କଳାହାଣ୍ଡି ଜ଼ିଲ୍ଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯, ୨୧୮ ଛାତ୍ର ଛାତ୍ରୀ

କଳାହାଣ୍ଡି ଜ଼ିଲ୍ଲାରେ ୩୫୪ ଜଣ ପରୀକ୍ଷା ଦେଉ ଥିବା ଛାତ୍ରୀ, ଛାତ୍ର ଅନୁପସ୍ଥିତ

କଳାହାଣ୍ଡି, ୨୨|୨: ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି। କଳାହାଣ୍ଡି ଜିଲାରେ ୧୩୨ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ୧୯,୫୭୨ ଛାତ୍ରୀଛାତ୍ର (ରେଗୁଲାର) ଫର୍ମ ପୂରଣ କରିଥିବାବେଳେ ସେଥିମଧ୍ୟରୁ ପ୍ରଥମ ଦିନରେ ୧୯, ୨୧୮ଜଣ ପରୀକ୍ଷା ଦେଇଥିଲେ। ୩୫୪ ଜଣ ଅନୁପସ୍ଥିତ ଜିଲାର ରହିଥିଲେ। ସେହିପରି ଭବାନୀପାଟଣା ବ୍ରଜ ବିହାର ଶିଶୁ ମନ୍ଦିରଠାରେ ହୋଇଥିବା ଏସ୍‌ଆଇଓଏ ପରୀକ୍ଷାରେ ୧୫୭ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨୪ ଜଣ ପରୀକ୍ଷା ଦେଇଥିଲେ। ୩୩ ଜଣ ଅନୁପସ୍ଥିତ ଥିଲେ। ଚଳିତବର୍ଷ କପି ରୋକିବାକୁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ଯାଞ୍ଚ ପାଇଁ ଜିଲା ଶିକ୍ଷାଅଧ୍କାରୀଙ୍କ ପକ୍ଷରୁ ୩ଟି ସ୍କାର୍ଡ୍, ସେଣ୍ଟ୍ରାଲ ସ୍କୁଆଡ଼ ଓ ଜିଲାପାଳଙ୍କ ପକ୍ଷରୁ ପ୍ରତି ବ୍ଲକରେ ବିଡ଼ିଓ, ବିଇଓଙ୍କୁ ମିଶାଇ ଗୋଟିଏ ଲେଖାଏ ସ୍କୁର୍ଡ କରାଯାଇଥିବା ଜଣାପଡିଛି |

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page