ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଟାଟା ମାଇନ୍ସ ର ତାରିଣୀ ମାର୍କେଟ ଠାରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଆ ନୂଆବର୍ଷ ଓ ପଣା ସଂକ୍ରାନ୍ତି ଉସôବ । ଏହି ଉତ୍ସବ ପାଳନ ଅବସରରେ ମା’ ତାରିଣୀ ପୀଠରେ ସ୍ୱତନ୍ତ୍ର ପୂଜା ନୀତି ଆୟୋଜନ କରାଯିବା ସହ ଶହ ଶହ ଲୋକଙ୍କୁ ପଣା ବଂଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସ୍ଥାନୀୟ ମାର୍କେଟର ବ୍ୟବସାୟୀ ସଂଘ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ତାରିଣୀ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ଆୟୋଜନ ସହ ପାଳନ କରାଯାଇଥିବାବେଳେ ରାତ୍ରୀରେ

ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହାସହ ଭଜନ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା । ଏଥିରେ ବହୁ ଲୋକ ସାମିଲ ହୋଇଥିବାବେଳେ ମା’ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ଏବଂ ପ୍ରସାଦ ସେବନ କରିଥିଲେ ।