ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉଦଯାପିତ

କଳାହାଣ୍ଡି, ୧୩|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାର ପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା । ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଚୁରାପାହାଡ଼ ମଞ୍ଚରେ ରବିବାର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି। ଉତ୍ସବର ଅଧ୍ଯକ୍ଷ ତ‌ଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ, ସ୍ୱତନ୍ତ୍ର ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ ଦୟାମୟ ପାଢ଼ୀ, ଓଡିଶା ସୂଚନା ଅଧିକାର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ସମ୍ମାନିତ ଅତିଥି ଭାବେ ପରଂବ୍ରହ୍ମ ଯୋଶୀ ଲୋକାପାଳ ମନରେଗା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୁନାଗଡ଼ ମନୋଜ ମେହେର, ପୂର୍ବତନ ଜିଲା ପରିଷଦ ସଭ୍ୟ ବୃଷଭ ନାଏକ, ଗୋଲାମୁଣ୍ଡା ବିଇଓ ଭବାନୀଶଙ୍କର ଯୋଶୀ, ତହସିଲଦାର ଚନ୍ଦନ ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। କଳାକାରଙ୍କ ବିଭିନ୍ନ ଲୋକକଳା, ପରମ୍ପରା ଚଳଣୀକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରୁକୁସୁନା ଓ ସାଥୀଙ୍କ ଦ୍ବାରା ମେଲୋଡି ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ତରଙ୍ଗ ଚଣ୍ଡି,ବିଶ୍ୱ ରଞ୍ଜନ ପଣ୍ଡା, ଅଶ୍ବିନ ମଲ୍ଲିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ୩ ଦିନ ଧରି ଚୁରାପାହାଡ଼ ମଞ୍ଚରେ ଅୟୋଜିତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page