ଗାୟକ ରତ୍ନ ଲୋକନାଥ କରଙ୍କ ଜୟନ୍ତୀ ପାଳିତ

ଚିଲିକା: ଉତ୍କଳୀୟ ପାଲା ସଂସ୍କୃତିର କର୍ଣ୍ଣଧାର ଗାୟକରତ୍ନ ସ୍ଵର୍ଗତ ଲୋକନାଥ କରଙ୍କ ୧୧୨ତ୍ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡପଦରସ୍ଥ ଜଗତି ପାହାଡ଼ର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଜଗତି ମହାବିରୀଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବାହ୍ନରେ ରୁଦ୍ରାଭିଷେକ, ରାମାର୍ଚ୍ଚନ, ଗୀତାପାଠ ଓ ହନୁମାନ ଚାଳିଶା ପଠନ ପାରେ ଅଖଣ୍ଡ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ, ଦାଶକାଠିଆ ଓ ପାଲା ଗାୟକମାନେ ପାଲା ପରିବେଷଣ କରି ଥିଲେ ।… Continue reading ଗାୟକ ରତ୍ନ ଲୋକନାଥ କରଙ୍କ ଜୟନ୍ତୀ ପାଳିତ

ସଂସଦ ଗୃହରେ ଠେଲାପେଠା, ପ୍ରତାପ ଷଡଙ୍ଗୀ ଆହତ

BJP MP Pratap Sarangi Injured in Parliament Chaos

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି । ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ମକର ଦ୍ୱାରରେ ଉଭୟ ଦଳର ଏମପିଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ ପେଲା ଠେଲା ହୋଇଥିଲା। ଫଳରେ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଭାଜପା ଏମପି ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ।… Continue reading ସଂସଦ ଗୃହରେ ଠେଲାପେଠା, ପ୍ରତାପ ଷଡଙ୍ଗୀ ଆହତ

ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ,୨0।୧୨: ଧର୍ମଗଡ ବ୍ଲକ କାର୍ଯ୍ୟଳୟ ଠାରେ ଗୁରୁବାର ଦିନ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଧର୍ମଗଡ ବ୍ଳକ ଉନ୍ନୟନ ଅଧିକାରୀ ଶରତ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିପିଓ ଦେବୀ ପ୍ରସାଦ ମେହେର,ପୂର୍ବତନ ଜିପିଓ କେଦାର ନାଥ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ, ହରିଟିକଲଚର ଅଧିକାରିଣୀ ଶ୍ରୀମତୀ ପ୍ରତିଭା ନାଏକ , ବିଏସଏସଓ ଦମୟନ୍ତୀ ନାଏକ, ଡବ୍ଲୁଇଓ ଶିବାନୀ ନାଏକ, ଧର୍ମଗଡ… Continue reading ବ୍ଳକସ୍ତରୀୟ ‘କଳାହାଣ୍ଡି ଉତ୍ସବ’ ପାଇଁଁ ପ୍ରସ୍ତୁତି ବୈଠକ

ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶବ ଉଦ୍ଧାର

କଳାହାଣ୍ଡି, ୨0|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଇନ୍ଦ୍ରାବତୀ ଛାତ୍ରୀ ନିବାସ ଭିତରୁ ଗୁରୁବାର ଦିନ ଜଣେ ଛାତ୍ରୀଙ୍କ ମୃତ ଶରୀର ପୋଲିସ ଉଦ୍ଧାର କରିଛି |ଛାତ୍ରୀ ଜଣକ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ଗାଁ ର ତୋଫାଳି ନାଏକ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି | ସେ ଚଳିତ ବର୍ଷ ବାଣିଜ୍ୟ ଯୁକ୍ତ ପ୍ରଥମ ରେ ଅଧୟନ କରୁଥିଲେ | ଖବର ଲେଖା ଯାଏଁ… Continue reading ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶବ ଉଦ୍ଧାର

ଚିଲିକା: ଓଷ୍ଟା ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

ଚିଲିକା: ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଚିଲିକା ବ୍ଲକ ଶାଖା ଆନୁକୁଲ୍ୟରେ ଚିଲିକା ବ୍ଲକର ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଷ୍ଟା ଚିଲିକା ବ୍ଲକ ଶାଖାର ସଭାପତି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତା ଓ ସ°ପାଦକ କୁନା ମହତ୍ଵଙ୍କ ସ°ଯୋଜନା ତଥା ନୀଳକଣ୍ଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିବାକର ମିଶ୍ର ସହଯୋଗ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ଚିଲିକା… Continue reading ଚିଲିକା: ଓଷ୍ଟା ପକ୍ଷରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

ପଞ୍ଚାୟତ ଓରମାସ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୟାଗଡ: ପଞ୍ଚାୟତ ସମିତି, ଓରମାସ, ନୟାଗଡ ଦ୍ୱାରା ଆୟୋଜିତ ୪ ଦିନ ବ୍ୟାପୀ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ରାଜପଟଣା ମିନି ଷ୍ଟାଡିଅମ ଠାରେ ଖୁବ ଧୁମଧାମରେ ଚାଲିଛି l ଉଦଘାଟନୀ ଉତ୍ସବରେ ନୟାଗଡ ବିଧାୟକ ମାନ୍ୟବର ଡଃ ଅରୁଣ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ, ଆଗାମୀ ଚଳଚ୍ଚିତ୍ର ବିଧାୟକର ନାୟକ ପ୍ରଦୀପ ଖୁଣ୍ଟିଆ (ଡୋରା), ସିନେ କଳାକାର ଦେବୁ ବ୍ରହ୍ମା, ସୁମନ ମହାରଣା, ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ ପ୍ରମୁଖ… Continue reading ପଞ୍ଚାୟତ ଓରମାସ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

ବେତନଟୀ,୧୭।୧୨: ମୟୂରଭଞ୍ଜର ମହାରାଜା ସ୍ଵର୍ଗତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ସ୍ଥାନୀୟ ରେଳ ଷ୍ଟେସନ ଛକରେ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଆହ୍ଵାନରେ ମୟୂର ସାହିତ୍ୟ ସଂସଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଭକ୍ତଜୟନ୍ତୀ ପାଳନ କରାଯାଇଅଛି। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଚୂଡାମଣି ମହାପାତ୍ର ସଭାପତିତ୍ୱ କରିଥିଲେ। ସଭାର ଉଦ୍ଦେଶ୍ୟଜ୍ଞାପନ ସହ ସଂଯୋଜକ ଭାବେ ସଂପାଦକ ଆଡ଼୍‌ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ମହାରାଜାଙ୍କ ଗୁଣାବଳୀର ଉଚ୍ଚପ୍ରଶଂସା କରିଥିଲେ।ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରବୀନ୍ଦ୍ରନାଥ ମିଶ୍ର, ହରିଶଚନ୍ଦ୍ର ନନ୍ଦ… Continue reading ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

betanati kalavikash kendra annualday

ବେତନଟୀ ୧୭/୧୨: ବେତନଟୀ କଳା ବିକାଶ କେନ୍ଦ୍ର ୧୯୮୩ ମସିହାରେ ପ୍ରତିଷ୍ଠିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ପୁରାତନ ସାଂସ୍କୃତିକ ଅନୁଷ୍ଠାନର ୪୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠାନ ପରିସରରେ ୧୫/୧୨/୨୪ ରିଖ ରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ କୁ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଆନୁଷ୍ଠାନିକ… Continue reading ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

ଗ୍ରାମ ବିକାଶ ସଂସ୍ଥା ତରଫରୁ ଗ୍ରାମସ୍ତରୀୟ ଏକାଭିମୂଖୀତା ମେଳା ଅନୁଷ୍ଠିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୂଖିତା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ଵା‌ସ୍ଥ୍ୟ ଦିଗରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଗୀତାଞ୍ଜଳି ମାଝୀ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ… Continue reading ଗ୍ରାମ ବିକାଶ ସଂସ୍ଥା ତରଫରୁ ଗ୍ରାମସ୍ତରୀୟ ଏକାଭିମୂଖୀତା ମେଳା ଅନୁଷ୍ଠିତ

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାରର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2025 ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ 15 ରୁ 17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବକମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ… Continue reading କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ