ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଭୁବନେଶ୍ୱର: ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ରାଶିକୁ ପୁଣି ବୃଦ୍ଧି କରାଯାଇଛି। ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ୨ଟଙ୍କା ୯୨ପଇସା ଲେଖାଏ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ… Continue reading ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ୍ର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛନ୍ତି ଚକ୍ଷୁ ପରୀକ୍ଷା ଶିବିର । ଏହି ଶିବିର ପ୍ରାୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଳକ୍ରେ ଜାରୀ ରହିଥିବାବେଳେ ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଦୃଷ୍ଟିବାଧିତ ଏବଂ ମୁଖବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଆଖି ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ଚକ୍ଷୁ ପରୀକ୍ଷା ଜନିତ ଚଷମା ଏବଂ ଔଷଧ ପ୍ରଦାନ… Continue reading ଲୁଇସବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ କନ୍ୟା ଶିବିର ଅନୁଷ୍ଠିତ

ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ‘କନ୍ୟା ଭାରତୀ’ ତରଫରୁ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପ୍ରମୁଖ ଇନ୍ଦ୍ର ମଣି ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନିଜର ଆତ୍ମରକ୍ଷା ସମ୍ବନ୍ଧରେ ସଚେତନ କରାଇଥିଲେ। ସେହିପରି କାର୍ଯ୍ୟକ୍ରମରେ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ କନ୍ୟା ଶିବିରର ଉଦ୍ଦେଶ୍ୟ ତଥା ମହତ୍ତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ… Continue reading ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ କନ୍ୟା ଶିବିର ଅନୁଷ୍ଠିତ

ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା,୮|୧: ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ବିଦ୍ୟାଳୟ ହେଉଛି ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ଅବିଛେଦ ଅଙ୍ଗ l ଗୁରୁଙ୍କ ଉଚିତ ଶିକ୍ଷା ଓ ଜୀବନଚର୍ଯ୍ୟା ବିଦ୍ୟାର୍ଥୀଙ୍କ ଜୀବନକୁ ରୁଦ୍ଧିମନ୍ତ କରିଥାଏ l ସେହିପରି ମୁଖ୍ୟବକ୍ତା ଭାବେ ବାଲିଅନ୍ତା… Continue reading ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ସାକ୍ଷୀଗୋପାଳ: ବୃକ୍ଷ ହିଁ ଜୀବନ, ବୃକ୍ଷ ରୋପଣ କରନ୍ତୁ, ପରିବେଶକୁ ସୁରକ୍ଷା ଦିଅନ୍ତୁ । ଏଭଳି ଅନୁଚିନ୍ତା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ନୂଆସୋମେଶ୍ୱରପୁର ସ୍କୁଲ୍ର ୨୦୦୭ ବ୍ୟାଚ୍ ର ପୂର୍ବତନ ଛାତ୍ର ଓ ଛାତ୍ରୀ । ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍କୁଲ୍ ଦିନର ସ୍ମୃତିକୁ ତାଜା କରିବା ସହିତ ପରିବେଶ ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ନବବର୍ଷର ତୃତୀୟ ଦିନ ତଥା ଶୁକ୍ରବାର ବଳପୁର ସାଗରସ୍ନାନ… Continue reading ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ଭୂବନ: ଭୂବନ ବ୍ଲକ୍‌୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ନିନ୍ଦନୀୟ ଘଟଣା। ଚେୟାରମ୍ୟାନ୍ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଅସାଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ତାଙ୍କୁ ଧକ୍କା ମାରିବା ଜଣାପଡିଛି। ଏହାଫଳରେ ପ୍ରଧାନଶିକ୍ଷକଙ୍କ ଗୋଡ଼ ମୋଡିହୋଇଯାଇଛି । ଏଥିନେଇ ପ୍ରଧାନ ଶିକ୍ଷକ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି। ତେବେ ଏହି ସ୍କୁଲ୍ ର ଚେୟାରମ୍ୟାନ୍ ମନୁଆ ମହାନ୍ତ ହୋଇଥିବାବେଳେ ସେ ସବୁବେଳେ ମଦ୍ୟପାନ କରି… Continue reading ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ୍ ଚେୟାରମ୍ୟାନ୍ କଲେ ଦୁର୍ବ୍ୟବହାର

ସେଂଟ୍ ଜୋଶେଫ୍ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଙ୍କୁ ଗୋଲ୍ଡ ମେଡାଲ

oplus_34

ଭୁବନେଶ୍ୱର: ସେଂଟ୍ ଜୋଶେଫ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଆଦ୍ୟା ତ୍ରିପାଠୀଙ୍କୁ ଗଣିତ ଅଲମ୍ପିଆଡ୍ ରେ ଗୋଲ୍ଡ୍ ମେଡାଲ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସେ ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ବହୁ ପୁରସ୍କାର ପାଇଛନ୍ତି । ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ପିତାମାତାଙ୍କ ଅବଦାନ ରହିଛି ବୋଲି ପ୍ରକାଶ କରିଛନ୍ତି ।

ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ୨୦୨୩-୨୪ର କୃତିଛାତ୍ରଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼: ଚଳିତ ଶିକ୍ଷାବର୍ଷ ତା ୦୩/୧୨/୨୦୨୩ ରିଖରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଶ୍ରେଣୀ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷାର ଫଳାଫଳ ତା ୦୮/୦୩/୨୦୨୪ ରିଖରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଡପଥୁରିଆ, ଆଞ୍ଚଳିକ ମଇ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନଂ ରଖି ଷ୍ଟେଟ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଅଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା।… Continue reading ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ୨୦୨୩-୨୪ର କୃତିଛାତ୍ରଙ୍କୁ ସମ୍ବର୍ଦ୍ଧନା

You cannot copy content of this page