କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖମାରପଦର କ୍ଲଷ୍ଟର ଦ୍ଵାରା ବେନ୍ଦାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୭ ତାରିଖ ଦିନ “ନିପୂଣ ଓଡିଶା ମେଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଖମାରପଦର ସିଆରସିସି ସୁନାଧର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ୧୦ ଜଣ ଲେଖାଏଁ ଯୋଗଦାନ କରି ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ସୁଯୋଗ ମିଳିଥିଲା। ଅକ୍ଷର ଜ୍ଞାନ ସହିତ ଗାଣିତିକ ଜ୍ଞାନ ଓ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଅବଗତ କରିଥିଲେ । ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ବୌଦ୍ଧିକ ସ୍ତରରେ ବିକାଶ ହେବା ସହିତ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସିଆରସି ଶ୍ରୀ ମାଝୀ ମତପ୍ରକାଶ କରିଥିଲେ ।
କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page