ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ ଲୋକେ ରକ୍ତଦାନ ପାଇଁ ପଛଘୁଞ୍ଚା ଦେଉଥିବା ହେତୁ ରୋଗିମାନେ ରକ୍ତ ପାଇବାରୁ ବଂଚିତ ହେଉଛନ୍ତି । ଖବରଟି ଶେଷରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜକୁ ପହଞ୍ôଚ ଥିଲା । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଗୋପାଲ ପ୍ରଧାନ ଓ ଦିପକ ପ୍ରଧାନ ଭିମଭୋଇ ମେଡିକାଲ ରକ୍ତ ଭଣ୍ଡାରକୁ ଆସି ଦୁଇଟି ଜିବନ ବଂଚାଇଥିଲେ । ରକ୍ତଦାନ ସମୟରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସିମ କୁମାର ଭୋଇ ଓ ଅନଙ୍ଗ ଭୋଇ ଉପସ୍ଥିତ ଥିଲେ । ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମାହୋଲ ରେ ପ୍ରଶଂସା କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page