ଓଡିଶ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ

ଢେଙ୍କାନାଳ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଜଗନ୍ନାଥଙ୍କ ଗାଧୁଆ ଦେଖେ ସାରା ଦୁନିଆ । ଭାବବିନୋଦିଆଙ୍କ ଗାଧୁଆ ପର୍ବ ବା ସ୍ନାନ ଯାତ୍ରାକୁ ନେଇ ସବୁଠି ଭକ୍ତିର ପରିବେଶ । ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ସବୁଠି ଲୀଳାମୟ ଠାକୁରଙ୍କ ହୋଇଯାଇଛି ସ୍ନାନ ଯାତ୍ରା । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା, ଭୁବନ ବ୍ଲକ୍ ଅନ୍ତର୍ଗତ ଓଡିଶ ଗ୍ରାମ ଜଗନ୍ନାଥ ମନ୍ଦିରରେ ନୀତି

ଅନୁଯାୟୀ ଠାକୁରଙ୍କ ସ୍ନାନ ଯାତ୍ରା ହୋଇଯାଇଛି । ଶଙ୍ଖ, ଘଣ୍ଟ, ଘଣ୍ଟା, ହୁଳହୁଳି ଓ ହରେକୃଷ୍ଣ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିବା ବେଳେ ଭକ୍ତଂକ ଗହଳିରେ ଚତୁର୍ଦ୍ଧାମୂରତି ପହଣ୍ଡିରେ ଆସି ସ୍ନାନ ଯାତ୍ରା ହୋଇଛି । ପଣ୍ଡିତ ଦେବଶର୍ମା ଶ୍ରୀଧର ଶତପଥୀଙ୍କ ନେତୃତ୍ୱରେ ଏହି ପବିତ୍ର ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଥିବାବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଭକତ ଆଉ ଭଗବାନଙ୍କର ଏହି ଅପୂର୍ବ ମିଳନକୁ ନେଇ ପୁରା ପରିବେଶ ଭକ୍ତିମୟ ହୋଇଥିବା ବେଳେ ପବିତ୍ର ସ୍ନାନ ଯାତ୍ରା ଦେଖିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଚର୍ମ ଚକ୍ଷୁରେ ସ୍ନାନ ଯାତ୍ରା ସହ ଦିବ୍ୟ ଗଜାନନ ବେଶ ଦେଖି ପରମାନନ୍ଦ ଲାଭ କରିଛନ୍ତି ଭାବ ବିହୋଳିତ ଶ୍ରଦ୍ଧାଳୁ । ପ୍ରଥମେ ପହଣ୍ଡି ହୋଇ ତିନି ଠାକୁର ସ୍ନାନ ବେଦୀକୁ ଆସିବା ପରେ ୧୦୮ ସୁଗନ୍ଧିତ ଗରା ପାଣିରେ ୪ ତୁର୍ଦ୍ଧାମୂର୍ତିଙ୍କୁ ସେବକ ମାନେ ସ୍ନାନ କରାଇଛନ୍ତି । ଏହି ପବିତ୍ର କାର୍ଯ୍ୟରେ ଉତ୍କଳ ବୁଲେଟିନ ଚାରିଟେବଲର ସଦସ୍ୟମାନେ ଅଂଶ ଗ୍ରହଣ କରି ପ୍ରଭୁଙ୍କ ସ୍ନାନସ୍ଥଳୀକୁ ପରିସ୍କାର କରିଥିଲେ । ଏହି ସଫେଇ କାର୍ଯ୍ୟରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନେ ହେଲେ, ସତ୍ୟବାଦୀ ରଣା, ବବୁଲ ବେହେରା, ଆଲୋକ ସେଠୀ, ବିକ୍ରମ ରଣା, ରଂଜିତ ସାହୁ, ରଂଜନ ସେଠୀ, କମଳ ସେଠୀ, ମଳୟ ସେଠୀ, ବିଜୟ ସେଠୀ, ଲୁଲୁ ସେଠୀ, ସୌଭାଗ୍ୟ ସେନାପତି, ବୁଲୁ ବେହେରା, ଭାଗବତ ସେଠୀ, ବଳରାମ ସେନାପତି, ସୂର୍ୟ୍ୟପ୍ରକାଶ ସେନାପତି, ଶ୍ରୀଜିତ ସେନାପତି, ଲିଙ୍ଗରାଜ ସଠୀ, ସିଲୁ ସେଠୀ, ଶ୍ରୀକାନ୍ତ ସେଠୀ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page