ଭୁବନେଶ୍ୱର, ୦୬/୦୧/୨୫: ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ପଞ୍ଚଦିବସୀୟ ଜ୍ଞାନ, ବିଜ୍ଞାନ, ପରିବେଶ, ଗୀତା କଥା, ଗଣତନ୍ତ୍ର, ଧର୍ମୀୟ ସଚେତନତା ସହିତ ଶେଷ ଦିବସରେ ଗୁରୁପ୍ରଣାମ ମହୋତ୍ସବ ୨୦୨୫ ଓ ସଂସ୍କୃତି ପୁରୁଷ ଡ଼ଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଶୁଭ ଜନ୍ମ ଦିବସ ଅବସରରେ ଉକ୍ତ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପଦ୍ମଶ୍ରୀ ବାବା ବଳିଆ ଉଦଘାଟକ ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ I ପୂଜ୍ୟପୂଜାର ଏହି ମହାନ ପରମ୍ପରା,ରାଷ୍ଟ୍ରର ପ୍ରଗତି ସମ୍ପର୍କ ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟ ଅତିଥି ଭାବେ କାର୍ୟ୍ୟକ୍ରମର ଅଧ୍ୟକ୍ଷ, ଇଷ୍ଟର୍ଣ୍ଣ ମିଡ଼ିଆ ମୁଖ୍ୟ ସୌମ୍ୟ ରଞ୍ଜନ ପଟନାୟକ, ମୁଖ୍ୟବକ୍ତା ଭାବେ ବାଗ୍ନୀ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥିଭାବେ ସ୍ୱାମୀ ବ୍ର୍ମହା ନନ୍ଦ ସରସ୍ବତୀ, ବାବାଜୀ ବାଳକା ନନ୍ଦ ଦାସ, ବାବା ବିଶ୍ଵନାଥ ଦାସ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ, ଡ଼ଃ ପ୍ରସନ ପାଟଶାଣୀ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ,ଉପସ୍ଥିତ ରହିବା ସହ ପୂଜ୍ୟପୂଜା କୁ ପ୍ରାଧାନ୍ୟ ଦେବା, ଗୁରୁଙ୍କ ମାର୍ଗଦର୍ଶନ, ମାନବିକତା, ଗଣତନ୍ତ୍ର କୁ ସମ୍ମାନପୂର୍ବକ ଅନୁପାଳନ, ପରିବେଶ

ର ସନ୍ତୁଳନ, ଧର୍ମୀୟ ସଚେତନତା ପ୍ରମୁଖ ପ୍ରସଙ୍ଗ ରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ I ଆଗାମୀ ଉତ୍ତର ପୀଢ଼ି ପୂଜ୍ୟକୁ ଆଗେଇ ନେବା ସହିତ ସମାଜରେ ସ୍ୱତନ୍ତ୍ର ଉଦାହରଣ ସାଜିବାକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟନାୟକ ମତବ୍ୟକ୍ତ କରିଥିଲେ I ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶତପଥି କହିଥିଲେ ଯେ ପୂଜ୍ୟପୂଜା ଓ ପୂଜ୍ୟଙ୍କୁ କୁ କିପରି ସମ୍ମାନ ପ୍ରଦାନ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଡ଼ଃ ଜ୍ଞାନେନ୍ଦ୍ର. ତାଙ୍କଠାରୁ ଯୁବପିଢ଼ି ବହୁତ ଶିକ୍ଷାଲାଭ କରିବା ଆବଶ୍ୟକ I ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ଡ଼ଃ ସତ୍ୟବ୍ରତ ମୀନ କେତନ, ପାଲାଚାର୍ୟ୍ୟ ସୁଦର୍ଶନ ମହାପାତ୍ର, ଶିକ୍ଷାବିତ ରାଧା ଚରଣ ସାମନ୍ତରାୟ, ଶିକ୍ଷା ଗୁରୁ କେଶବ ଚରଣ ଶାସମଲଙ୍କୁ ଗୁରୁପ୍ରଣାମ ସମ୍ବର୍ଦ୍ଧନା ୨୦୨୫ ପ୍ରଦାନ କରାଯାଇଥିଲା.ଡ଼ଃ ଜ୍ଞାନେନ୍ଦ୍ର ଙ୍କ ଶୁଭ ଜନ୍ମ ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ,ବିମ୍ବାଧର କୁଅଂର, ଡ଼ଃ ବଦ୍ରୀନାଥ ପଟନାୟକ,ଡ଼ଃ ବ୍ରଜବନ୍ଧୁ ପଣ୍ଡା, ବରୁଣ ରାଜ,ଅରବିନ୍ଦ ତ୍ରିପାଠୀ, ସମିତା ମହାରଣା, ବାବା ପରମାତ୍ମା ଦାସ, ପ୍ରଜ୍ଞା ନନ୍ଦ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ I କାର୍ୟ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶିଶୁଅନନ୍ତ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ, ଜାତୀୟ ସଂଗୀତ ଗାନ କରାଯାଇଥିଲା I ପଣ୍ଡିତ ବୀରେନ୍ଦ୍ର ପଣ୍ଡା ସଂଯୋଜନା କରିବା ସହ ବାବାଜୀ ପ୍ରଣବା ନନ୍ଦ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I