ଧାରା ଶ୍ରୀରାଧା ପକ୍ଷରୁ ବସନ୍ତ ଉତ୍ସବ

ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସହିତ ଚାରି ସାରସ୍ୱତ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଧାରା ଶ୍ରୀରାଧା ଟ୍ରଷ୍ଟ ଓ ମୁଦ୍ରଣ ସଂସ୍ଥା “ଧାରା ଶ୍ରୀରାଧା “ପକ୍ଷରୁ ବସନ୍ତ ଉତ୍ସବ -2025 ସହ ସମ୍ବର୍ଦ୍ଧନା, ଆଲୋଚନା “ଓଡ଼ିଆ ଅସ୍ମିତା : ଇତିହାସ, ସାହିତ୍ୟ ଓ ସଂସ୍କୃତି ମୃତ୍ୟୁଞ୍ଜୟ ରଥ ଙ୍କ ସଂଯୋଜନା, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ “ନୃତ୍ୟ ନୈବେଦ୍ୟ “ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରଭାତ ସ୍ୱାଇଁ ଓ ସନାତନ ନାୟକଙ୍କ ସଂଯୋଜନା ଓ ଶୁଚିସ୍ମିତା ସାହୁ ଓଡିଶୀ ସଂଗୀତ ପରିବେଷଣ କରିଥିଲେ l ଅନୁଷ୍ଠାନର ଚେୟାରମ୍ୟାନ ଅମରେନ୍ଦ୍ର ମହାପାତ୍ର ଓ କାର୍ଯ୍ୟକାରି ସଭାପତି ସହଦେଵ ଜୟସିଂ ଙ୍କ ପୌରାହିତ୍ୟ ରେ ଉଦଘାଟକ ଭାବେ ସ୍ୱାମୀ ବ୍ରହ୍ମମାନନ୍ଦ ସରସ୍ବତୀ, ମୁଖ୍ୟ ଅତିଥି ଭାବେ ପୂର୍ବତନ ଆରକ୍ଷୀ ଆଯୁକ୍ତ ବଟକୃଷ୍ଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଗୁରୁ ରାମହରି ଦାସ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ଉପସ୍ଥିତ ରହିବା ଓଡ଼ିଆ ଭାଷା ର ସୁରକ୍ଷା, ଅସ୍ମିତା, ଇତିହାସ ତଥା ଆମ ଗୌରବମୟ ସାଂସ୍କୃତିକ କଳା, ପରମ୍ପରା, ଐତିହ୍ୟ ଉପରେ ଆଲୋକପାତ କରିଥିଲେ l ସାହିତ୍ୟ ସମାଜର ହିତ ସାଧିତ କରିଥାଏ, ଏହା ସହିତ ସମାଜର ହିତ ଦିଗରେ କାର୍ଯ୍ୟ କରୁ ବୋଲି ମତ ରଖିଥିଲେ l ଉତ୍କଳ ର ମହାନ ପରମ୍ପରା, ପୂଜ୍ୟପୂଜା କୁ ଆଧାର କରି ଆଜିର ଯୁବପୀଢ଼ି କାର୍ଯ୍ୟ କରିବାକୁ ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରିଥିଲେ l
ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ, ଲେଖକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଙ୍କ 87 ତମ ଜନ୍ମ ଦିବସର ଶୁଭେଚ୍ଛା ଅତିଥି ମାନେ ପ୍ରଦାନ କରିବା ସହ ଚାରି ସାରସ୍ୱତ ପ୍ରତିଭା ଧାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପଦ୍ମଶ୍ରୀ ଡ଼ ଅଶୋକ କୁମାର ମହାପାତ୍ରଙ୍କୁ ଦେବ ବୈଦ୍ୟ ଅଶ୍ୱିନୀ କୁମାର ସମ୍ମାନ, ପଦ୍ମଶ୍ରୀ ନୃତ୍ୟଗୁରୁ ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର, ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ପ୍ରବଚନ ଭାରତୀ ଗୁରୁଶ୍ରୀ ପ୍ରଫୁଲ୍ଲ ମହାରାଜଙ୍କୁ ଅତିଥି ମାନେ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଶେଷରେ ଧାରା ଶ୍ରୀରାଧା ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page