କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଞ୍ଜା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ (ଗୁରୁବାର ) ସ୍ଥାନୀୟ ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅରୂପା ନନ୍ଦ ଭୋଇ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ତଥା ବିଆରସିସି ଗୋଲାମୁଣ୍ଡା ଲବଣି ନାଏକ, ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ନାଏକ ସଂଗଠନ ସମ୍ପାଦକ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କଳାହାଣ୍ଡି, ବିଶ୍ୱଜିତ ବେହେରା ଏବିଇଓ ଧର୍ମଗଡ, କ୍ଷେତ୍ର ମୋହନ ମାଝୀ ସଭାପତି ପ୍ରାଥମିକ ଶିକ୍ଷକ ସଂଘ ଧର୍ମଗଡ, ଆଶିଷ ପ୍ରଧାନୀ ସମ୍ପାଦକ ପ୍ରାଥମିକ ଶିକ୍ଷକ ସଂଘ ଧର୍ମଗଡ, ବଂକିମ ଚନ୍ଦ୍ର ସାଗର ଏଓପିଟିଏ ମହାସଚିବ, ରାଜ କୁମାରୀ ନାଏକ ସିଆରସିସି ଗୋଡ଼ଭଞ୍ଜା କ୍ଲଷ୍ଟର, କୈଳାଶ ଚନ୍ଦ୍ର ପଟେଲ ଗୋଡ଼ଭଞ୍ଜା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସଭାପତି, ଗ୍ରାମର ଭଦ୍ର ବ୍ୟକ୍ତି ଗୋବର୍ଦ୍ଧନ ପଟେଲ, ଯୁଗେଶ୍ୱର ନାଏକ,ଗଡିଆଯୋର ବିଦ୍ୟାଳୟ ର ଶିକ୍ଷକ ସୁନୀଲ କୁମାର ପଣ୍ଡା, ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଓ ଗ୍ରାମର ଭଦ୍ର ବ୍ୟକ୍ତି ଅବସରକାଳିନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ବେଳେ ଅତିଥି ମାନେ ମଞ୍ଚାସିନଥିଲେ।ଆଜିର ସଭାଟିକୁ ପରିଚାଳନା କରିଥିଲେ ସହକାରୀ ଶିକ୍ଷକ ରାଜମୋଟେର ରମଣୀ ରଞ୍ଜନ ଦୁର୍ଗା | ଉକ୍ତ ସଭାରେ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରିବା ପରେ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଶ୍ରୀଯୁକ୍ତ ପଣ୍ଡା ଙ୍କୁ ମୁଖ୍ୟ ଅତିଥି ମାନଙ୍କ କର କମଳରେ ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଅବସର କାଳିନ ସଭା ଆରମ୍ଭ କରିବା ପୂର୍ବରୁ ବିଦ୍ୟାଦାତ୍ରୀ ମା ସରସ୍ବତୀ ଓ ବିଦ୍ୟା ଜ୍ଞାନ ଦାତା ଗଣେଶଙ୍କ ଫୋଟୋ ଚିତ୍ରରେ ଅତିଥି ମାନେ ଦୀପ ପ୍ରଯ୍ୟୁଳନ କରି ସଭାଟିକୁ ଆରମ୍ଭ କରିଥିଲେ | ସୁରେନ୍ଦ୍ର କୁମାର ପଣ୍ଡା ସେ ଗତ ୭|୧୧|୧୯୮୬ ମସିହା ରେ ତାଙ୍କର ଶିକ୍ଷକତା ଜୟପାଟଣା ବ୍ଲକ କୁମ୍ଭାର ପିପଲ ପଡା ରୂ ଆରମ୍ଭ କରିଥିଲେ | ପରେ ପରେ ଧର୍ମଗଡ ବ୍ଲକ ଟିପିଗୁଡା ପ୍ରାଥମିକ ବିଦ୍ୟାଳୟ ରେ ୩ ବର୍ଷ,ରୈନଗୁଡା ରେ ଦୀର୍ଘ ୨୮ ବର୍ଷ କାଳ ଛାତ୍ର, ଛାତ୍ରୀ ମାନଂକୁ ଶିକ୍ଷାଦାନ କରି ଆସିଥିଲେ |ଏହା ପରେ ବିକ୍ରମଗୁଡା ଦର୍ଲିପଡା ରେ ଚାରି ବର୍ଷ, ଛିଲିପା ରେ ତିନି ବର୍ଷ, ଥାନଟ ଗ୍ରାମ ରେ ୨ ବର୍ଷ ଓ ଶେଷ ରେ ୨୨ ଜାନୁୟାରୀ ୨0୨୧ ରୁ ୩ ଏପ୍ରିଲ ୨0୨୫ ପର୍ଯ୍ୟନ୍ତ ଗୋଡ଼ଭଞ୍ଜା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଂକୁ ଶିକ୍ଷା ଦାନ କରି ବୁଧବାର ଦିନ ଅବସର କାଳିନ ବିଦାୟ ନେଇ ଛନ୍ତି| ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ୧|୫|୨0୨୫ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଅବସର ନେଇଛନ୍ତି।ସେ ଜଣେ ଏକ ସଚ୍ଚୋଟ, ସମୟାନୁବର୍ତ୍ତି, ସୁ ଦକ୍ଷତା ସମ୍ପନ୍ନ ଶିକ୍ଷକ ଥିଲେ।ତାଙ୍କ ଶିକ୍ଷକତା ଜୀବନର ଅଭୁଲା ସ୍ମୃତି ର ଛାପ ଛାଡ଼ି ଯାଉଥିବାରୁ ଛାତ୍ର/ ଛାତ୍ରୀ, କମିଟି, ସହପାଠୀ ତଥା ମଞ୍ଚସ୍ଥ ଅତିଥି ମାନେ ଓ ଅଭିଭାବକ ମହଲରେ ଝୁରି ହେଉଛନ୍ତି | ଏହି ଅବସର କାଳିନ ସମ୍ବର୍ଦ୍ଧନା ସଭାରେ ବିଶେଷ ଭାବେ ସ୍ଥାନୀୟ କ୍ଲଷ୍ଟର ସିଆରସିସି ରାଜକୁମାରୀ ନାଏକ ଛଳ ଛଳ ଅଶ୍ରୁ ଭରା ଆଖିରେ ଓ ହୃଦୟ ଭରା କୋହ କଣ୍ଠରେ ଶ୍ରୀ ପଣ୍ଡାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦେଇ ଶ୍ରୀ ପଣ୍ଡା ଙ୍କ ଠାରୁ ଆଶ୍ରିବାଦ ଭିକ୍ଷା କରିଥିବା ନିଆରା ଦୃଶ୍ୟ ଅତିଥି ମାନଂକୁ ସ୍ତବ୍ଧ କରିଥିବା ଦେଖିବାକୁ ମିଳିଥିଲା |ଶେଷରେ ଅତିଥି ମାନେ ଶ୍ରୀ ପଣ୍ଡା ଙ୍କୁ ଧନ୍ୟବାଦ ଜଣାଇ ପରବର୍ତ୍ତୀ ସମୟ ସୁଖ ଶାନ୍ତିରେ କାଟିବା ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କୁ ଓ ଧର୍ମଗଡ ଇଷ୍ଟ ଦେବୀ ମା, ଭଣ୍ଡାର ଘରଣୀ ଙ୍କ ନିକଟରେ ନିବେଦନ ଜଣାଇଛନ୍ତି| ପରି ଶେଷରେ ବଂକିମ ସାଗର ଏଓପିଟିଏ ମହା ସଚିବ ସଭାଟିକୁ ଶେଷ କରିଥିଲେ |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ