ଜମିଲା ବାଳକାଟି ପଞ୍ଚୁ୍ଦୋଳ ମେଳଣ

ବାଲିଅନ୍ତା: ବୁଧବାର ଶ୍ରୀ ସ୍ଵପ୍ନେଶ୍ଵର ପଞ୍ଚୁ୍ଦୋଳ ମେଳଣ କମିଟି, ପ୍ରତାପଶାସନ ପଞ୍ଚାୟତ ବାସୀ , ଚାରିଦେଶର ମୁରବୀଙ୍କ ମିଳିତ ସହଯୋଗରେ ବିଳମ୍ବିତ ରାତିରେ ଜମିଛି ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁ୍ଦୋଳ ମେଳଣ l ପ୍ରଥା ଓ ପରମ୍ପରା ଅନୁସାରେ ପ୍ରଥମେ ଏହି ମେଳଣର ଥାନପତି ତଥା ଚାରିଦେଶର ମୁରବୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ବାଲୁଙ୍କେଶ୍ୱର ଦେବ ଓ ଶ୍ରୀ ଦୋଳଗୋବିନ୍ଦ ଦେବଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟଘଣ୍ଟା, ଖୋଳକିର୍ତ୍ତନ ବଜାଇ ଏକ ବିରାଟ ପଟୁଆରରେ ପଣସପାଟଣା, ମାହାଲସାହି, ଦୋପଟିସାହି, ରଙ୍ଗଣୀସାହି ଓ ବାଳକାଟି ବଜାର ଦେଇ ମେଳଣ ପଡିଆରେ ପହଞ୍ଚିଥିଲେ l ଠାକୁରଙ୍କ ବିମାନଙ୍କୁ ଗୋପାଳ ଭାଇ ମାନେ ଝୁଲେଇ ଝୁଲେଇ ଗ୍ରାମ ପରିକ୍ରମା କରିଥିଲେ l ପରେ ଏହାର ପ୍ରାୟ ଦେଢ଼ଘଣ୍ଟା ପରେ ବାଳକାଟି ଅଞ୍ଚଳର ଆରାଧ୍ୟ ଶ୍ରୀ ମଦନମୋହନ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଶୋଭାଯାତ୍ରାରେ ବାହାରି ଉପରୋକ୍ତ ଗ୍ରାମଦେଇ ମେଳଣ ପଡିଆରେ ପହଞ୍ଚିଥିଲେ l ପରେ ପରେ ପଣସପାଟଣା, ନୁଆସାହି, ଚାରିମାଣିଆ, ଅଶିଘର, ତିରିଶିଘର, ପ୍ରତାପଶାସନ, ବସନ୍ତପେଡି, ଦୋପଟିସାହି ଓ ମାହାଲସାହି ଗ୍ରାମର ଆରାଧ୍ୟ ଠାକୁରଙ୍କୁ ସୁସଜ୍ଜିତ ବିମାନ ଯୋଗେ ଶୋଭାଯାତ୍ରା ମାଧ୍ୟମରେ ଗାଁ ପରିକ୍ରମା କରି ମେଳଣ ପଡିଆରେ ପହଞ୍ଚିଥିଲେ l ବିମାନ ସମ୍ମୁଖରେ ଆୟୋଜକ ମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଦ୍ୱାରା ଠାକୁରଙ୍କୁ ପାଛୋଟି ନେଇଥିଲେ l ସେଠାରେ ପଞ୍ଚୁ୍ଦୋଳ ମେଳଣ ପରିଚାଳନା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ପିଣ୍ଡିରେ ବିରାଜମାନ କରିଛନ୍ତି l ସେହିପରି ଚଳିତବର୍ଷ ୫ ଦିନ ରହିବା ପରେ ଆସନ୍ତା ୨୩ ତାରିଖ ରବିବାର ରାତିରେ ପରମ୍ପରା ଅନୁସାରେ ଶ୍ରୀ ସ୍ଵପ୍ନେଶ୍ଵର ଓ ଶ୍ରୀ ମଦନମୋହନଙ୍କ ମଧ୍ୟରେ ହରିହର ଭେଟ ହେବ l ଏଥିସହ ରଙ୍ଗବେରଙ୍ଗର ଆତସବାଜୀ ପ୍ରଦର୍ଶନ କରାଯିବ l ଏଥିପାଇଁ ସ୍ଵପ୍ନେଶ୍ଵର ମନ୍ଦିର ଟ୍ରଷ୍ଟ, ପଞ୍ଚୁ୍ଦୋଳ ମେଳଣ ପରିଚାଳନା କମିଟି ଓ ଚାରିଦେଶର ମୁରବୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଆଜିର ଏହି ଜମାଣକୁ ପଞ୍ଚୁ୍ଦୋଳ ମେଳଣ ପରିଚାଳନା କମିଟି ଓ ପଞ୍ଚାୟତ ଜନ ପ୍ରତିନିଧି, ବିଭିନ୍ନ ୱାର୍ଡର ୱାର୍ଡ ସଭ୍ୟ /ସଭ୍ୟା ସମେତ ଚାରିଦେଶର ମୁରବୀ ମାନେ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page