ଏପ୍ରିଲ-୧ କଳା ଦିବସରେ କୋସଲ ସଂଗ୍ରାମୀମାନଙ୍କ ବ୍ୟାପକ ଗିରଫଦାରୀ ଅଗଣତାନ୍ତ୍ରିକ ଅଟେ- ପ୍ରମୋଦ ମିଶ୍ର

ବଲାଙ୍ଗିର: ଏପ୍ରିଲ ୧ ତାରିଖ । ରାଜ୍ୟ ସରକକାର ଏ ବର୍ଷ ଏହି ଦିନଟିକୁ ଉତ୍କଳ ଦିବସ ପରିବର୍ତ୍ତେ ଓଡିଶା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କୋସଲ ଆନ୍ଦୋଳନ ତରଫରୁ ଏହି ଦିବସକୁ କଳା ଦିବସ ରୂପେ ଆହ୍ୱାନ ଦିଆଯାଇଛି । ଓଡିଶା ସହ କୋଶଳାଂଚଳର ମିଶ୍ରଣକୁ ପ୍ରତିବାଦ କରି ଏଭଳି କଳା ଦିବସ ପ୍ରତିବର୍ଷ ପାଳିତ ହେଉଛି । ଏହି ଆହ୍ୱାନକୁ ସମ୍ମାନ ଦେଖାଇ ସମଗ୍ର କୋଶଳାଂଚଳରେ ବିଭିନ୍ନ ଜାଗାରେ କଳାପତାକା ଉତ୍ତୋଳନ, କଳା ବ୍ୟାଚ ପରିଧାନ ଓ ପ୍ରତିବାଦ ସଭା ମାଧ୍ୟମରେ କଳା ଦିବସ ପାଳିତ ହୋଇଛି । କିନ୍ତୁ ଲଜ୍ଜାର କଥା ଏହି ଯେ ଏହି କଳା ଦିବସକୁ ଭଣ୍ଡୁର କରିବା ପାଇଁ କୋସଳାଂଚଳର ସର୍ବତ୍ର କୋସଳ ସଂଗ୍ରାମୀମାନଙ୍କୁ ଗିରଫ କରାଯାଇଛି । ଏଭଳିକି ମୁଁ ବଲାଙ୍ଗିରେ ଅନୁପସ୍ଥିତ ଥିବା ବେଳେ ମଧ୍ୟ ମୋ ବାସଭବନକୁ ପୋଲିସ ଜଗିଛନ୍ତି । ୧୯୯୧ ମସିହାରୁ ପ୍ରତିବର୍ଷ ଏପ୍ରିଲ-୧ ତାରିଖରେ କଳା ଦିବସ ପାଳିତ ହେଉଛି । କିନ୍ତୁ ପ୍ରଥମ ଥର ଏଭଳି ବ୍ୟାପକ ଗିରଫଦାରୀ ପୋଲିସ ଦ୍ୱାରା ହୋଇଛି । ଯାହାକି ଅତିବ ନିନ୍ଦନୀୟ ତଥା ଗଣତନ୍ତ୍ର ଓ ସଂବିଧାନ ବିରୋଧି କାର୍ଯ୍ୟକଳାପ ଅଟେ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଏଭଳି ଗିରଫଦାରୀ କରି ରାଜ୍ୟ ସରକାର ତାଙ୍କର କୋସଳ ବିରୋଧୀ ମନୋଭାବ ପ୍ରଦର୍ଶନ କରିବା ସତ୍ତ୍ୱେ ସହ କଳ ଦିବସ ପାଳନକୁ ସଫଳ ହେଲା ବୋଲି ସ୍ୱୀକାର କରିଛନ୍ତି । ଏଭଳି ଗିରଫଦାରୀରୁ ଶିକ୍ଷାଲାଭ କରି କୋସଳାଂଚଳର ସବୁ ସଂଗଠନ ଓ ସଂଗ୍ରାମୀ ତୁରନ୍ତ ଆଗାମୀ ଦିନରେ ଏକତ୍ରିତ ହୋଇ ସ୍ୱତନ୍ତ୍ର କୋସଳ ଆନ୍ଦୋଳନ କୁ ଆହୁରି ତେଜୀୟାନ କରନ୍ତୁ ବୋଲି ଶ୍ରୀ ମମିଶ୍ର ଆହ୍ୱାନ ଦେବା ସହ ଆଗାମୀ ଏପ୍ରିଲ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପ୍ରତିବାଦ ସପ୍ତାହ ପାଳନ କରିବା ସହ ପ୍ରତ୍ୟେହ ବିଭିନ୍ନ ଅଂଚଳରେ ଏଭଳି ଅଗଣତାନ୍ତିକ ଗିରଫଦାରୀ ବିରୁଦ୍ଧରେ ବିଭିନ୍ନ ଅଂଚଳରେ ବିଭିନ୍ନ ସଂଗଠନ ତରଫରୁ ସରକାରଙ୍କୁ ଦାବୀ ପତ୍ର ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page