ଧାମରା ସଂଘର ବାର୍ଷିକ ପ୍ରତିଯୋଗିତା

ରାଉରକେଲା ତା 26/12/24: ରାଉରକେଲାର ଅଗ୍ରଣୀ ସାଂସ୍କ୍ରୁତିକ ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ସାଂସ୍କ୍ରୁତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ମାନ୍ଯବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଉପସ୍ଥିତ ପିଲାମାନଙ୍କୁ ଅ ଶୀର୍ବଚନିକା ପ୍ରଦାନ କରି କହିଲେ ପିତାମାତା ହେଉଛନ୍ତି ସମସ୍ତଙ୍କର ପ୍ରଥମ ଗୁରୁ ତେଣୁ ପ୍ରତିଦିନ ସକାଳୁ ପିତାମାତାଙ୍କୁ ହିଁ ସଭକ୍ତି ପ୍ରଣାମ କରିବା ଉଚିତ୍ | ଧାମରା ସଂଘର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ଯବାଦ ଦେଇଥିଲେ | ବରେଣ୍ୟ ଅତିଥି ବିଜୁ ଜନତା ଦଳର ଉପ ସଭାପତି ଜେ. କେ ମିଶ୍ର ଏତେ ସଂଖ୍ଯକ ପ୍ରିତିଯୋଗିଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କହିଲେ ସାହିତ୍ଯ , ସଂସ୍କ୍ରୁତି , ସମାଜିକ କ୍ଷେତ୍ରରେ ଧାମରା ସଂଘର ଅବଦାନ ରାଉରକେଲା ପାଇଁ ସର୍ବଦା ଅବିସ୍ମରଣିୟ | ପ୍ରାରମ୍ଭରେ ସଂଘର ଉପ ସଭାପତି ନିତ୍ଯାନନ୍ଦ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଘର ସଂପାଦକ ରମାକାନ୍ତ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଏହି ପ୍ରତିଯୋଗିତାରେ ୯୨ ଜଣ ନ୍ରୁତ୍ଯରେ, ସଂଗୀତରେ ୪୦ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ, ବିଚାରକ ଭାବେ ଗୁରୁ ଜ୍ୟୋର୍ତିମୟ ଆଚାର୍ଯ୍ୟ, ତପସ୍ବିନୀ ପତି, ରୀନାରାଣୀ ସ୍ବାଇଁ, ରେଣୁବାଳା ପରିଡା, ପ୍ରମିତା ମହାପାତ୍ର, ଦେବେନ୍ଦ୍ର ପଲେଇ ଯୋଗଦାନ କରିଥିଲେ, ଅନ୍ଯମାନଙ୍କ ମଧ୍ଯରେ ଜଗନ୍ନାଥ ରାଉତ, ଅମୂଲ୍ୟ ସେଠୀ, ସୂର୍ଯ୍ୟମଣି ପଣ୍ଡା, ନିରୁପମା ନାୟକ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ସଂଘର ସାହିତ୍ଯ ସଂପାଦିକା ନିରୁପମା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page