ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସଦର ମହକୁମା ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସପିଟାଲ ପେକ୍ଷାଳୟଠାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଯୋଗ ଦେଇ ଥିଲେ। ତାଙ୍କ ବକ୍ତବ୍ୟରେ ତୃଣମୂଳସ୍ତରର ଗଣତନ୍ତ୍ରର ଶକ୍ତି ଓ ସାମର୍ଥ୍ୟକୁ ପାଳନ ଓ ପ୍ରସ୍ପୁଟିତ କରିବା ପାଇଁ ହେଇଥିବା ପଞ୍ଚାୟତିରାଜର ମହତ୍ତ୍ଵ ବାବଦରେ କହିଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ ହେଲେ ଯାଇ ଏକ ଉନ୍ନତ ଓ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ହୋଇପାରିବ । ୭୩ତମ ସମ୍ବିଧାନ ସଂଶୋଧନ କାର୍ଯ୍ୟକାରୀ ହେବା ପରେ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ସହ ଗ୍ରାମୀଣ ସ୍ୱୟଂ ଶାସନକୁ ସଶକ୍ତ କରିଥିଲା। ତୃଣମୂଳ ସ୍ତରରେ କ୍ଷମତାର ବିକେନ୍ଦ୍ରୀକରଣ କରିବା ଏବଂ ଯୋଜନା ଓ ବିକାଶ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଡ଼ ମହାଲିଙ୍ଗ କହିଥିଲେ । ତ୍ରିସ୍ତରୀୟ ଶାସନ ବ୍ୟବସ୍ତାରେ ଗ୍ରାମସ୍ତରରେ ଗ୍ରାମ ପଞ୍ଚାୟତ, ମଧ୍ୟବର୍ତ୍ତୀ (ବ୍ଲକ) ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲାସ୍ତରରେ ଜିଲ୍ଲା ପରିଷଦକୁ ନେଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା।
ଗ୍ରାମ, ବ୍ଲକ ଓ ଜିଲ୍ଲାସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟର ଯୋଜନା ଓ କାର୍ଯ୍ୟକାରିତାରେ ଜନ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ସେମାନଙ୍କର ପ୍ରାଥମିକ ଦାୟିତ୍ୱ ହେଉଛି ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ପାନୀୟ ଜଳ, ପରିମଳ, ସଡ଼କ, ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା । ପଞ୍ଚାୟତି ରାଜ ବ୍ୟବସ୍ଥା ତୃଣ ମୂଳ ସ୍ତରରେ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ର ସଫଳ ରୁପାୟନ ସହ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦ୍ବାରା ଜୀବନ ଓ ଜୀବିକାରେ ଉନ୍ନତି ସୁନିଶ୍ଚିତ କରିଥାଏ ବୋଲି ସେ କହିଛନ୍ତି । ଏହା ସହ ସରକାର ଗୋଟିଏ ଦିନରେ ଅନେକ ଯୋଜନାର ପ୍ରଣୟନ କରିବା ଯେମିତି ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ , ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ଆଜି ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ , ଡିଜିଟାଲ ଇଣ୍ଡିଆ, ଗ୍ରାମ ପଞ୍ଚାୟତକୁ ନିଜସ୍ୱ ଆୟ ବୃଦ୍ଧି , ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ “ସୁଭଦ୍ରା ଯୋଜନାରେ ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ ସହ ବିଗତ ଦିନରେ ପ୍ରତି ଗ୍ରାମପଞ୍ଚାୟତରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା , ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଲୋକକେନ୍ଦ୍ରିକ ହେବା ସହ ରାଜ୍ୟ କୁ ସବୁ ଦିଗରୁ ବଳିଷ୍ଠ କରିଛି ବୋଲି ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜି ଇସାଲୱାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣି ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଖାଦ୍ୟ ସୁରକ୍ଷା ରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗ୍ରାମ ପଞ୍ଚାୟତମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ଜମ୍ମୁ କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସକାଶେ ନୀରବ ପ୍ରାଥନା କରାଯାଇଥିଲା । ଉପସ୍ଥିତ ଲୋକେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଅଭାଷୀ ମାଧ୍ୟମରେ ଦେଖିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
ପଞ୍ଚାୟତିରାଜ ଦିବସ ସମାରୋହ ଉଦଘାଟନ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା
ମହିମା ମହିଳା କମିଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ
ଦଶହରା ଅବସରରେ ଗୋ ସେବା କାର୍ଯ୍ୟକ୍ରମ