ଭୁବନ: ଭୁବନ ବ୍ଳକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପ୍ରତ୍ୟକ୍ଷ ମା’ ଚର୍ଚ୍ଚିକା ପୀଠ ଠାରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଖୁବ୍ ଆନ୍ଦନ ଓ ଉଲ୍ଲାସର ସହ ସମାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମନ୍ଦିର ନିର୍ମାଣ ତଥା ଗର୍ଭଗୃହ ରତ୍ନ ମୁଦି ଉତ୍ସବକୁ ପ୍ରତିଷ୍ଠାତା ମିଲନ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି

ଭାବେ ସ୍ଥାନୀୟ ଅଂଚଳର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ଉତ୍ସବରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ତଥା ଭକ୍ତ ଉପସ୍ଥିତ ରହିଥିବାବେଳେ ଆଖପାଖ ଗ୍ରାମରୁ ମଧ୍ୟ ଭକ୍ତମାନେ ଆସିଯୋଗଦେଇଥିବା ଜଣାପଡିଛି । ରତ୍ନ ମୁଦି ଉତ୍ସବ ଅବସରରେ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରସାଦ ସେବନ ପାଇଁ ଗ୍ରାମର ଯୁବଗୋଷ୍ଠୀ ଏଥିରେ ସହଯୋଗ କରିଥିଲାବେଳେ ମନ୍ଦିର ପ୍ରତିଷ୍ଠାତ ଆଧ୍ୟାତ୍ମିକବାଦୀ ତଥା ଧର୍ମପରାୟଣ ବ୍ୟକ୍ତି ମିଲନ ମହାନ୍ତି ସମସ୍ତ କାର୍ଯ୍ୟକୁ ସୂଚାରୂରୂପେ

ସଂପାଦନ କରିଥିଲେ । ଗ୍ରାମରେ ଶ୍ରୀରାମଙ୍କ ମନ୍ଦିର ନଥିବାବେଳେ ଏହା ଗ୍ରାମର ଭକ୍ତମାନଙ୍କୁ ରାମମୟ କରିପାରିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ତେବେ ମନ୍ଦିରଟି ଖୁବ୍ ଶୀଘ୍ର ସଂପୂର୍ଣ୍ଣ ହୋଇ ପ୍ରତିଷ୍ଠା ଉସôବ କରାଯିବ ବୋଲି ପ୍ରତିଷ୍ଠାତା ମିଲନ ମହାନ୍ତି ପ୍ରକାଶ କରିଛନ୍ତି ।

ବିମଳ କୁମାର ରଣାଙ୍କ ରିର୍ପୋଟ, ଉତ୍କଳ ବୁଲେଟିନ