେଲେ ମନ୍ଦାକିନୀ ବାଣୁଆ

ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା

କଳାହାଣ୍ଡି, ୨୬|୪: ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମକୁ ସ୍ଵୀକୃତି ଦେଲାନି ନିଜ ଜାତିର ସମାଜ ।ପୁଅ ବ୍ରାହ୍ମଣ ଜାତିର ହୋଇଥିବା ବେଳେ ଝିଅ ସୁନାରି ଜାତିର ହୋଇଥିବା ଯୋଗୁଁ ବିବାହ ପାଇଁ ମିଳିଲାନି ଅନୁମତି | ବିବାହ ପାଇଁ ଅନୁମତି ମିଲି ନ ଥିବା ଯୋଗୁଁ ଶେଷରେ ବହୁତ ବଡ଼ ନିଷ୍ପତ୍ତି ନେଲେ ଦୁହେଁ ପ୍ରେମୀ ଯୁଗଳ । ଗାଁ ନିକଟରେ ଥିବା କୁମୁଡାମୁଣ୍ଡା ଯିବା ରାସ୍ତା ର ପିଜୁଳି… Continue reading ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଭବାନୀପାଟଣା, ୨୪/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, କଳାହାଣ୍ଡି… Continue reading କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରେଇଥିବା ଲୋକଙ୍କୁ ବିବେକ ସେନା ତରଫରୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା, 2୪/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜାମ୍ମୁ ଓ କାଶ୍ମୀରର ପହଲଗାମ ଠାରେ ପଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ୨୬ ଜଣ ଭାରତୀୟ ସହ ବାଲେଶ୍ୱର ର ପ୍ରଶାନ୍ତ ଶତପଥି ପ୍ରାଣ ହରେଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ପ୍ରାଣ ହରେଇଥିବା ଲୋକଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ମହମ ବତୀ ଜାଳି ୨ମିନଟ… Continue reading ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରେଇଥିବା ଲୋକଙ୍କୁ ବିବେକ ସେନା ତରଫରୁ ଶ୍ରଦ୍ଧାଞ୍ଜଳି

ପହଲଗାମରେ ସହୀଦ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଡେଲ ଯାତ୍ରା

ବାଲିଅନ୍ତା: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏକ ବର୍ବର ଏବଂ ନୃଶଂସ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ଦିନ ୨୯ ଜଣଙ୍କ ଜୀବନ ଯାଇଥିବାବେଳେ, ୯ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ବୁଧବାର ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଓ ନିର୍ଭିକ ଖବର ପକ୍ଷରୁ ସହିଦଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଯାଇଥିଲା । ଭାରତ ମାତାକି ଜୟ, ବନ୍ଦେ ମାତରଂ ସ୍କୋଗାନ ଦେଇ… Continue reading ପହଲଗାମରେ ସହୀଦ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଡେଲ ଯାତ୍ରା

ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

କଳାହାଣ୍ଡି,୨୪|୪(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଧାନ ମଣ୍ଡିରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ଗୋଲାମୁଣ୍ଡା ବିଜେପି ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, କେଗାଁ ମଣ୍ଡଳ ପୂର୍ବତ୍ତନ ସଭାପତି… Continue reading ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରାର ଭିତ୍ତିଭୂମି ବିକାଶରେ ଉଦାସୀନ ମନୋଭାବ ଦେଖାଇଲେ ନବୀନ

ମୋହନ ସରକାର ଙ୍କୁ ଦେଲେ ଦାବିପତ୍ର କଳାହାଣ୍ଡି,୨୫|୦୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଓଡ଼ିଶା ର ପୂର୍ବତନ ନବୀନ ସରକାର ନିର୍ବାଚନ କୁ ଆଖି ଆଗରେ ରଖି ଫାଇବ ଟି (5T), ଆମ ଓଡ଼ିଶା ନବୀନ ଓଡିଶା, ଆମ ଗାଁ ଆମ ବିକାଶ,ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଭଳି ଅନେକ ଯୋଜନା ହାତକୁ ନେଇ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସ୍କୁଲ, ଦେବୀ ପୀଠ, ଶୈବ ପୀଠ, ଜଗନ୍ନାଥ ମନ୍ଦିର, ମସଜିଦ ପରି ଅନେକ ଅନୁଷ୍ଠାନ ର… Continue reading ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରାର ଭିତ୍ତିଭୂମି ବିକାଶରେ ଉଦାସୀନ ମନୋଭାବ ଦେଖାଇଲେ ନବୀନ

ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା

ବଲାଙ୍ଗିର: ଗତ ୨୨ ତାରିଖରେ ଜାମୁକାଶ୍ମିରର ପେହେଲଗାମଠାରେ ପାକିସ୍ଥାନୀ ଆତଙ୍କବାଦୀ ଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଏଭଳି ବର୍ବର ନରସଂହାରକୁ ବିଭିନ୍ନସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ସମାଜ ଓ ହିନ୍ଦୁ ଏକତାଞ୍ଚ ଏହି ଘଟଣାକୁ ଆତଙ୍କବାଦୀଙ୍କ ହୀନ ମାନସିକତା ବୋଲି ଅଭିହିତ କରି ନିନ୍ଦା କରାଯିବା ସହ ଭାରତସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ବୁଧବାର ସଂଧ୍ୟାରେ ବ୍ରହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ… Continue reading ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା

ପଞ୍ଚାୟତିରାଜ ଦିବସ ସମାରୋହ ଉଦଘାଟନ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସଦର ମହକୁମା ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସପିଟାଲ ପେକ୍ଷାଳୟଠାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗ ଦେଇ ଥିଲେ। ତାଙ୍କ ବକ୍ତବ୍ୟରେ ତୃଣମୂଳସ୍ତରର ଗଣତନ୍ତ୍ରର ଶକ୍ତି ଓ ସାମର୍ଥ୍ୟକୁ ପାଳନ ଓ ପ୍ରସ୍ପୁଟିତ କରିବା ପାଇଁ ହେଇଥିବା ପଞ୍ଚାୟତିରାଜର ମହତ୍ତ୍ଵ ବାବଦରେ କହିଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ… Continue reading ପଞ୍ଚାୟତିରାଜ ଦିବସ ସମାରୋହ ଉଦଘାଟନ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ

କୈବର୍ତ୍ତ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗୀର: ବଲାଙ୍ଗିର ଗତ ୨୨ତାରିଖ ଦିନ କାଶ୍ମୀରର ପହଲଗାମ୍ ଠାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ସହ ଜଡ଼ିତ ଟି ଆର୍ ଏଫ୍ ଆତଙ୍କବାଦୀ ଦ୍ଵାରା ହୋଇଥିବା ବର୍ବର ଗଣହତ୍ୟାର ପ୍ରତିବାଦରେ ବଲାଂଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ଏକ ପ୍ରତିବାଦ ସଭା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିବାଦ ସଭାରେ ସମାଜ ର ସଭାପତି ରୋହିତ କୁମାର ସେଠୀ ଉକ୍ତ ଘୃଣ୍ୟ ଘଟଣାର ଦୃଢ଼ ନିନ୍ଦା କରିବା ସଙ୍ଗେ… Continue reading କୈବର୍ତ୍ତ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

You cannot copy content of this page