ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

କଳାହାଣ୍ଡି,୧୬/୧(ପ୍ୟାରିଲାଲ ଦୁର୍ଗା): ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ପକ୍ଷୀଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।ଏହି ପାରିପେଖି ରେ ଆଜି କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନାଞ୍ଚଳ ଅଧିନସ୍ତ କଲମପୁର ବନପାଳ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ କଲମପୁର ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ଗୁରୁବାର କଲମପୁର ବନପାଳ ଏକାଦଶୀ ନାଏକ ଙ୍କ ନେତୃତ୍ୱରେ ଏକଦଳ ଆଦର୍ଶ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଅବଗତ କରାଇ ଥିଲେ। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ନାମ ଗଣନା ସହିତ ପରିବେଶ ପ୍ରତି ପକ୍ଷୀଙ୍କ ଅବଦାନ ନେଇ ବିସ୍ତୃତ ବର୍ଣ୍ଣନା କରିଥିଲେ।ଏଥିସହ ନିକଟରେ ଥିବା ପୋଖରୀ ପାଖକୁ ନେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ।ଏଥିରେ ବନରକ୍ଷକ ସୁହାଗ ରଞ୍ଜନ ପଣ୍ଡା, ସୁଧାଂଶୁ ସାହୁ, ସୁଚିତ୍ର ପ୍ରଧାନ, ରଞ୍ଜିତା ଖାଡିଆ,ରବି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ମାଧବ ମାଝି, କୌଶିକ କଁଟା, ମିଳନ ମାଝି ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page