ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ପୁଲିସ ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ଶନିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡିକୁ ଵାଡ଼ା ବାଡ଼ି କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣା ସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏହାକୁ ନେଇ ପୂର୍ବତନ ବିଧାୟକ ଯାଜପୁର ପୁଲିସକୁ ଦୋଷାରୋପ କରିବା ସହିତ ଥାନାରେ ଏତଲା ଦେଇନଥିଲେ ହେଲେ ତାଙ୍କ ସମର୍ଥକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ବେଳେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିଲା । ଏନେଇ ପୁଲିସ ୨ଟି ପୃଥକ ମାମଲା ରୁଜୁ କରିବା ସହ ଯାଜପୁର ଏସ୍ଡ଼ିପିଓ ଘଟଣାର ତଦନ୍ତ କରି ଗତକାଲି ରାତିରେ ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଥିଲେ। ଆଜି ପୁଲିସ ଜାରକା କୁମାରି ଗ୍ରାମର ମନୋଜ ଦାସ, ଆରୁହା ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ବାରିକ ଓ ସୁଶାନ୍ତ ସାମଲଙ୍କୁ କୋର୍ଟ ଚାଲାଣ କରିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page