ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ

ନୂଆଦିଲ୍ଲୀ: ଆଜି ରାତି ୯ଟା ୫୧ ମିନିଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିଲା । ରାତି ୮ଟା ୬ ମିନିଟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ଏମ୍ସ ପକ୍ଷରୁ ରାତି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ୯୨ ବର୍ଷୀୟ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ ଓ ୨୦୦୪ରୁ ୨୦୧୪ ପର୍ୟ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ରେ ଆରମ୍ଭ ହୋଇଥିବା ଦେଶର ଅର୍ଥନୈତିକ ସଂସ୍କାରକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛଥିଲେ। ଡ. ସିଂ ୨୬ ସେପ୍ଟେମ୍ବର ୧୯୩୨ରେ ପାକିସ୍ତାନର ପଶ୍ଚିମ ପଂଜାବର ଚକଓ୍ବାଲ ଜିଲ୍ଲାର ସ୍ଥିତ ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ରେ ଦେଶ ବିଭାଜନ ପରେ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲେ । ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଅଧ୍ୟୟନ କରିଥିଲେ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡି.ଫିଲ ଡିଗ୍ରୀ ନେଇଥିଲେ। ମନମୋହନ ସିଂହ ୧୯୯୦ ଦଶକର ପ୍ରାରମ୍ଭରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ I ୧୯୯୧ ମସିହାରେ ଦେଶ ସମ୍ମୁଖୀନ ହୋଇଥିବା ଗମ୍ଭୀର ଅର୍ଥନୈତିକ ସଙ୍କଟକୁ ଦୂର କରିବାର କ୍ରେଡିଟ ତାଙ୍କୁ ଦିଆଯାଏ । ଅର୍ଥମନ୍ତ୍ରୀ ହେବା ପରେ ସେ କିଛି ବର୍ଷ ଧରି ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ କାର୍ୟ୍ୟ କରିଥିଲେ । ପରେ ୨୦୦୪ରେ ସେ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page