ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ “ଆମେ ଜାଣିବା, ଆମେ ଜିଣିବା” କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତ ର ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ‘ଆମେ ଜାଣିବା, ଆମେ ଜିଣିବା ‘ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ

ସରପଞ୍ଚ ଚାନ୍ଦିନୀ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହ ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯକ୍ଷ ବଡ଼ମାଝୀ, ଅଭିଭାବକ ଶରତ ମୁଠା ମାଝୀ ପ୍ରମୁଖ ମଞ୍ଚା ସିନ କରିଥିଲେ। ହିନ୍ଦୀ ଶିକ୍ଷକ ବିଶ୍ବ ରଞ୍ଜନ ମାଣ୍ଡୋଇ ମଞ୍ଚ ସଂଯୋଜନା କରିଥିଲେ । ଅଭିଭାବକ ଓ ଅତିଥି ମାନଙ୍କୁ ବିଦ୍ୟାଳୟ ର ଛାତ୍ରୀ ମାନେ ଫୁଲ ଚନ୍ଦନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣ ପଠନ କରିବା ସହ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କ ରେ ଅବଗତ କରାଇ ଥିଲେ, ମୁଖ୍ୟବକ୍ତା ପ୍ରଧାନ ଛାତ୍ରୀମାନଙ୍କ ଜୀବନ କୌଶଳ, କଳା ଓ ସୁରକ୍ଷା ସମ୍ପର୍କ ରେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ରୀ ମାନଙ୍କ ଶିକ୍ଷା ର ଅଗ୍ରଗତି ନିମନ୍ତେ ଅଭିଭାବକ ମାନଙ୍କ ଗୁରୁ ଦାୟିତ୍ଵ ରହିଛି, ଅଭିଭାବକ ମାନଙ୍କ ସହଭାଗିତାରେ ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ କରାଯାଇ ପାରିବ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା।ସହକାରୀ ଶିକ୍ଷକ କମଳ ଦେହୁରୀ ଚଳିତ ବର୍ଷର ର ପରୀକ୍ଷା ଫଳ ଘୋଷଣା କରିଥିଲେ। ସହକାରୀ ଶିକ୍ଷକ ଅମିତ କୁମାର ଦୀପ ସରକାରଙ୍କ ଠାରୁ ଆସୁଥିବା ଅନୁଦାନ, ପ୍ରମାଣ ପତ୍ର ଯୋଗାଡ଼, ବ୍ୟାଙ୍କ ଓ ଆଧାର ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କ ରେ ଉପସ୍ଥିତ ଥିବା ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଜଣାଇ ଥିଲେ।ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page