ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ

ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ବଡ଼କୁଳ ହାଇସ୍କୁଲରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନା ଆଇଆଇସି ନିଜେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନିଶା ମୁକ୍ତ ଓଡ଼ିଶା ଅଭିଯାନ ବିଷୟରେ ବୁଝାଇବା ସହ ବର୍ତ୍ତମାନ ସମୟରେ ବଢୁଥିବା ସାଇବର ଅପରାଧ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏକ କୁଇଜ୍ ପ୍ରତିଯୋଗିତା… Continue reading ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ

ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ

ବାଲୁଗାଁ,: ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ବାଲୁଗାଁ ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ କରିଛି।ସୂଚନା ଅନୁଯାୟୀ, ବାଲୁଗାଁ ଥାନା କେସ ନଂ ୧୨୩/୨୬, ତା ୦୧.୦୪.୨୬, ଧାରା ୩୩୧(୪)/୩୦୫(ଏ) BNS ରେ ଏକ ବର୍ଗଲାରୀ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି ବାଲୁଗାଁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ… Continue reading ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ

ପୋଲିସ ପୋଷାକ ପଛରେ ମା’ ର ମମତା: କଅଁଳ ଶିଶୁକୁ ଛାତିରେ ଧରି ଜୀବନ ବଞ୍ଚାଇଲେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ

ବାଲୁଗାଁ, ପୋଲିସ ହେଲେ ବି ମା’ ପ୍ରଥମେ – ଏଭଳି ମାନବିକତା ଦେଖାଇଲେ ବାଲୁଗାଁ ଥାନା ଅଧିକାରିଣୀ। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ କଲ୍ୟାଣ ମଣ୍ଡପ ସାମ୍ନାରେ ଜଣେ ମହିଳା ତିନି-ଚାରି ମାସର କଅଁଳ ଶିଶୁକୁ ଧରି ନିଶାସକ୍ତ ହୋଇ ବେହୋସ ଅବସ୍ଥାରେ ପଡ଼ି ରହିଥିଲେ। ପାଖରେ ଅସହାୟ ଭାବେ ପଡ଼ି କାନ୍ଦୁଥିଲା ତିନି-ଚାରି ମାସର ଛୋଟ ଶିଶୁଟି।ସେହି ସମୟରେ ସେହି ରାସ୍ତା ଦେଇ ବାଲୁଗାଁ ଥାନା ଆଇଆଇସି ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ। ନିଜ… Continue reading ପୋଲିସ ପୋଷାକ ପଛରେ ମା’ ର ମମତା: କଅଁଳ ଶିଶୁକୁ ଛାତିରେ ଧରି ଜୀବନ ବଞ୍ଚାଇଲେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ

ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ ।ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ

ଭୁବନେଶ୍ୱର, ତା ୩୧.୧୦ ଓଡିଶାର ଅଧ୍ୟାତ୍ମ ଜଗତରେ ଜଣେ ପ୍ରତିଷ୍ଠିତ ନାମ ଶ୍ରୀମଦ୍ ବାବା ବଳିଆ । ନିଜର ସାଧନା ତଥା ସେବା ବଳରେ ଜନମାନସରେ ଜଣେ ସମାଜର ସୁଚିନ୍ତକ ଓ ସଂସ୍କାରକ ଭାବେ ସେ ସୁପରିଚିତ । ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କର ଦୀର୍ଘ ୫୦ ବର୍ଷର ଯାତ୍ରା ତାଙ୍କୁ ସାରା ଭାରତବର୍ଷରେ ଜଣେ ଦେଶପ୍ରେମୀ ଭାବରେ ଆଦୃତ କରାଇଛି । ସାପ କାମୁଡିଲେ ଯେତେବେଳେ ଅନ୍ୟମାନେ ଶିବ ମନ୍ଦିରକୁ ନେଇ ଯିବାର କଥା କୁହନ୍ତି… Continue reading ଭବିଷ୍ୟତ ପାଇଁ ମୁଁ ଚିନ୍ତିତ, ପ୍ରତ୍ୟେକ ଭାରତୀୟ ଦେଶପାଇଁପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ ।ଜାଗ ଓ ଦେଶ ପାଇଁ ଭାବ : ବାବା ବଳିଆ

ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ

ବାଲୁଗାଁ, ପରମ୍ପରା ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ବାଲୁଗାଁ ପାଟଣା ସାହିରେ ଗ୍ରାମ୍ୟ ପୂଜା କମିଟି ତରଫରୁ ଶନିବାର ଦିନ ବିଷ୍ଣୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପାଟଣା ସାହି ଶ୍ରୀ ରାଧାକୃଷ୍ଣ ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ଥାନୀୟ କୁଳାକୁଣ୍ଢେଇ ନୂଆଗାଁର ଶ୍ରୀ ରାଧାଗୋବିନ୍ଦ ଦେବ, ନିମିକ୍ଷେତ୍ର ଗ୍ରାମର ଶ୍ରୀ ଭାଗବତ ଦେବ, ସାନ୍ତରାପୁର ସାହିର ଶ୍ରୀ ଦଧିବାମନ ଦେବ, ହନୁମାନ ପରିବା ବ୍ୟବସାୟୀ ସଂଘର ଶ୍ରୀ ରଘୁନାଥ ଦେବ, ପାଟଣା ସାହି… Continue reading ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ବିଷ୍ଣୁ ମେଳନ

ରାଷ୍ଟ୍ରୀୟ ଏକତା ଦିବସରେ ବାଲୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଥାନା ଆଇଆଇସି ଯୋଗ ଦେଇଥିବା ବେଳେ ନାଭାଲ ଫାଣ୍ଡିର ଏଏସଆଇ ସାନ୍ତନୁ କୁମାର ବେହେରା, ବାଲୁଗାଁ ଥାନା ଏଏସଆଇ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,… Continue reading ରାଷ୍ଟ୍ରୀୟ ଏକତା ଦିବସରେ ବାଲୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

ବେଗୁନିଆ ମଣ୍ଡଳ ଶିଶୁ ମହୋତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,୨୯ ।୧୦:ଆସନ୍ତା ୪ତାରିଖ ବୁଧବାର ଦିନ ପିଏମଶ୍ରୀ ଗୋପବନ୍ଧୁ ସରକାରୀଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବେଗୁନିଆ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନିମିତ୍ତ ଗୁରୁବାର ଦିନ ଉକ୍ତ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରାଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ଅଖିଳେଶ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜିକା ସଞ୍ଜୁଲତା… Continue reading ବେଗୁନିଆ ମଣ୍ଡଳ ଶିଶୁ ମହୋତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ

ବିଶିଷ୍ଟ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପାଳିତା

ଖୋର୍ଦ୍ଧା,୨୯ ।୧୦:ବାଣପୁର ଅଞ୍ଚଳର ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂସ୍ପର୍ଶରେ ଆସି ଅବିଭକ୍ତ ବାଣପୁର (ପାରିକୁଦ ଠାରୁ ଆରମ୍ଭ କରି ବାଣପୁର ଓ ରାମେଶ୍ୱର ପର୍ଯ୍ୟନ୍ତ ଏକଦା ବ୍ୟାପ୍ତ )ର ସାହିତ୍ୟ, ଇତିହାସ,ଶିକ୍ଷା ଓ ଜନସେବା ରେ ଉଲ୍ଲେଖନୀୟ କୃତୀତ୍ଵ ହାସଲ କରିଥିବା ବିରଳ ବ୍ୟକ୍ତିତ୍ୱ ସାହିତ୍ୟିକ ଓ ଐତିହାସିକ ଡାକ୍ତର ରାଧାଚରଣ ପଣ୍ଡାଙ୍କ ର ୫୨ ତମ ଶ୍ରାଦ୍ଧ ଉତ୍ସବ ବାଣପୁର ବିଧାରପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଓ ଡାକ୍ତର ରାଧା ଚରଣ ପଣ୍ଡା ସ୍ମୃତି… Continue reading ବିଶିଷ୍ଟ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପାଳିତା

ନାଚୁଣୀ କଲେଜରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।

ଖୋର୍ଦ୍ଧା,୨୯ ।୧୦: ନାଚୁଣୀ ମହାବିଦ୍ୟାଳୟଠାରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ପ୍ରଦୀପ୍ତ କୁମାର ରଥଙ୍କ ତତ୍ୱାବଧାନରେ ପ୍ରିୟବ୍ରତ ଦାସଙ୍କ ସହାୟତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ସଦସ୍ୟ, ପରିବେଶ ବିଟ୍‌ର କର୍ମଚାରୀ, ମତ୍ସ୍ୟଜୀବୀ, ପକ୍ଷୀ ସୁରକ୍ଷା କର୍ମୀ ଏବଂ ସପ୍ନା ଏନ୍‌ଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ… Continue reading ନାଚୁଣୀ କଲେଜରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।

ମଣ୍ଡଳ ସ୍ତରୀୟ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଙ୍ଗ କମିଟି ଦ୍ୱାରା ମୂଲ୍ୟାୟନ ।

ଖୋର୍ଦ୍ଧା,୨୮।୧୦:ବିଦ୍ୟାଳୟ ସାମଗ୍ରିକ ବିକାଶ, ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଏବଂ ସହ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ବାଇଁଙ୍କ ଦ୍ୱାରା ଏକ ତିନି ଜଣିଆ କମିଟି ଗଠିତ ହୋଇଅଛି l ଏଥିରେ ମଣ୍ଡଳ ସହ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, TC ଅଜୟ… Continue reading ମଣ୍ଡଳ ସ୍ତରୀୟ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଙ୍ଗ କମିଟି ଦ୍ୱାରା ମୂଲ୍ୟାୟନ ।

You cannot copy content of this page