ପଂଚକର୍ମ ଚିକିସ୍ଛା ବିଜ୍ଞାନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଶିଷ୍ଟ ଭେସଜ ଚିକିସôକ, ସାରସ୍ୱତ ପ୍ରତିଭାଦୀପ୍ତ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡାଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉକ୍ତ ପୁସ୍ତକଟି ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳିତ ହେବା ପାଇଁ ରାଜ୍ୟ ସରକାର ସୁପାରିଶ କରିଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦୁ୍ୟମ୍ନ ଶତପଥୀ, ସଂସ୍କୃତି ପୁରୁଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଓଡ଼ିଶା ନାଗରିକ ମହାମଂଚର ଉପସଭାପତି ଡ. ପ୍ରଦୀପ କୁମାର ବିଶ୍ୱାଳ, ବରିଷ୍ଠ ହିସାବ ରକ୍ଷକ ଡ. ସଂଜୟ କୁମାର ବେହୂରା, ଆୟୁର୍ବେଦ ଚିକିସôକ ସୂର୍ଯ୍ୟକାନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କ୍ରାନ୍ତି କୁମାର ସାକସେନା, ପ୍ରକାଶ ନନ୍ଦ ଉପସ୍ଥିତ ରହିଥିଲେ । ଉକ୍ତ ପୁସ୍ତକଟି ଜନକଲ୍ୟାଣ ଦିଗରେ ବେଶ୍ ସହାୟକ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page