କଡ଼ା ସୁରକ୍ଷା ବଳୟ ମଧ୍ୟ ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା

ଦାରିଙ୍ଗବାଡି ବ୍ଲକ ର ଦୁଇଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରୀକ୍ଷା ଦେଲେ ୬୪୫ ଅନୁପସ୍ଥିତ ୨୬
ଦାରିଙ୍ଗବାଡି ତା:୧୯/୨ ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରୀକ୍ଷା ଆରମ୍ଭ ହୋଇଛି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କଳା ଓ ବାଣିଜ୍ୟ ବିଭାଗ ର ପ୍ରଥମ ଦିନ ର ଏମ ଆଇ ଏଲ (ଓଡ଼ିଆ) ପରୀକ୍ଷା କଡ଼ା ସୁରକ୍ଷା ବଳୟ ମଧ୍ୟ ରେ ସରିଛି।ଉଭୟ ବିଭାଗ ର ମୋଟ ୩୮୯ ପରୀକ୍ଷାର୍ଥୀ ମଧ୍ୟରୁ ୩୭୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬ଜଣ ଅନୁପସ୍ଥିତ ଜଣା ପଡ଼ିଛି। ଅର୍ଥନୀତି ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ନାହାକ ଙ୍କ ତତ୍ତ୍ଵାବଧାନରେ ପରୀକ୍ଷା କେନ୍ଦ୍ର ପରିଚାଳନା ହୋଇଥିବା ବେଳେ ଦାରିଙ୍ଗବାଡି ହବ୍ ସେଣ୍ଟର ରୁ ଇତିହାସ ଅଧ୍ୟାପକ ନିମାଇଁ ଚରଣ ପଣ୍ଡା ପ୍ରଶ୍ନ ପତ୍ର ପହଞ୍ଚାଇବା ସହ ଉତ୍ତର ଖାତା ସଂଗ୍ରହ କରି ପୁଣି ହବ୍ ସେଣ୍ଟର କୁ ନେଇ ଥିଲେ।
ସେହିପରି ଦାରିଙ୍ଗବାଡି ସ୍ଥିତ ଡ଼ଃ ଭିମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରତାପ କୁମାର ବେହେରା ଙ୍କ ତତ୍ବାବଧାନରେ ପରୀକ୍ଷା କେନ୍ଦ୍ର ପରିଚାଳନା କରିଥିବା ବେଳେ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ର ମୋଟ ୨୮୨ ରୁ ୨୭୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ଜଣ ଅନୁପସ୍ଥିତ ଥିବା ଜଣା ପଡ଼ିଛି।
ଉଭୟ କେନ୍ଦ୍ର ରେ କପି ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା, ପ୍ରବେଶ ଫାଟକ ରେ ଛାତ୍ର ଛାତ୍ରୀ ଙ୍କୁ ଚେକିଂ କରାଯିବା ସହ ସି ସି କ୍ୟାମେରା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ପରୀକ୍ଷା ହଲ୍ ଭିତରକୁ ଜୋତା, ସ୍ମାର୍ଟ ଘଣ୍ଟା, ମୋବାଇଲ ଫୋନ୍ ଆଦି ବିଭିନ୍ନ ଇଲେ୍ଟ୍ରୋନିକ୍ସ ଉପକରଣ କୁ ସଂପୂର୍ଣ୍ଣ ବାରଣ କରାଯାଇ ଥିଲା।ସ୍ଥାନୀୟ ବିଡ଼ିଓ ପ୍ରିତିରଞ୍ଜନ ରଥ ,ତହସିଲଦାର ଶରତ ଶବର ନୋଡାଲ ଅଧିକାରୀ ଭାବେ କେନ୍ଦ୍ର ପରିଦର୍ଶନ କରି ତଦାରଖ କରିଥଲେ। ବ୍ରାହ୍ମଣୀଗାଁ ରାଜସ୍ବ ଅଧିକାରୀ ରଞ୍ଜିତ କୁମାର କହଁର ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୋଡାଲ ଅଧିକାରୀଙ୍କ ଦାୟିତ୍ଵ ତୁଲାଇ ଥିଲେ I ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page