ମେଡିକାଲ୍ ତାଲା ଭାଙ୍ଗି ଚୋରି

ଭୁବନ: ଓଡ଼ିଶ ଗ୍ରାମପଂଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରୁ ରାତ୍ର ପ୍ରାୟ ୧୦ ଟା ବେଳେ ଚୋରି ହୋଇଥିବା ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଚୋରମାନେ ତାଲା ଭାଙ୍ଗି କେନ୍ଦ୍ରରେ ଥିବା କମ୍ପ୍ୟୁଟର ସହ ଟିଭିକୁ ଚୋରି କରିନେଇଯାଇଥିବା ସୂଚନା ମିଳିଛି । ତେବେ ଏହି ଚୋରି ଘଟଣାକୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ଲାଗିଥିବା ସିସି ଟିଭି କ୍ୟାମେରା ଯାଂଚରୁ କିଛି ଜଣାପଡୁନାହିଁ ।… Continue reading ମେଡିକାଲ୍ ତାଲା ଭାଙ୍ଗି ଚୋରି

ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

pressmeet at jayadev election area for report card annucment

ଭୁବନେଶ୍ୱର: ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ସରପଞ୍ଚ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତର‌ ସରପଞ୍ଚ ଭାବେ ରମାଲତା ନାୟକ ନିର୍ବାଚିତ ହେବା ପରେ ୨ ବର୍ଷ ୮ ମାସ ମଧ୍ୟରେ ସେ କରିଥିବା ବିଭନ୍ନ ଜନହିତକର ଏବଂ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ‘ବିକାଶର ରିପୋର୍ଟ କାର୍ଡ’ ପ୍ରଦାନ କରିଛନ୍ତି। ସୁଦର୍ଶନ ଦାରୁ ପୀଠ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସରପଞ୍ଚ ଶ୍ରୀମତୀ ନାୟକ ଅଢେଇ ବର୍ଷରୁ… Continue reading ବିକାଶର ରିପୋର୍ଟ କାର୍ଡ ପ୍ରଦାନ କଲେ ସରପଞ୍ଚ

ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତିଭୁବନେଶ୍ୱର: ପ୍ରେମରେ ପଡ଼ିଗଲେ ଆଗପଛ କିଛି ଜଣାପଡେନାହିଁ। ପ୍ରେମୀକୁ ଭଲମନ୍ଦ କିଛି ବି ଫରକ ପଡେନାହିଁ। ସେମିତି ଏକ ଭୁଲ କରି ବସିଛି ଜଣେ ଯୁବତୀ । ଆଉ ଭଲ ପାଇଥିଲା ଜଣେ ମୁସଲମାନ ସଂପ୍ରଦାୟର ଯୁବକକୁ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଭୁବନେଶ୍ବରରେ ଲଭ ଜିହାଦ୍ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା… Continue reading ରାଜଧାନୀରେ ଲଭ ଜିହାଦ୍‌

ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

New Delhi: ବଜାର ଦରଠାର ୁ କମ୍ ଦାମ୍‌ରେ ଦେଶବାସୀଙ୍କୁ ଅଟା ଏବଂ ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଦରଦାମ୍ ବୃଦ୍ଧି ଏବଂ ଧାନ ଓ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅନ୍ତର୍ଗତ ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଭାରତ ଅଟା କିଲୋଗ୍ରାମ୍ ପିଛା ୩୦… Continue reading ସ୍ୱତନ୍ତ୍ର ଯୋଜନାରେ ମିଳିବ ଶସ୍ତା ଅଟା-ଚାଉଳ

ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ… Continue reading ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର 2ୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ

Bhubaneswar: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଦ୍ଵିତୀୟ ଆଚିଭର୍ସ ଆୱାର୍ଡ ଉତ୍ସବ ସ୍ଥାନୀୟ ପଦ୍ମଜା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡିଶାର ୩୦ ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ଆରମ୍ଭ କରିଥିଲା।… Continue reading ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର 2ୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ

ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍… Continue reading ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଇସ୍ତଫା ଦେଲେ

ଭୁବନେଶ୍ୱର: ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ୨୦୨୨ରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ସେ ଓଟିଡିସି ଅଧ୍ୟକ୍ଷ ଗତକାଲି (ଶୁକ୍ରବାର) ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମହାନ୍ତି କହିଛନ୍ତି, ସରକାର ପରିବର୍ତ୍ତନ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ସହ ଆମ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଏକ ରୂପାନ୍ତରୀକରଣ ହେବା… Continue reading ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଇସ୍ତଫା ଦେଲେ

ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟ ଭୋଟ୍

ଆସନ୍ତାକାଲି ଦେଶରେ ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାନ କରିବେ ଭୋଟର । ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟରେ ଆଠ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଏହି ପର୍ୟ୍ୟାୟରେ ବିହାରର ୮, ପଶ୍ଚିମବଙ୍ଗର ୮, ଉତ୍ତର ପ୍ରଦେଶର ୧୪, ଜମ୍ମୁ ଓ କଶ୍ମୀରର… Continue reading ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟ ଭୋଟ୍

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ; ୨୪ରେ ଅବପାତ ସମ୍ଭାବନା

ଭୁବନେଶ୍ୱର: ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେବେ ପଡ଼ିବ ଓ… Continue reading ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ; ୨୪ରେ ଅବପାତ ସମ୍ଭାବନା