ଧର୍ମଗଡ/୨୫/୬
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝଇ ଟ୍ୟାଙ୍କର ରାସ୍ତା କଡ଼ରେ ଥିବା ବାଉଣ୍ଡେରୀ ରେ ପିଟି ହୋଇଯାଇଛି l ବିଳମ୍ବିତ ରାତିରେ ଏଲପିଜି ଗ୍ୟାସ ବୋଝଇ ଟ୍ରାଙ୍କର CGO7/CX7264 ଧର୍ମଗଡ଼ ଦେଇ ଗୋଲାମୁଣ୍ଡା ବ୍ଲକ ଅଭିମୁଖେ ଯାଉଥିଲା l କୌଣସି କାରଣରୁ ଭାରସାମ୍ୟ ହରାଇ ବିଜୁ ଏକ୍ସପ୍ରେସ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବାଉଣ୍ଡରି ରେ ପିଟି ହୋଇଥିବା ବେଳେ ଟ୍ରକର ଇଞ୍ଜିନ ଚୁରମାର ହୋଇଯାଇଛି l ଟ୍ରକ ଡ୍ରାଇଭର ଓ ହେଲ୍ପର ଅଳ୍ପେକ ବର୍ତ୍ତି ଯାଇଥିବା ଜଣା ପଡିଛି l ଖବର ପାଇଁ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି l
ଜନ୍ମେଜୟ ନାଏକ ଙ୍କ ରିପୋର୍ଟ, କଳାହାଣ୍ଡି