ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି,୧୯|୧(ପ୍ୟାରିଲାଲ ଦୁର୍ଗା ): ଦୁର୍ନୀତି ଓ ଭଷ୍ଟାଚାରମୁକ୍ତ ନୂତନ ଓଡିଶା ଗଠନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚପ୍ଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଯୁଗ୍ମ ଆବାହକ ଶ୍ରୀକାନ୍ତ ପାକଲ , ଥୁଆମୁଲ ରାମପୁର କଲେଜ ଅଧ୍ୟକ୍ଷ ଶିକ୍ଷାବିତ ସତ୍ୟନାରାୟଣ ମୁଣ୍ଡଚିନ୍ନା, ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ, ଆଇନଜୀବି ଓ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ, ଆଇନ ଜୀବି ଚିତ୍ତରଞ୍ଜନ ନିଆଲ, ସାମ୍ବାଦିକ ଆଦିତ୍ୟ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ l କେମିତି ସାଧାରଣ ଜନତା ଲୁକ୍କାୟିତ ତଥ୍ୟ ଜାଣିପାରିବେ ସୂଚନା ଅଧିକାର ଆଇନର କିଭଳି ସତ ବିନିଯୋଗ କରିବେ ଧାରା ୬, ଧାରା ୮ ଓ ଧାରା ୧୯ କଣ ଏଦିଗରେ ଆବାହକ ତାଲିମ ପ୍ରଦାନ କରିଥିଲେ । ଉକ୍ତ ମହା ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାର ଅନେକ ପ୍ରାନ୍ତରୁ ବହୁ ସମାଜିକକର୍ମୀ, ଆଇନଜୀବି , ସାମ୍ବାଦିକ, ଅଦିବକ୍ତା, ଶିକ୍ଷ୍ୟାବିତ, ରାଜନୀତିଜ୍ଞ ଉପସ୍ଥିତ ରହି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସୂଚନା ଅଧିକାର କର୍ମୀ ତୁଳସିରାମ ଛତ୍ରୀଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିଲେ l ନିକୁଞ୍ଜ ବିହାରୀ ଚଲାନ, ସୁବୋଧ କୁମାର ରଣା, ନରେନ୍ଦ୍ର କ୍ଷିତି, ହେମନ୍ତ ନାଏକ, କ୍ଷୀର ସିନ୍ଧୁ ଗହୀର ପ୍ରମୂଖ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page