ଏନ୍‌ଡିଆର୍‌ଏଫ୍ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗ ପରିସରରେ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନାର ରାଜ୍ୟ ସାଧନ କର୍ମୀ ରାମ ନାରାୟଣ ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା, ସିପିଆର୍ ,ଅଗ୍ନି ନିର୍ବାପନ କୌଶଳ, ପାଣିରେ ବୁଡିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା କୌଶଳ, ଷ୍ଟ୍ରେଚର୍ ତିଆରି କରିବା କୌଶଳ, ୧୧୨ ବ୍ୟବହାର, ଭୂମିକମ୍ପ, ଅଂଶୁଘାତ, ବନ୍ୟା, ବାତ୍ୟା, ଘରପୋଡ଼ି, ବିଜୁଳି ମାରିବା ସମୟରେ କିଭଳି ସ୍ଥିତିରେ ରହିବା ଇତ୍ୟାଦି ବିଷୟରେ ଡେମୋନଷ୍ଟ୍ରେସନ୍ ମାଧ୍ୟମରେ ସବ୍ ଇନ୍ସପେକ୍ଟର ଭିଭେକ କୁମାର ପାଣ୍ଡେ ଓ ଏନଡିଆରଏଫ୍ ଦଳର ସୁନୀଲ କୁମାର, ଚନ୍ଦ୍ରହାସ କୁମାର, ଚୁମ୍ବିଲାଲ୍ ପ୍ରଧାନ, ଲକ୍ଷ୍ମୀଧର ସ୍ବାଇଁ, ପଙ୍କଜ ଶର୍ମା ପ୍ରମୁଖ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମ୍ମୁଖରେ ଦେଖାଇଥିଲେ। ଶିକ୍ଷକ ସୁଦର୍ଶନ ଦାଶ, କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ନନ୍ଦ, ଦୀପକ ସେନ ଧରୁଆ, ସମୀର ସେଠି, ମନରଞ୍ଜନ ପରିଡ଼ା, ଅବିନାଶ ଭୋଇ, ହିମାଂଶୁ ବିଶ୍ଵାଳ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକ, କାନ୍ତୀ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିକ୍ଷକ ଦେବେଶ କୁମାର ହୋତା କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page