ସଫେଇ କର୍ମଚାରୀଙ୍କ ଧାରଣା, ୨ ମାସ ହେଲା ମିଳିନି ଦରମା

ବାଲିଅନ୍ତା,୧0|୬(ଗୋବର୍ଦ୍ଧନ ଦାସ):ବାଲିଅନ୍ତା ବ୍ଲକ ଅଧିନ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭିଙ୍ଗାରପୁର, ବେଣୁପୁର ଏବଂ ସରକଣା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ “ନିର୍ମଳ” ଯୋଜନା ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ ଗତ ୨ ମାସହେଲା ଦରମା ପାଇନାହାନ୍ତି l କର୍ମଚାରୀ ମାନେ ଏନେଇ ବାରମ୍ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସଫଳ ମିଳିନାହିଁ l ଫଳରେ ଉପରୋକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୧୮ ଜଣ କର୍ମଚାରୀ ଆଜି ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ l ଏପରିକି ଜରୁରୀକାଳୀନ… Continue reading ସଫେଇ କର୍ମଚାରୀଙ୍କ ଧାରଣା, ୨ ମାସ ହେଲା ମିଳିନି ଦରମା

ଗୁପ୍ତା ଇଭେଣ୍ଟ୍ ପକ୍ଷରୁ ଜନତା ମଇଦାନ ଠାରେ ରଜ ଉତ୍ସବ

ଭୁବନେଶ୍ୱର: ରଜ ଉତ୍ସବକୁ ଆଖି ଆଗରେ ରଖି ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଗୁପ୍ତା ଇଭେଂଟ ମ୍ୟାନେଜମେଂଟ ତରଫରୁ ଆୟୋଜନ କରାଯାଇଛି। ଏହି ରଜ ଉତ୍ସବ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆୟୋଜିତ ରଜ ଉତ୍ସବ ରେ ଏଠାରେ ରଜ ଦୋଳି ଠାରୁ ଆରମ୍ଭ କରି ସେଲଫି ପଂଏଟ୍ ସହ ବହୁ ପ୍ରକାର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ଆଫଗାନିସ୍ତାନରରୁ ଡ୍ରାଏଫୁଡ୍ ବିକ୍ରିର ବ୍ୟବସ୍ଥା କରାଯାଇଛି। ଦୈନନ୍ଦିନ ଜୀବନର… Continue reading ଗୁପ୍ତା ଇଭେଣ୍ଟ୍ ପକ୍ଷରୁ ଜନତା ମଇଦାନ ଠାରେ ରଜ ଉତ୍ସବ

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହିଳାଙ୍କ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ

ଭୁବନେଶ୍ୱର ତା 09/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକା ତଥା ବହୁମୁଖି ପ୍ରତିଭାଦୀପ୍ତା ବ୍ୟକ୍ତିତ୍ୱ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ 96 ତମ ଜୟନ୍ତୀ ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶ୍ରୀଯୁକ୍ତ… Continue reading ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହିଳାଙ୍କ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ

ସରପଞ୍ଚଙ୍କ ମହାନତା ,ନଦୀର ପ୍ରଖର ସୁଅରେ ଦେଢ଼ ବର୍ଷର ଶିଶୁକନ୍ୟାକୁ ନଦୀ ପାରକଲେ

ବାଲିଅନ୍ତା,୯|୬ (ଗୋବର୍ଦ୍ଧନ ଦାସ):ପୁଣ୍ୟତୋୟା ଭାର୍ଗବୀ ନଦୀର ପ୍ରଖର ସୁଅରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ କାଖରେ କାଖେଇ ନଦୀ ପାର କରି ମହାନତାର ପରିଚୟ ଦେଇଛନ୍ତି ବାଲିଅନ୍ତା ବ୍ଲକ ଝିଣ୍ଟିଶାସନ ପଞ୍ଚାୟତର ସରପଞ୍ଚ ସିତୁ ଓରଫ ଅଜିତ କୁମାର ପାତ୍ର l ଭାର୍ଗବୀ ନଦୀ ଅପରପାର୍ଶ୍ୱରେ ଥିବା ତେରବାଟିଆ ଗ୍ରାମର ଜଣେ ମହିଳା ଭୁବନେଶ୍ୱରରୁ ଆମ ବସରେ ଆସି ଝିଣ୍ଟିରେ ଓହ୍ଲାଇଥିଲେ l ନଦୀ ଆରପଟେ ଥିବା ତାଙ୍କ ଗ୍ରାମକୁ ଯିବାପାଇଁ ଅପେକ୍ଷା କରିଥିଲେ l ସାଙ୍ଗରେ… Continue reading ସରପଞ୍ଚଙ୍କ ମହାନତା ,ନଦୀର ପ୍ରଖର ସୁଅରେ ଦେଢ଼ ବର୍ଷର ଶିଶୁକନ୍ୟାକୁ ନଦୀ ପାରକଲେ

ରୋଟାରୀ ରୟାଲ୍‌ର୍ ଡିଜି ଓସିଭି ଅନୁଷ୍ଠିତ ।

ଭୁବନେଶ୍ୱର/୦୯:୦୬-ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ପକ୍ଷରୁ ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧିକାରୀଙ୍କ କ୍ଲବ୍ ପରିଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ଅନ୍ତିମ ପ‍ଂକ୍ତିର ଲୋକ‌ ପାଖରେ ରୋଟାରୀ ସେବାକୁ ପହଞ୍ଚାଇବା ପାଇଁ ସଂକଳ୍ପ ଘୋଷଣା କରାଯାଇଥିଲା। ଉତ୍ସବରେ କ୍ଲବ୍‌ ସଭାପତି ଅର୍ଜୁନ କୁମାର ସାହୁ ଅଧ୍ୟକ୍ଷତା କରି ଚଳିତ ରୋଟାରୀ ବର୍ଷରେ କ୍ଲବ୍ ପକ୍ଷରୁ ଆୟୋଜନ କରାଯାଇଥିବା ସାମୁହିକ ସ୍ୱାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର ଶିବିର, ବୃଦ୍ଧାଶ୍ରମରେ ଅନ୍ନଦାନ,ପଳାଶୁଣି ସ୍କୁଲର ପାଠ୍ୟ… Continue reading ରୋଟାରୀ ରୟାଲ୍‌ର୍ ଡିଜି ଓସିଭି ଅନୁଷ୍ଠିତ ।

ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି

ଭୁବନେଶ୍ୱର ତା 8 ରିଖ l  ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଖାତା ମୂଲ୍ୟାୟନ ଘୋଟାଲାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆମରଣ ଅନଶନରେ ବସିଥିଲା l ସର୍ବ ଭାରତୀୟ ସ୍ତରରେ ନିଟ, ସିବି ଏସଇ ଏବଂ ସିୟୁଇଟି ପରୀକ୍ଷାରେ ବିଭ୍ରାଟ ଓ ମୂଲ୍ୟାୟନ ତ୍ରୁଟି କୁ ନେଇ ବର୍ତମାନ ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ର ଛାତ୍ରୀ ଭବିଷ୍ୟତ ପଦପେକ୍ଷକୁ ନେଇ ଆଶା ଆଶଙ୍କା ଓ ସନ୍ଦିହାନ ଅବସ୍ଥାରେ  ଅଛନ୍ତି… Continue reading ଘୋଟାଲାର ସ୍ୱତନ୍ତ୍ର ତଦନ୍ତ ବେଳେ ଅଭିଭାବକ ମହାସଂଘର ପରାମର୍ଶ ପାଇଁ ଅଧ୍ୟକ୍ଷଙ୍କ ପ୍ରତିଶୃତି

ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ବାଲିଅନ୍ତା୦୬।୦୬ (ଗୋବର୍ଦ୍ଧନ ଦାସ):- କିଛି ଦିନ ହେବ ବାଲିଅନ୍ତା ଓ ଧଉଳି ଥାନା ପୁଲିସ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିଭିନ୍ନ ଛକଠାରେ ନାଇଟ୍ ବ୍ଲକିଂ ଓ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାହା ଦ୍ଵାରା ବିଭିନ୍ନ ଲୁଟ୍, ଚୋର ନିଶା କାରବାର, ବେଆଇନ ମାଟି ,ବାଲି ଚୋରା ଚାଲାଣ ଆଦି ଅନେକେ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ। ସବୁଦିନ ପରି ରାତ୍ରିକାଳୀନ ପଇଁତରା ମାରୁଥିବା ବାଲିଅନ୍ତା ଥାନାର ଏକ ପୁଲିସ୍ ଟିମ୍୦୬.୦୬.୨୦୨୬ ରାତି ପ୍ରାୟ… Continue reading ବାଲିଅନ୍ତା ,ଧଉଳି ଥାନା ପୁଲିସ ପକ୍ଷରୁ ବେଆଇନ ବାଲି ପରିବହନରେ ୨ ଗାଡ଼ି ଜବତ: ୨ଚାଳକ ଗିରଫ

ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ

:-ଜନଶୁଣାଣୀ ରେ ଉଠିଲା ବସ ସମସ୍ୟା ଶହ ପିଏମ ଆବାସ:-ମାତ୍ର ୩୬ଟି ଅଭିଯୋଗ ପଞ୍ଜିକୃତକାକଟପୁର,୦୮/୦୬:-ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆୟୋଜନ କରାଯାଉଛି। ଏହାର ଆଭିମୁଖ୍ୟ ହେଉଛି ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଗୋଟିଏ ମଞ୍ଚ ଅବା ଗୋଟିଏ ସ୍ଥାନରେ ବସି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ଏବଂ ସେହି ସ୍ଥାନରେ ହିଁ ସମାଧାନ କରିବେ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଂଚାୟତ ସମିତି ସଭାଗୃହ ମଧ୍ୟରେ… Continue reading ଅସ୍ତରଙ୍ଗ ରେ ଜିଲ୍ଲାପାଳଙ୍କ ବିନା ଚାଲିଲା ଯୁଗ୍ମ ଜନଶୁଣାଣୀ

ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର

:-ପାଟ୍ରୋଲିଂ ହେଉଛି ଯଦି ଚୋରି ହେଉଛି କିପରିହୁଣ୍ଡୀ ଭାଙ୍ଗୁଛି , ତାଲା ଭାଙ୍ଗୁଛି, ଖାକୀ ର ନିଦ ଭାଙ୍ଗୁନି:-ଅସ୍ତରଙ୍ଗ ରେ ଲଗାତାର ମନ୍ଦିର ଚୋରି କାହାଣୀ:-ଥାନାରେ ମାମଲା ହୋଇ ହୋଇ ଫାଇଲି ଧୂଳି ଅସ୍ତରଙ୍ଗ:-୦୮/୦୬:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରେ ଦେବାଦେବୀ ଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଗତ ବିଳମ୍ବିତ ରାତିରେ ଭେଡାବନ୍ଧ ସ୍ଥିତ ମା “ଅମ୍ବିକା ମନ୍ଦିର ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମଧ୍ୟରେ ଥିବା ମଥା ମୁକୁଟ, ସୁନା ଚିତା,… Continue reading ମନ୍ଦିର ଚୋରି କେବେ ଶେଷ ହେବ :-କେବେ ନିଦ ଭାଙ୍ଗିବ ଖାକୀ କର୍ମଚାରୀ ଙ୍କର

ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

ଅସ୍ତରଙ୍ଗ,୦୮/୦୬– ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ମୋତି କଲ୍ୟାଣ ମଣ୍ଡପରେ ସଦସ୍ୟତା ଅଭିଯାନ ନେଇ ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି, କୃଷକ ନେତା ଦେବ ପ୍ରଧାନ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଉପ… Continue reading ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବ

You cannot copy content of this page