‘କଳାହାଣ୍ଡି ଉତ୍ସବ’ ପାଇଁଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ

କଳାହାଣ୍ଡି ,୧୯।୧୨: ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହ ଠାରେ ଧର୍ମଗଡ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଧର୍ମଗଡ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିପିଓ ଦେବୀ ଚରଣ ମେହେର, ପୂର୍ବତନ ଜିପିଓ କେଦାର ନାଥ ନାଏକ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନି ମାଝୀ, ଉଦ୍ୟାନ ବିଭାଗୀୟ ଅଧିକାରିଣୀ ପ୍ରତିଭା ନାଏକ, ବି.ଏସ.ଏସ.ଓ ଦମୟନ୍ତୀ ନାଏକ, ଡ,ବ୍ଲୁଇ ଓ ଶିବାନୀ ନାଏକ, ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ

କରାଯାଇଥିଲା ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତ ପରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ପାଇଁ ଜାନୁଆରୀ ୮ ତାରିଖ  ଦିନ  ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ କଳା, ସଂସ୍କୃତି, ଲୁକ୍କାୟିତ ପ୍ରତିଭା ନେଇ ବିଭିନ୍ନ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନରୁ ଲୋକେ ନିଜର କଳା ସଂସ୍କୃତି ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି।  ଚଳିତ ବର୍ଷ ଉତ୍ସବକୁ ପୂର୍ବ ବର୍ଷ ଅପେକ୍ଷା ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଯୋଜନା ମାନ ସ୍ଥିର କରାଯାଇଛି। ବୈଠକରେ ଧର୍ମଗଡ ର ୨୪ ଗୋଟି ପଂଚାୟତର ସରପଞ୍ଚ, ପିଇଓ, ସମିତି ମେମ୍ବର ଓ ଜ଼ିଲ୍ଲାପରିଷଦ ଶଙ୍କର ଜଏଡ଼ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ମତ ପ୍ରଦାନ କରିଥିଲେ। ବୈଠକକୁ ପୂର୍ବତନ ଜିପିଓ କେଦାର ନାଥ ନାଏକ ପରିଚାଳନା କରିଥିଲେ।

ଧର୍ମଗଡ଼ ଉପଖଣ୍ଡ ରୁ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News