କଳାହାଣ୍ଡି, ୧୪|୨: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା କେନ୍ଦ୍ର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଠାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସି.ଆର୍.ସି.ସି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ପୁଟିଆଚୁରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଟିଆଚୁରା ସିଆରସିସି, ରେଖରାମ ନାଏକ, କାର୍ଲିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ଦୂର୍ଗା, ସଂକରିପାଲି ବିଦ୍ୟାଳୟର ସହକାରୀ ଶିକ୍ଷକ ଶେଷଦେବ ପାଢି, ରେଙ୍ଗସାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଚିନ୍ଦ୍ର ବାଗ ଓ କ୍ଲଷ୍ଟର ଅଧିନସ୍ଥ ବିଦ୍ୟାଳୟର

ଏଫ.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟତ୍ରୀ, ପ୍ରତି ବିଦ୍ୟାଳୟରୁ ୧୦ ଜଣ ଛାତ୍ରଛାତ୍ରୀ, ପିତା/ମାତା, ପି.ଆର.ଆଇ. ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ନିପୁଣ ଓଡିଶା ମେଳା ଗୀତ ଗାନ କରିବା ସହିତ ଶପଥ ଗ୍ରହଣ କରାଯାଇଥିଲା l ନିପୁଣ ଓଡିଶା ମେଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସି.ଆର୍.ସି.ସି ଶ୍ରୀ ନାଏକ ଅଭିଭାଷଣରେ କହିଥିବା ବେଳେ ପୁଟିଆଚୁରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିପୁଣ ଓଡିଶା କଣ ଓ ଏହା କିପରି କାର୍ୟକାରୀ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ପରବର୍ତ୍ତୀ ସମୟରେ ଶିକ୍ଷକ ମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସମାଗ୍ରୀ ଗୁଡିକୁ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ପ୍ରଦର୍ଶନ କରାଯାଇଥିଲା।ପ୍ରଦର୍ଶିତ ଷ୍ଟଲ୍ ଗୁଡିକୁ ଯଥା କ୍ରମେ ସାକ୍ଷରତା ଶିକ୍ଷଣ କେନ୍ଦ୍ର, ସଂଖ୍ୟା ଜ୍ଞାନ ଶିକ୍ଷଣକେନ୍ଦ୍ର, ସୃଜନ ଶିକ୍ଷଣକେନ୍ଦ୍ର, ମତାମତ ଷ୍ଟଲ୍, ରୂପେ ସଜାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝା ଯାଇଥିଲା l ଉଦଯାପନୀ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଏଫ.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପୁଟିଆଚୁରା ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ମାଧୁରୀ ବାଗ, ଓ ହେମାଙ୍ଗିନୀ ପଧାନ ସହଯୋଗ କରିଥିବା ବେଳେ କର୍ମାଠ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅନିଲ ନାୟକ ମଞ୍ଚ ପରିଚାଳନା କରିଥିଲେ l

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )