**ବିକାଶ ଇତିହାସ ରେ ନୂଆ ଅଧ୍ୟାୟ-ମଞ୍ଚସ୍ଥ ଅତିଥି, *ବିଜୁ ସ୍ୱାସ୍ଥ୍ୟ କାର୍ଡ ବଦଳରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ
କଳାହାଣ୍ଡି,୧୧।୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ତ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଗ୍ରାମାଞ୍ଚଳ ସ୍ତରୀୟ

ଶୁଭାରମ୍ଭ ହୋଇ ଯାଇଛି |କାର୍ଯ୍ୟକ୍ରମରେ ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରା,ଧର୍ମଗଡ ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା ,ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଓକିଲ ରାମ ବେହେରା, କଳାହାଣ୍ଡି ସାଂସଦ ପ୍ରତିନିଧି ଘନଶ୍ୟାମ ପଟେଲ, ଜ଼ିଲ୍ଲା ପରିଷଦ ଜୋନ-୧ ର ଜ଼ିଲ୍ଲା ପରିଷଦ ଶଙ୍କର ଯୋଏଡ଼, ବେହେରା ସମିତି ସଭ୍ୟ କିଶୋର ନାଗ, ବେହେରା ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗନ୍ତିଆ, ପର୍ଲା ସରପଞ୍ଚ ବ୍ରିଜ ଲାଲ ନାଏକ ମଞ୍ଚାସିନ ଅତିଥି ଭାବେ ଯୋଗଦାନ କରିଥିଲେ । ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କ୍ଷେତ୍ରରେ ସଂଜୀବନୀ ବୋଲି ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଯୋଜନାରେ ହିତାଧିକାରୀଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଅଲଗା ଅଲଗା କାର୍ଡ଼ |ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସହାୟତା ମିଳିବ | ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳା ହିତାଧିକାରୀଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ |ଏଥିରେ ରାଜ୍ୟର ୧କୋଟି ୩ ଲକ୍ଷରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ମାଗଣା ଚିକିତ୍ସା ବା ଦେୟ ମୁକ୍ତ ସ୍ବାସ୍ଥ୍ୟ ସେବା ପାଇ ପାରିବେ | ପୂର୍ବରୁ ୧୬ଟି ରାଜ୍ୟର ୯ ଶହ ପଞ୍ଜିକୃତ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଥିଲା । ମାତ୍ର ଏବେ ଦେଶର ୨୯ ହଜାରରୁ ଊର୍ଦ୍ଧ୍ଵ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ପଶ୍ଚିମବଙ୍ଗକୁ ଛାଡି କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ଯୋଗ୍ୟ ଓଡ଼ିଆ ହିତାଧିକାରୀମାନଙ୍କର ଆଉ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଅସୁବିଧା ରହିବ ନାହିଁ । ସ୍ବାସ୍ଥ୍ୟ ହିଁ ସମ୍ପଦ ତେଣୁ ସମସ୍ତ ନାଗରିକଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସାସେବା ଯୋଗାଇ ଦେବା ହେଉଛି ସରକାରଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ମଞ୍ଚାସିନ ଅତିଥି ନିଜ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ | ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ବେହେରା ଦନ୍ତେଶ୍ୱରୀ ବିଦ୍ୟାଳୟ ର ଶିକ୍ଷକ ଚକ୍ରଧର ବେହେରା, ସ୍ଵଦେଶ ଦୁରିଆ ଓ ପ୍ରେମଲାଲ କାଣ୍ଡ ଅତି ସୁନ୍ଦର ଭାବେ ଲୋକାଭିମୁଖୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ |ଏହି ଯୋଜନାରେ ଅଧିକ ହିତାଧିକାରୀ ଅନ୍ତର ଭୁକ୍ତ ହେବାରୁ ଜନସାଧାରଣ ନୂତନ ମୋହନ ସରକାର ଙ୍କ ଉପରେ ଖୁସି ବ୍ୟକ୍ତ କରିଥିଲେ | ଦଣ୍ଡ ପାଟ ବେହେରା ଅଞ୍ଚଳର ବିଭିନ୍ନ ପଂଚାୟତ ରୁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ ଓ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମା’ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା |କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ୧0 ଜଣ ହିତାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ଅତିଥି ମାନେ ବଣ୍ଟନ କରିଥିଲେ | ମଞ୍ଚାସିନ ଅତିଥି ମାନେ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଏହି ସ୍ୱାସ୍ଥ୍ୟ କାର୍ଡ ପ୍ରତେକ ଗାଁ ଓ ଘର କୁ ଘର ଯାଇ ନିୟୋଜିତ କର୍ମୀ ମାନଙ୍କ ସହଯୋଗ ରେ କାର୍ଡ ବଣ୍ଟନ କରାଯିବ | ଗୋପବନ୍ଧୁ ସ୍ୱାସ୍ଥ୍ୟ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଚିକିତ୍ସାଲୟର ମହିଳା ସ୍ୱାସ୍ଥ୍ୟ କର୍ମୀ, ନମିତା ପ୍ରଧାନୀ, ରଂଜିତା ପତି, କବିତା ପଣ୍ଡା ପରିଦର୍ଶକ ସୁଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଜନସାଧାରଣ ଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ଥା ଅତି ସୁନ୍ଦର ଭାବେ ଯୋଗାଇ ଦିଆ ଯାଇଥିବାର ଦେଖିବାକୁ ମିଳିଥିଲା | ବିଭିନ୍ନ ଖବର କାଗଜ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ