ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗ

ବାଲିଅନ୍ତା,୨0|୩():ଧଉଳି ଥାନା ଅଧିନ ଶିଶୁପାଳଗଡ଼ ତୈଳସାହିରେ ଏକ ଘରୁ ଚୋରୀ ଅଭିଯୋଗରେ ତୈଳ ମଙ୍ଗଳା ସାହିର ନିଲୁ ବେହେରା ଓରଫ ବାଜାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ଧଉଳି ଥାନା ପୁଲିସ l ଏଥିସହ ତା ଠାରୁ ଗୋଟେ ଏଲଇଡି ଟିଭି, ଦୁଇଟି ମ୍ୟୁଜିକ ବକ୍ସ, ଦୁଇଟି ଗ୍ରାଇଣ୍ଡର, ଦୁଇଟି ଷ୍ଟାଣ୍ଡ ଫ୍ୟାନ, ଗୋଟିଏ ମୋଟର ପାଣିପମ୍ପ ଆଦି ଜବତ କରିଛି l ଖବରନେବାରେ ଜଣାପଡିଛି ସର୍ବେଶ୍ୱର ମାଝୀ ନାମକ ଜଣେ ବ୍ୟକ୍ତି ପରିବାର ସହ ଏହି ଥାନା ଅନ୍ତର୍ଗତ ଶିଶୁପାଳଗଡର ତୈଲ ସାହିରେ ରୁହନ୍ତି । ଗତ ୧୮ ତାରିଖରେ ଶ୍ରୀ ମାଝୀ ପତ୍ନୀଙ୍କ ସହ ମିଶି ଓଲ୍ଡଟାଉନ ଅଞ୍ଚଳରେ ଥିବା ଭାଇଙ୍କ ଘରକୁ କୌଣସି ଏକ ଜରୁରୀ କାମରେ ଯାଇଥିଲେ ଏବଂ ସେହିଦିନ ରାତିରେ ସେହିଠାରେ ରହିଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ବାଜା ବିଳମ୍ବିତ ରାତିରେ ଶ୍ରୀ ମାଝୀଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିବା ସହ ଭିତରେ ଲାଗିଥିବା ଟିଭି, ସାଉଣ୍ଡ ବକ୍ସ ଏବଂ ଗ୍ରାଇଣ୍ଡର ସହ ନଗଦ ୧୫,୦୦୦ ଟଙ୍କା ଚୋରୀକରି ଫେରାର ହୋଇଯାଇଥିଲେ । ତା ପରଦିନ ଅର୍ଥାତ ୧୯ ତାରିଖ ସକାଳେ ଶ୍ରୀ ମାଝୀ ପରିବାର ସହ ଘରେ ଆସି ପହଞ୍ଚିବା ପରେ, ଘର ଭିତରୁ ମୁଲ୍ୟବାନ ସାମଗ୍ରୀ ସବୁ ଚୋରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଥିଲା l ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପୁଲିସ ଅଭିଯୁକ୍ତ ବାଜାକୁ ଗିରଫ କରିବା ସହ ଘରୁ ହୋଇଥିବା ଚୋରୀ ସାମଗ୍ରୀ ଜବତ କରିଥିଲା l ପ୍ରକାଶଥାଉକି ଅଭିଯୁକ୍ତ ବାଜା ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ, ତାଙ୍କ ନାମରେ ପୂର୍ବରୁ ମଧ୍ୟ ଧଉଳି ଥାନାରେ ୭ ଗୋଟି ବିଭିନ୍ନ ଅପରାଧିକ ମାମଲା ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page