ବାଲିଅନ୍ତା,୧୨।୧: ବାଲିଅନ୍ତା ବ୍ଳକ ଅଧିନ ବଇଁଚୁଆ ଓ ବାଲିଅନ୍ତା ପଞ୍ଚାୟତରେ ଚଳିତବର୍ଷର ଧାନମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପ୍ରଥମେ ବଇଁଚୁଆ ପଞ୍ଚାୟତ ଅତିଥି ଭାବେ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ ରଶ୍ମିତା ସାହୁ, ରାଜସ୍ଵ ନୀରକ୍ଷକ ଦୁଃଖୀଶ୍ୟାମ ସ୍ଵାଇଁ, ସେବା ସମବାୟ

ସମିତି ସଭାପତି ବେଣୁଧର ପରିଡ଼ା,ଉପ ସହକାରୀ ନିବନ୍ଧକ ଅମୀୟ ଖୁଣ୍ଟିଆ ଯୋଗାଣ ଯୋଗ ଦେଇ ମଣ୍ଡିକୁ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ୪୦ ଜଣ ଚାଷୀ ଟୋକନ ପାଇଥିଲେ । ୭ ଜଣ ଚାଷୀଙ୍କ ଠାରୁ ୨ ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ଚାଷୀଙ୍କ ସେବା ସମବାୟ ସମିତି ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି କହିଛନ୍ତି । ସେହିପରି ବାଲିଅନ୍ତା ସେବା ସମବାୟ ସମିତିରେ ଧାନମଣ୍ଡି ର ଶୁଭାରମ୍ଭ ହୋଇଛି । ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ କୃଷ୍ଣ କେଶବ ଆପଟ, ସମବାୟ ସମିତି ସଭାପତି ଧିରେନ କର ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ। ୨୦ ଜଣ ପ୍ରଥମ ଚାଷୀ ଟୋକନ ପାଇଥିଲେ। ମଣ୍ଡିରେ ମିଲର ଆସିବା ଓ ଓଦା ଧାନ କଟିନ ଲାଗି ଚାଷୀ ମଧ୍ୟରେ ଅସନ୍ତୋଷ ଉପୁଜୁଥିଲା ।