ରୋଟାରୀ ରୟାଲ୍‌ର୍ ଡିଜି ଓସିଭି ଅନୁଷ୍ଠିତ ।

ଭୁବନେଶ୍ୱର/୦୯:୦୬-ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ପକ୍ଷରୁ ପ୍ରାନ୍ତପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧିକାରୀଙ୍କ କ୍ଲବ୍ ପରିଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ଅନ୍ତିମ ପ‍ଂକ୍ତିର ଲୋକ‌ ପାଖରେ ରୋଟାରୀ ସେବାକୁ ପହଞ୍ଚାଇବା ପାଇଁ ସଂକଳ୍ପ ଘୋଷଣା କରାଯାଇଥିଲା। ଉତ୍ସବରେ କ୍ଲବ୍‌ ସଭାପତି ଅର୍ଜୁନ କୁମାର ସାହୁ ଅଧ୍ୟକ୍ଷତା କରି ଚଳିତ ରୋଟାରୀ ବର୍ଷରେ କ୍ଲବ୍ ପକ୍ଷରୁ ଆୟୋଜନ କରାଯାଇଥିବା ସାମୁହିକ ସ୍ୱାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର ଶିବିର, ବୃଦ୍ଧାଶ୍ରମରେ ଅନ୍ନଦାନ,ପଳାଶୁଣି ସ୍କୁଲର ପାଠ୍ୟ ଭିତିଭୂମିର ବିକାଶ, ସ୍ୱାବଲମ୍ବୀ ମହିଳା ସୃଷ୍ଟି ଓ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ମାଧ୍ୟମରେ ନିଃଶୁଳ୍କ ଚିକିତ୍ସା ସେବା ଇତ୍ୟାଦି ଯୋଗାଇ ଦିଆଯାଇଥିବା ନେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ପ୍ରାନ୍ତପାଳ ଶ୍ରୀ ତ୍ରିପାଠୀ ରୋଟାରୀର ଉତ୍ସର୍ଗୀକୃତ ସେବାକୁ ଅଧିକ ପରିବ୍ୟାପ୍ତ କରିବାକୁ ପାଇଁ ଉପଯୋଗୀ ପରାମର୍ଶ ମାନ ଦେଇଥିଲେ। କ୍ଲବ୍ ସମ୍ପାଦକ ଦୀପକ୍ ସେହିପରି ବାର୍ଷିକ ବୀବରଣୀ ପ୍ରଦାନ କରିବା ସହ ପ୍ରାକ୍ତନ ସଭାପତି ବିଭୂତି ଭୂଷଣ କର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବୁଲେଟିନ ସମ୍ପାଦକ ସ୍ମରଣ ମିଶ୍ରଙ୍କ ଦ୍ଵାରା ସମ୍ପାଦିତ କ୍ଲବ୍ ସ୍ମରଣୀକା ପାଠକାର୍ପିତ ହୋଇଥିଲା। କ୍ଲବ୍ କୋଷାଧ୍ୟକ୍ଷ କୁଳଦୀପ ରଥଙ୍କ ତତ୍ଵାବଧାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ କ୍ଲବ୍ ର ପ୍ରଥମ ମହିଳା ପୁନମ୍ ସାହୁ,ପ୍ରାକ୍ତନ ପ୍ରାନ୍ତପାଳ ରବି ନାରାୟଣ ନନ୍ଦ, ଦେବାଶିଷ ମିଶ୍ର, ଶିବବ୍ରତ ଦାସ, ପରବର୍ତ୍ତୀ ପ୍ରାନ୍ତପାଳ ଅନିଲ କୁମାର ସାମଲ, ବାଦଲ ପରିଡା, ପ୍ରସନ୍ନ ଲେଙ୍କା, ଦେବ ମହାନ୍ତି, ପ୍ରଦୀପ୍ ଦାସ,ପ୍ରତାପ ଚଧୁରୀ , ପ୍ରଶାନ୍ତ ସାହୁ, ବିଶ୍ଵଜିତ ମିଶ୍ରଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସପରିବାରେ ଉପସ୍ଥିତ ଥିଲେ। ପରବର୍ତ୍ତୀ କ୍ଲବ୍ ସଭାପତି ଧନ୍ୟବାଦ୍ ଦେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page