ଚାବହାର ନିକଟରେ ଆକାଶମାର୍ଗରୁ ବୋମାବର୍ଷଣ କଲା ଆମେରିକା


ନୂଆଦିଲ୍ଲୀ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ହମଲା । ଏକାଧିକ ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ସୋମବାର ଆମେରିକା ଏଠାରେ ଘନଘନ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଚାବହାର ମୁକ୍ତ ବାଣିଜ୍ୟ ଜୋନ ନିକଟରେ ଥିବା ଇରାନ ସାମରିକ ଘାଟିକୁ ଟାର୍ଗେଟ କରି ଆମେରିକା ଆକାଶ ମାର୍ଗରୁ ବୋମା ବର୍ଷଣ କରିଛି । ଏକାଧିକ ଯୁଦ୍ଧ ବିମାନ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି । ଏଥିରେ ଅନେକ ଇରାନୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଘାଟିଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ମୁକ୍ତ ବାଣିଜ୍ୟ ଜୋନଟି ଇରାନର ଦକ୍ଷିଣ ପ୍ରାନ୍ତରେ ଥିବା ସିସ୍ତାନ ଓ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶ ନିକଟ ଅବସ୍ଥିତ । ୧୯୯୨ ଅବସ୍ଥାପିତ ଏହି ସ୍ଥାନଟି ବିଦେଶୀ ନିବେଶକଙ୍କୁ ବେଶ ଆକୃଷ୍ଟ କରିଥାଏ । କାରଣ ପାରମ୍ପରିକ ଓ ବ୍ୟସ୍ତବହୁଳ ବାଣିଜ୍ୟ ଜୋନକୁ ବାଇପାସ କରିବାକୁ ଚାବହାର ମୁକ୍ତ ବାଣିଜ୍ୟ ଜୋନ ସହାୟତା କରିଥାଏ । ଏହି କାରଣ ପାଇଁ ନିବେଶକମାନେ ଏହାକୁ ବେଶ ପସନ୍ଦ କରନ୍ତି ।ଚାବହାର ମୁକ୍ତ ବାଣିଜ୍ୟ ଜୋନ ଗୋଟିଏ ପ୍ରମୁଖ ଶିଳ୍ପାୟନ ଓ ଟ୍ରାଞ୍ଜିଟ ହବ ଭାବେ କାମ କରିଥାଏ । ଏହା ଇରାନର ଏକମାତ୍ର ସାମୁଦ୍ରିକ ପୋର୍ଟ ଯାହା ସିଧାସଳଖ ଭାରତ ମହାସାଗରକୁ ସଂଯୋଗ କରୁଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ପ୍ରଥମଥର ଚାବହାର ନିକଟରେ ଆମେରିକା ଆକ୍ରମଣ କରିନାହିଁ । ଏହାପୂର୍ବରୁ ଫେବୃଆରୀ ୨୮ ଅର୍ଥାତ ଯୁଦ୍ଧର ପ୍ରଥମ ଦିନରେ ମଧ୍ୟ ଆମେରିକା ପକ୍ଷରୁ ଏଠାରେ ଆକ୍ରମଣ କରାଯାଇଥିଲା । ପ୍ରଥମ ଦିନରେ ଇରାନ ସେତେଟା କ୍ଷତି ସହି ନଥିଲା । କିନ୍ତୁ ଆଜି ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନ ବ୍ୟାପକ କ୍ଷତି ସହିଥିବା ଜଣାପଡ଼ିଛି । ଏବେ ଇରାନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲେ ହେଁ ଏଯାଏ ଇରାନ ପକ୍ଷରୁ ଏୟାର ଷ୍ଟ୍ରାଇକ ସମ୍ପର୍କରେ କିଛି ବି କୁହାଯାଇ ନାହିଁ । ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନରେ ଏକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଇସ୍ରାଏଲୀ ସେନା ଦାବି କରିଛି ଯେ , ଏହା ତେହେରାନର ଏକ ପ୍ରମୁଖ ମହାକାଶ କେନ୍ଦ୍ରକୁ ଧ୍ୱଂସ କରିଛି , ଯାହାର ବ୍ୟବହାର ଉପଗ୍ରହରେ ଆକ୍ରମଣ କରିବାର କ୍ଷମତା ବିକାଶ ପାଇଁ ହେଉ ଥିଲା । ଇସ୍ରାଏଲର ବାୟୁସେନା ଅନୁଯାୟୀ, ଏହି କେନ୍ଦ୍ରରୁ ଏମିତି ଆକ୍ରମଣାତ୍ମକ ମହାକାଶ କାର୍ଯ୍ୟକ୍ରମ ବିକଶିତ କରାଯାଉ ଥିଲା , ଯାହାର ଉଦେ୍ଦଶ୍ୟ ଅନ୍ୟ ଦେଶର ଉପଗ୍ରହକୁ କ୍ଷତି ପହଞ୍ଚାଇବାର କ୍ଷମତା ହାସଲ କରିବା ଥିଲା । ଏହିପରି କ୍ଷମତା ଇସ୍ରାଏଲ ସରକାରଙ୍କ ଉପଗ୍ରହକୁ କ୍ଷତି ପହଞ୍ଚାଇ ପାରେ । ଏହାସହ ଇରାନ ବିଶ୍ୱର ଅନ୍ୟ ଦେଶର ଉପଗ୍ରହ ପାଇଁ ମଧ୍ୟ ବିପଦ ସୃଷ୍ଟି କରି ପାରେ । ଏହି କାର୍ଯ୍ୟକ୍ରମ ଗୁଡ଼ିକର ଏକ ଅଂଶ ଭାବରେ ‘ଚମରାନ-୧’ ଉପଗ୍ରହ ବିକଶିତ ହୋଇଥିଲା । ଏହା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଶିଳ୍ପ ଦ୍ୱାରା ନିର୍ମିତ ହୋଇଥିଲା । ଏହାକୁ ସେପ୍େଟମ୍ବର ୨୦୨୪ ରେ ଉତକ୍ଷେପଣ କରାଯାଇ ଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page