ଭୁବନେଶ୍ୱର: ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ “ଶିକ୍ଷା ଅଧିକାର ସମ୍ମେଳନ” ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ଉପଲବ୍ଧ କରିବା l ଏହା ସରକାରଙ୍କ ମୌଳିକ ଦାୟିତ୍ୱ l ଦେଶର ପ୍ରତ୍ୟେକ ଶିଶୁକୁ ତାର ନିକଟରେ ଅର୍ଥାତ ତା ହାତ ପାହାନ୍ତlରେ ଶିକ୍ଷାଦାନ ଉପଲବ୍ଧ କରାଇବା l ଏଥିରେ 6 ରୁ 14 ବର୍ଷ ପର୍ଯ୍ୟନ୍ତ ଦେଶର ସବୁ ପିଲା ଯେମିତି ପାଠ ପଢି ପାରିବେ l ଏହି କ୍ଷେତ୍ରରେ ବିଭିନ୍ନ ସମୟରେ ନିରନ୍ତର କାର୍ଯ୍ୟ କରି ଓଡିଶା ଅଭିଭାବକ ମହାସଂଘ ସମସ୍ୟା ସମାଧାନ ପାଇଁ 2016 ମସିହାରୁ ନିରବଛିନ୍ନ ଉଦ୍ୟମ ଜାରି ରଖିଛି l ଏହି ପ୍ରୟାସର ଏକ ପଦକ୍ଷେପ ସ୍ୱରୂପ ଆଜି ଶିକ୍ଷା ଅଧିକାର ସମ୍ମେଳନର ଆୟୋଜନ କରାଯାଉଛି l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମେଳନରେ ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ନ୍ୟାୟମୂର୍ତ୍ତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟ ରତ୍ନ ନନ୍ଦ ଏହି ସମ୍ମେଳନରେ ଅତିଥି ଭାବେ ଯୋଗଦେଇଥିଲେ l ନ୍ୟାୟମୂର୍ତ୍ତି ଷଡ଼ଙ୍ଗୀ ଏହି ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ କି ସରକାରୀ ସ୍କୁଲକୁ ସରକାର ବନ୍ଦ କରିଦେବା ଏକ ଭୁଲ ନିଷ୍ପତି ଥିଲା l ଏହା ଏବେ ଲୋକମାନଙ୍କ ସାମ୍ବିଧାନିକ ଅଧିକାର l ସରକାର ସରକାରୀ ବିଦ୍ୟାଳୟକୁ ବନ୍ଦ କରିପାରିବ ନାହିଁ l ସରକାରୀ ଓ ବେସରକାରୀ ସ୍କୁଲ ସମାନ ଭାଗେ ଆଗକୁ ବଢିବା କୁ ଡଃ ଷଡ଼ଙ୍ଗୀ ଗୁରୁତ୍ୱ ଦେଇଥିଲେ l ଅସମାନତା କେବଳ ସରକାର ହି ସୃଷ୍ଟି କରିଛନ୍ତି l ପିଲାକୁ ତାର ଘର ପାଖରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର l ଅଭିଭାବକ ମାନେ ପିଲାଙ୍କୁ ସ୍କୁଲକୁ ପାଠ ପଢାଇବାକୁ ଛାଡ଼ୁଛନ୍ତି ମାଗଣାରେ ଖାଦ୍ୟ, ପୋଷାକ କି ସାଇକେଲ ପାଇଁ ନୁହେଁ ତେଣୁ ସରକାରୀ ସ୍କୁଲ ରେ ପାଠ ପଢାକୁ ପ୍ରାଥମିକତା ଦେଇ ପ୍ରଥମେ ଭିତିଭୂମି ଓ ଆବଶ୍ୟକ ଶିକ୍ଷକ ଓ ଶିକ୍ଷା ଉପକରଣ ଯୋଗାଣ ସହ ଗୁଣାତ୍ମକ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବା ଉଚିତ l ପ୍ରକଳ୍ପ ଭିତିକ ଶିକ୍ଷକ ନିଯୁକ୍ତି ଏକ ଘୃଣ୍ୟ ବ୍ୟବସ୍ଥା l ଆମର ପୂର୍ବ ଆଦର୍ଶ ଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରଣାଳୀକୁ ଗୁରୁତ୍ୱ ଦିଅନ୍ତୁ ଆମେ ବିଦେଶୀ ଢାଞ୍ଚାରେ କେବଳ ନକଲିରେ ପଡି ମାଗି ଆଣିଲା ବୁଦ୍ଧି ରେ ହାସ୍ୟାସ୍ପଦ ହୋଇ ମହାନ ଗୁରୁକୁଳ ପଦ୍ଧତିର ଶିକ୍ଷା ବ୍ୟବସ୍ତାକୁ ମାରି ସାରିଛେ l ଆଦର୍ଶବୋଧ ଶିକ୍ଷା ବ୍ୟବସ୍ଥା ନିହାତି ରହିବା ଉଚିତ l ପୂର୍ବତନ ଆଇ ଏ ଏସ ଓ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟରତ୍ନ ନନ୍ଦ କହିଲେ କି ଗଣଶିକ୍ଷା ବିଭାଗ, ଓଡିଶା ଅଭିଭାବକ ମହାସଂଘ, ବେସରକାରୀ ସ୍କୁଲ ଅଧିକାରୀ, ଶିକ୍ଷକ ନେତା ସମସ୍ତଙ୍କୁ ନେଇ ଏକ ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ କମିଟି କରି ସମୟ ଅନୁପାତରେ ପ୍ରତି ମାସରେ ବୈଠକ କରି ଅଭିଯୋଗ ଶୁଣାଣି ସହ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହେଉ l ଆଜି ଗୀତ ଗିବିନ୍ଦ ଭବନ ଠାରେ ଆୟୋଜିତ ଏହି ଶିକ୍ଷା ଅଧିକାର ସମ୍ମେଳନ ପ୍ରାରମ୍ଭରେ ଶିକ୍ଷା ଅଧିକାର ଅଭିଭାବକ ସଂଘ ଉପଦେଷ୍ଟା ଆଦିଶା ମହାନ୍ତି ସମ୍ମେଳନ ର ଲକ୍ଷ୍ୟ ଉପରେ କହିବା ସହ ଓଡିଶା ଅଭିଭାବକ ମହାସଂଘ ଭବିଷ୍ୟତରେ ପ୍ରତି ବର୍ଷ ପ୍ରାୟ ପଚାଶ ହଜାର ପିଲାଙ୍କୁ ପାରଦର୍ଶୀ ପୋର୍ଟାଲରେ ନାମ ଲେଖେଇବା ସହ ସେମାନଂକୁ ମାଗଣା ବହି, ସ୍କୁଲ ୟୁନିଫର୍ମ, ଜୋତା ଯୋଗେଇଦେବାକୁ ଲକ୍ଷ୍ୟ ଥିବା କହିଥିଲେ l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ 2018 ମସିହାରୁ ବିଭିର୍ଣ୍ଣ ସ୍ତରରେ ଆନ୍ଦୋଳନ କରୁଥିଲେ ମଧ୍ୟ ତାହା ହୋଇନାହିଁ l 2024 ମସିହାରେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହାକୁ କଡାକଡି ମାନି ଏକ କୋଚି ସେଣ୍ଟର ରେଗୁଲେସନ ପାଇଁ ଆଇନ ଆଣିବାକୁ ଏକ ପିଟିସନ ଜାତୀୟ ମାନବିକ ଅଧିକାର ଆୟୋଗକୁ ପ୍ରଦାନ କରିଥିଲେ l ଆକାଶ, ଆଲେନ ପରି କୋଚି ସେଣ୍ଟର ବିରୁଦ୍ଧରେ ପିଲାମାନଙ୍କୁ କିପରି ବିପଦ ଅବସ୍ଥାରେ ପଢ଼ାଉଛନ୍ତି ତା ଉପରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ l ଅନ୍ୟ ଅତିଥି ଏନ ଏଚ ଆର ସି କୋର କମିଟି ସଦଶ୍ୟ ମନୋଜ ଜେନା କାହିଁକି 3 ଲକ୍ଷ୍ୟ ପିଲା ପାଠ ପ୍ରାଥମିକ ସ୍ତରରେ ଛାଡ଼ୁଛନ୍ତି ତାହାକୁ ଗୁରୁତର ସହ ବିଚାର କରି ବନ୍ଦ କରିବା ଦରକାର l ଆର ଟି ଇ ଫୋରମ ର ଅଧକ୍ଷ ଅନିଲ ପ୍ରଧାନ ସରକାରୀ ସ୍କୁଲ ବନ୍ଦ ଦ୍ୱାରା ପ୍ରାୟ ପିଲା ପାଠ ପଢ଼ା ଛାଡିଥିବା ନିଜର ଅନୁଭୂତି ବର୍ଣନା କରିଥିଲେ l ଓଡିଶା ଅଭିଭାବକ ମହାସଂଘ ମହାସଚିବ ଅଶୋକ ପାଇକରାୟ ସ୍କୁଲ ବନ୍ଦ ଓ ମିଶ୍ରଣ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ପାରଦର୍ଶୀ ପୋର୍ଟାଲରେ ଥିବା ସ୍କୁଲର ପଞ୍ଜିକରଣ ସମସ୍ୟା, ସତ୍ୟବ୍ରତ ପରିଜା ସ୍କୁଲ ବ୍ୟାଗ ଓଜନ, ଭୁବନେଶ୍ୱର ସଭାପତି ପଦ୍ମନାଭ ସାହୁ ଡମି ସ୍କୁଲ କିପରି ବ୍ୟାପକ ଲୁଟ କରୁଛନ୍ତି, ଓଡିଶା ଶିକ୍ଷା ବିକାଶ ସଂସ୍ଥାନର ସାଧାରଣ ସମ୍ପାଦକ ଡଃ କରୁଣାକର ପ୍ରଧାନ, ମହାବୋଧି ସୋସାଇଟି ସମ୍ପାଦକ ସୌରେନ୍ଦ୍ର ମହାପାତ୍ର, ବରଗଡ଼ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘ ସଭାପତି ବିମଲ ଦାସ, ଜଗତସିଂପୁର ସଭାପତି ସୁରେଶ ସ୍ୱାଇଁ, ପ୍ରାଇଭେଟ ସ୍କୁଲ ସଙ୍ଘ ସମ୍ପାଦକ ଅବନ୍ତୀ ସୁତାର, ସୁରେଶ ସାମନ୍ତରାୟ, ବିଷ୍ଣୁ ଆଚାର୍ଯ୍ୟ, ଓଏମ ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ସୁବ୍ରତ ସାହୁ, ମିଲ୍ଲୀ ସାହୁ, ଏସକେ କାମୁଲ୍ଲୀଉଁଦିନ, ପୂର୍ଣ୍ଣ ମହାପାତ୍ର, ରାଜ୍ୟରେ ପ୍ରlୟ 7600 ସ୍କୁଲ ସରକାର ବନ୍ଦ କରି ତାକୁ l 1=ଅନ୍ୟ ସ୍କୁଲ ରେ ମିଶ୍ରଣ କରିବା ଦ୍ୱାରା ଅନେକ ପିଲା ପାଠ ପଢ଼ାରୁ ବଂଚିତ ହେଲେ l ପ୍ରକୃତିକ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଏହା ଦ୍ୱାରl ଅନେକ ପିଲା ପାଠ ଛାଡି ଶିଶୁ ଶ୍ରମିକ ହେଲେ l ଏହା ରାଜ୍ୟରେ ଏକ ପ୍ରମୁଖ ସମସ୍ୟା, 2= ବେଆଇନ ଭାବେ ଡମି ସ୍କୁଲ ବର୍ତମାନ ଏକ ଶିକ୍ଷା କଳାବଜାରୀ ଭଳି ମାଡି ଚାଲିଛି l ଏଥିରେ ଅଭିଭାବକ ଶୋଷଣ ସହ ଛାତ୍ର ଛାତ୍ରୀଙ୍କ ସରବାଙ୍ଗୀନା ବିକାଶ ଓ ସାମାଜିକ ସନ୍ତୁଳନ ତଥା ସାମାଜିକ ଦାୟିତ୍ୱ ବୋଧ ନଷ୍ଟ ହେବାକୁ ବସିଛି l 3=ବେଆଇନ କୋଚିଂ ସେଣ୍ଟର ଏକ ବ୍ୟାଧି ଭଳି ମାଡି ଚାଲିଛି l କେନ୍ଦ୍ର ସରକାର ଏକ ଗାଇଡ଼ ଲାଇନ ଆଣିଲେ ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ସ୍ୱତନ୍ତ୍ର ଆଇନ କିମ୍ବା କେନ୍ଦ୍ର ଆଇନ ଲାଗୁ ହୋଇପାରିଲା ନାହିଁ l ମାଳ ମାଳ କୋଚିଂ ସେଣ୍ଟର ଜାଲି ଫଟୋ ଓ ସୁନେଲି ସ୍ବପ୍ନ ଦେଖାଇ କେବଳ ପଇସା ଲୁଟିବା ଆଳରେ ପିଲାଙ୍କ ପାଠକୁ ଶିକ୍ଷା ପସରl ମେଲାଇ ହାଟ ବଜାର ରେ ପରିବା ବିକିଲା ଭଳି ପାଠ ବିକୁଛନ୍ତି l ଏହି ମାୟାରେ ପଡି ଅନେକ ପିଲା ଆତ୍ମହତ୍ୟା କରିବା ସହିତ ଅନେକ ପରିବାର ମଧ୍ୟ ଛାର ଖlର ହେଇ ଯାଉଛି l ରାଜ୍ୟରେ ଶିକ୍ଷା ଅଧିକାର ଆଇନ ତଃ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପିଲାଙ୍କୁ ପାଠ ପଢ଼ାଇବା ଉଦ୍ୟେଶରେ ପାରଦର୍ଶୀ ପୋର୍ଟାଲ ଖୋଲି ଆଡ଼ମିସନ ପ୍ରକ୍ରିୟା ଚାଲିଛି l ହେଲେ ରାଜ୍ୟରେ ପ୍ରାୟ 8700ପ୍ରାଇଭେଟ ସ୍କୁଲ ରହିଛି l ସେଥିରେ ଅତି କମରେ 60 ହଜାର ରୁ ଉର୍ଦ୍ଧ ପିଲା ଏହି ଯୋଜନାରେ ମାଗଣାରେ ପଢି ପରିବା କଥା l ହେଲେ ଏହି ପୋର୍ଟାଲ ରେ ପଞ୍ଜିକରଣ ଆରମ୍ଭ ଦିନ ମାତ୍ର 2400 ସ୍କୁଲ ଉପଲବ୍ଧ ଥିଲା l ଆଜି ତାରିକ ରେ 3800 ସ୍କୁଲ ଅଛି l ଯେଉଁ ପିଲା ଆବେଦନ କରିବ ସେ ଯଦି ତାର ଇଛା, ଆବଶ୍ୟକ, ଓ ସୁବିଧା ପାଇଁ ସ୍କୁଲ ଏଥିରେ ନଥିବ ତେବେ ତାର ଅଧିକାର କ୍ଷୁର୍ଣ ହେଲl l ଗତବର୍ଷ ପ୍ରାୟ 4500 ସ୍କୁଲ ଏହି ଯୋଜନାରେ ପାଠ ପଢ଼ାଉଥିଲେ l ସେମାନେ ଏବର୍ଷ କୁଆଡେ ଗଲେ l ସେମାନେ ଯଦି ଏବର୍ଷ ଏହି ଯୋଜନାରେ ପାଠ ନପଢ଼ାଇବେ ଓ ସରକାରୀ ଅନୁଦାନ ନପାଇବେ ସେମାନେ ପୂର୍ବରୁ ପଢ଼ାଉଥିବା ପିଲାଙ୍କୁ ମଧ୍ୟ ସ୍କୁଲ ରୁ ବାହାର କରିଦେବେ l ଏହା ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିବ l ଏଥି ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସମାଧାନ ଏବଂ ସରକାରଙ୍କୁ ପ୍ରସ୍ତାବ ଓ ସୁପାରିଶ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା l ନ୍ୟାୟାମୁର୍ତ୍ତି ଡ଼ଃ ଷଡ଼ଙ୍ଗୀ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ଏନ ଏଚ ଆର ସି ର ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ କରି ବିଭିନ୍ନ ସମସ୍ୟାର ଶୁଣାଣି ସହ ତୁରନ୍ତ ଓ ତ୍ୱରିତ ସୁପାରିଶ କରି ସରକାରଙ୍କୁ ଏ ସଂକ୍ରାନ୍ତରେ କଠୋର ପଦକ୍ଷେପ ପାଇଁ ନିର୍ଦେଶ ଦେବାକୁ ପ୍ରତିଶୃତି ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ତିନି ଶହରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ l
ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମାଇଲଖୁଣ୍ଟ ସ୍ଥାପନ କଲା ଓଁ ଶିବ ବାବା ଟ୍ରଷ୍ଟ
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ
ରାଜ୍ୟସ୍ତରୀୟ ଶ୍ରୀ ପଞ୍ଚରତ୍ନ ଶ୍ରୀମଦ ଭଗବଦ ଗୀତା ପ୍ରଚାର ସଂଘ ଓଡିଶାର ପ୍ରଥମ ବାର୍ଷିକ ଉତ୍ସବ
ବୋଲଗଡ: (ଅଖିଳ ସୁନ୍ଦରାୟ) ଗତ ତା ୨୨.୦୨.୨୦୨୬ ରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ପଞ୍ଚରତ୍ନ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଚାର ସଂଘ ଓଡ଼ିଶା ତରଫରୁ ଏକ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଓଡ଼ିଶାର ପ୍ରତି କୋଣ
ଆସୁଛି ଲଗାତାର ଦୁଇଟି ଲଘୁଚାପ, ଧୋଇଯିବ କି ଦଶହରା ?
ଆଜି ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଆସନ୍ତାକାଲି (26 ତାରିଖ) ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର
ଓଡିଶାରୁ ଗୁଜରାଟ: ବ୍ରହ୍ମପୁରରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ
ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ । ଏହି ନୂତନ ଟ୍ରେନ୍ ସେବା
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର ଦକ୍ଷିଣ
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ବିଦେଶ ଗ୍ରସ୍ତ
ଭୁବନେଶ୍ୱର: ସ୍ଥାନୀୟ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟନିପୁଣାର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଅନୁଷ୍ଠାନ ର ନୃତ୍ୟାଙ୍ଗନାମାନେ ଦୁବାଇର AI AJYAL THEATRE ଠାରେ ଓଡ଼ିଶୀ
ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ
ଶୁଭିଲାଣି କୁଶଭଦ୍ରାର ସ୍ୱର, ଉପମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ
ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ
ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ
ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ