କୋକସରା: କୋକସରା ବ୍ଲକ ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜୋର ରେ ଝଡ଼ ତୋଫାନ ହୋଇଥିଲା ଏଥିରେ ବରାଡ଼ଙ୍ଗା ପଞ୍ଚାୟତ ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ ଉପୁଡି ପଡିଥିବା ଦେଖିବାକୁ ମିଳିଛି l ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତିନି ଲକ୍ଷ୍ୟ ପଚାଶ ହଜାର ଟଙ୍କା ଅନୁଦାନ ରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ଓ ଆଜବେଷ୍ଟ ଉପରେ ମୁଣ୍ଡକାରୀ ଦେଇନଥିବା ଯୋଗୁଁ ଏଭଳି ହୋଇଥିବା ସାଧାରଣ ଲୋକେ ପ୍ରକାଶ କହିଛନ୍ତି l ଅନେକ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ରାସ୍ତାକଡରେ ଗଛ ଗୁଡିକ ଭାଙ୍ଗି ପଡ଼ିଥିବା ଓ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି I
ଚକ୍ରଧର ବେଶ୍ରା , କୋକସରା