ପ୍ରଥମ “ରଜ ସମାରୋହ” ନିମନ୍ତେ ପ୍ରସ୍ତୁତି ବୈଠକ

ଧଉଳି: ଭୁବନେଶ୍ଵର ଅନ୍ତର୍ଗତ ଧଉଳି ବୈରଙ୍ଗେଶ୍ଵର ମନ୍ଦିର ଓ ଦୟା ସେତୁ ନିକଟ ରେ ଧଉଳି ବିକାଶ ମଞ୍ଚ ତରଫରୁ ସଭାପତି ରବିନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମ ‘ରଜ ସମାରୋହ-୨୦୨୫’ ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହ ଉତ୍ସବ ଆସନ୍ତା ତା୧୪/୦୬/୨୦୨୫ ରୁ ତା ୧୬/୦୬/୨୦୨୫ ପର୍ୟ୍ୟନ୍ତ ଭୁବନେଶ୍ଵରସ୍ତୁ ଧଉଳି ବୈରଙ୍ଗେଶ୍ବର ମନ୍ଦିର ଓ ଦୟା ସେତୁ ନିକଟ ରେ ଅନୁଷ୍ଠିତ ହେବ । ଓଡିଶା ର ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖୁବା ସହିତ ବର୍ତ୍ତମାନର ଯୁବପିଢି ଙ୍କୁ ପରମ୍ପରା ସହିତ ଜଡିତ ରଖୁବା ଏହି ମହୋତ୍ସବ ର ଉଦ୍ଦେଶ୍ୟ । ତିନି ଦିନ ବ୍ୟାପି ଏହି ସମାରୋହ ଉତ୍ସବ ରେ ରଜ ପାନ, ପିଠା, ମେହେନ୍ଦି ର ଷ୍ଟଲ ଲାଗିବା ସହ ଝିଅ ପିଲା ମାନଙ୍କ ପାଇଁ ୩୦ଟି ଦୋଳି ଲାଗିବାର ଆୟୋଜନ କରାଯିବା ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର, ଶକ୍ତି ମିଶ୍ର, ହ୍ୟୁମାନ ସାଗର, ରୁକୁ ସୁନା ପ୍ରମୁଖ ଙ୍କ ଦ୍ୱାରା ସଂଗୀତ ଭିତିକ ସଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଷ୍ଠାନ ର ସ୍ୱେଚ୍ଛାସେବୀମାନେ ବିଭିନ୍ନ ଦାୟିତ୍ୱରେ ରହିବେ ଏବଂ ଶାଢି ଶୃଙ୍ଖଳାର ସହିତ ଉକ୍ତ ଉତ୍ସବକୁ ପାଳନ କରିଯିବ ପାଇଁ ଉକ୍ତ ସଭାରେ ନିଷ୍ପତି ନିଆଯାଇଥିଲା ।“ଧଉଳି ବିକାଶ ମଞ୍ଚ ” ର ସଂପାଦକ ଚିନ୍ମୟ ରଂଜନ ପ୍ରଧାନ, କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ମହାନ୍ତି ଙ୍କ ସହ ରଶ୍ମିରଂଜନ ଶ୍ରୀଚନ୍ଦନ, ସୁଧାଂଶୁ ସୁବୁଦ୍ଧି, ସୂର୍ୟ୍ୟକାନ୍ତ ସାହୁ, ଆଲୋକ ସାହୁ, ବିଭୁତି ପ୍ରଧାନ, ଅଶୋକ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଅଶୋକ କୁମାର ପ୍ରଶାନ୍ତ ରାଉତ, ସୁକାନ୍ତ କୁମାର ରାଉତରାୟ, ସନାତନ ସ୍ଵାଇଁ, ମୁରଲୀଧର ସ୍ଵାଇଁ, ବ୍ରଜଶ୍ରୀ ବ୍ରଜମୋହନ, ଅଭୟ ପ୍ରଧାନ ୧ ବାରିକ ପ୍ରମୁଖ ସଭ୍ୟମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ । ସର୍ବଶେଷରେ ସଂପାଦକ ଚିନ୍ମୟ ରଂଜନ ଉପସ୍ଥିତ ଥିବା ସମସ୍ତ ଅତିଥ୍ ଓ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page