ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୪୦୦ ମୃତ, ୨୫୦ ଆହତ


ନୂଆଦିଲ୍ଲୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିବାରୁ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୋମବାର ରାତି ପ୍ରାୟ ୯ଟା ବେଳେ ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନିଶା ନିବାରଣ ହସ୍?ପିଟାଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବାରୁ ଏହାର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଛି । ଫଳରେ ଏଠାରେ ଚିକିତ୍ସିତ ହେଉଥିବା ନିଶାସକ୍ତଙ୍କ ମଧ୍ୟରୁ ୪୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହସ୍ପିଟାଲର ଏକ ବୃହତ୍ତ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ସେହି ଭଗ୍ନାବଶେଷ ତଳ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ଆଫଗାନିସ୍ତାନ ଅଭିଯୋଗ କରିଛି ଯେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରୁଛି । ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏହା ଭିତ୍ତିହୀନ ବୋଲି କହିଛି ପାକିସ୍ତାନ ।ପାକିସ୍ତାନର ସୂଚନା ମନ୍ତ୍ରୀ ଅତ୍ତାଉଲ୍ଲାହ ତରାର କହିଛନ୍ତି ଯେ ପାକିସ୍ତାନୀ ସେନା ଆଫଗାନିସ୍ତାନର ରାଜଧାନୀ କାବୁଲ ଓ ପୂର୍ବପ୍ରାନ୍ତରେ ଥିବା ନଙ୍ଗାରହର ସ୍ଥିତ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା । ଏଥିରେ କାବୁଲରେ ଥିବା ଦୁଇଟି ସାମରିକ ପ୍ରତିଷ୍ଠାନ ନଷ୍ଟ ହୋଇଯାଇଛି । ତା’ ମଧ୍ୟରୁ ଗୋଟିଏରେ ଗୁଳିଗୋଳା ରଖା ଯାଇଥିଲା । ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବାର କିଛି ସମୟ ପୂର୍ବରୁ ଦୁଇ ଦେଶର ସୀମାରେ ଉଭୟ ପକ୍ଷର ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଥିରେ ଆଫଗାନିସ୍ତାନର ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଗତ ଫେବ୍ରୁଆରୀ ମାସ ଶେଷ ଆଡ଼କୁ ଦୁଇ ଦେଶ ମଧ୍ୟ ଆରମ୍ଭ ହୋଇଥିବା ଏହି ଲଢ଼େଇ ତୃତୀୟ ସପ୍ତାହରେ ପହଞ୍ଚିଛି । ଆଫଗାନିସ୍ତାରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିବା ପରେ ଆଫଗାନିସ୍ତାନ ମଧ୍ୟ ଏହାର ପାଲଟା ଜବାବ ଦେଇ ଆକ୍ରମଣ କରିଥିଲା । ପାକିସ୍ତାନର ଏୟାରଷ୍ଟ୍ରାଇକରେ ଆଫଗାନିସ୍ତାରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି କାବୁଲ କହିଥିଲେ । ଦୁଇ ଦେଶ ମଧ୍ୟରେ ଏହି ଲଢ଼େଇ ଭିତରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହା ହେଉଛି ଆଫଗାନିସ୍ତାନ ସହିତ ଖୋଲା ଯୁଦ୍ଧ । ପାକିସ୍ତାନ ସରକାର ଅଭିଯୋଗ କରିଆସୁଛନ୍ତି ଯେ ଆଫଗାନିସ୍ତାନ ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଘୋଷିତ ‘ପାକିସ୍ତାନୀ ତାଲିବାନ’ର ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଛି । ଏହା ସହିତ ବାଲୁଚ୍ ବିଚ୍ଛିନ୍ନତାବାଦୀ ସଂଗଠନ ଓ ଅନ୍ୟ ଆତଙ୍କବାଦୀମାନଙ୍କୁ ଏହା ଆଶ୍ରୟ ଦେଇଛି, ଯେଉଁମାନେ ପାକିସ୍ତାନର ସୁରକ୍ଷା ବଳ ଓ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଛନ୍ତି । ଅନ୍ୟପକ୍ଷରେ କାବୁଲ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page