ପଞ୍ଜୀକୃତ ହେଲା ଓଡିଶା ଶ୍ରମିକ ସଂଘ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଓଡିଶା ଶ୍ରମିକ ସଂଘ ରାଜ୍ୟର ଏକମାତ୍ର ପଞ୍ଜୀକୃତ ୟୁନିୟନ ଯାହା ପଞ୍ଜୀକୃତ ଶ୍ରମିକମାନଙ୍କୁ ନେଇ ଗଠିତ ହୋଇଯାଇଛି । ବର୍ତ୍ତମାନ ଏହି ସଂଘ ସରକାରଙ୍କ ନିକଟରେ ପଞ୍ଜୀକରଣ ଅନୁମୋଦନ ଲାଭ କରିଛି । ଏହା କେବଳ ପଞ୍ଜିକରଣ ହୋଇଥିବା ଅର୍ଥାତ ଲେବର କାର୍ଡ ପାଇଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକରିବ ବୋଲି ସଂଘର ରାଜ୍ୟସ୍ତରୀୟ ଅଧକ୍ଷ ଚନ୍ଦ୍ର ପ୍ରକାଶ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଟି ଜିଲ୍ଲାର ପ୍ରାୟ ୩୦୦ ପଞ୍ଜୀକୃତ ଶ୍ରମିକମାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଅନ୍ୟ ସବୁ ଜିଲ୍ଲାର ଶ୍ରମିକଙ୍କୁ ସାମିଲ କରାଯିବ ବୋଲି ଏହାର ଉପାଧ୍ୟକ୍ଷ ତଥା ଉପଦେଷ୍ଟା, ରାଷ୍ଟ୍ରପତି ପୁରସ୍କାର/ ସମ୍ମାନ ପାଇଥିବା ସମାଜସେବୀ ଶିବ ପ୍ରସାଦ ପାଟଯୋଶି ମତବ୍ୟକ୍ତ କରିଥିଲେ। ଏହାର ଦୁଇଜଣ ଉପଦେଷ୍ଟା ଭାବେ ଶିବ ପ୍ରସାଦ ପାଟଯୋଶୀଙ୍କ ସହିତ ଆଉ ଜଣେ ଦକ୍ଷ ସ୍ତମ୍ଭକାର ତଥା ଦ୍ଵିଭାସି ଖବର କାଗଜର ସମ୍ପାଦକ ଡ. ଶାରଦା ପ୍ରସାଦ କର ରହିଛନ୍ତି। ଏହାର ଅନ୍ୟ ନିର୍ବାଚିତ କର୍ମକର୍ତ୍ତାମାନେ ହେଲେ ସାଧାରଣ ସମ୍ପାଦକ ଭାବେ ତରୁଣ ତପନ ମିଶ୍ର, ଯୁଗ୍ମ ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ହାଉସିଂ ବୋର୍ଡ ସଭାପତି ପଦ୍ମ ଚରଣ ମହାପାତ୍ର, କୋଷାଧ୍ୟକ୍ଷ ମାଧବୀ ମହାରଣା, କାର୍ଯ୍ୟକାରୀ ସଦସ୍ୟ ସମାଜ ସେବୀ, ସମୀତା ନାୟକ, ପ୍ରକାଶ ଚନ୍ଦ୍ର ମହାରଣା, ଚିତ୍ତରଞ୍ଜନ ପୃଷ୍ଟି। ଏହି ସଙ୍ଘରେ ସାମିଲ ହେବା ପାଇଁ ୭୦୦୮୧୩୭୦୭୮ରେ ଯୋଗାଯୋଗ କରିବାକୁ ଅଧକ୍ଷ ସୂଚନା ଦେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page