ଭୁବନେଶ୍ୱର: ପ୍ରବଳ ବର୍ଷା ସତ୍ୱେ ପୂର୍ବରୁ ଘୋଷଣା ମୁତାବକ ଆଜି ସକାଳ 9 ଟlରେ ଗlଡ଼କଣ ଅଳିଆଗଦା ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ଼ ସୈନିକସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶତାଧିକ ସାଧାରଣ ଜନତାଙ୍କ ଦ୍ୱାରା ପ୍ଲାକାର୍ଡ ଧରି କଥା ଦେଈ କଥା ରଖିଲ ନାହିଁ ମୋହନ ଭାଇ ପରି ସ୍ଲୋଗାନ ସହିତ ଜନ ପ୍ରତିବାଦ କରାଯାଇଥିଲା l ପ୍ରବଳ ବର୍ଷା ସତ୍ୱେ ଅଭିଯାନ କର୍ମକର୍ତା ମାନେ ଆଜି ଜନ ପ୍ରତିବାଦ ଆରଂଭ କରିଥିଲେ l ଆସନ୍ତା ଦୁଇଦିନ ବର୍ଷା ପାଇଁ ସ୍ଥଗିତ ରଖାଯାଇଛି l ଗତ ରବିବାର ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସାଧାରଣ ଲୋକଙ୍କ ଦ୍ୱାରା ନଡ଼ିଆ ବାଡେଇ ଲୋକାର୍ପିତ କରାଯିବା ପରେ ସେଠାରେ ଦୈନିକ ବାହାରୁଥିବା 150 ଟନ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ହେଵା କଥା l ଦୈନିକ 350 ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି l ସେଥିପାଇଁ ସେହି ଅଂଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଂଚିବା ଦୁର୍ବିସହ ହୋଇ ପଡିଛି l ଯେହେତୁ ବର୍ଷା ଆସିଲାଣି ଏହା ଦୁଇଗୁଣ ହୋଇଯିବ l ପହଁଶୁଣି ୟୁନିଟ ଲୋକାର୍ପିତ ପରେ କାହିଁକି 150 ଟନ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ପାଇଁ ପଠାଉନାହାନ୍ତି ସେଥିପାଇଁ ଗାଡି ରୋକିବା ପାଇଁ ନିଷ୍ପତି ହୋଇଥିଲା l ଏହାଦ୍ୱାରା ଗlଡ଼କଣରୁ ଅଧା ଅଳିଆ ବୋଝ କମିଯିବ l ପୂର୍ବରୁ ବୈଠକରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପୂର୍ବ ପ୍ରତିଶୃତି ଅନୁଯାଇ ସାତ ଦିନ ଭିତରେ ଗlଡ଼କଣରେ ବହୁ ପୂର୍ବରୁ ଗଦା ହୋଇ ରହିଥିବା ସବୁ ଅଳିଆ ସଫା ହୋଇଯିବା କଥା l ଏହା କାହିଁକି କରିନାହାନ୍ତି ପ୍ରଶ୍ନ କରିଛି ଅଭିଯାନ l ଭିତରେ କିଛି ସ୍ଥାନରେ ମାଟି ଓ ବାଲି ଫ୍ଲିଲିଙ୍ଗ କରି ଗଛ ଲଗାଯିବା ପାଇଁ କଥା ଦେଇଥିଲେ, ଧୀରୀକୁଟି ବସ୍ତି ପାଖରେ ଥିବା ଅଳିଆ ଗଦାରେ ମାଟି ଓ ବାଲି ଭର୍ତ୍ତି କରି ଗଛ ଲଗାଯିବା କଥା ତାହା କରିନାହାନ୍ତି l ଭିତରେ ଥିବା ଏକ କଞ୍ଚା ଅଳିଆ ଘରକୁ ନିବୁଜ କରି ଉପରକୁ ଏହାର ଦୁର୍ଗନ୍ଧ ଫିଲଟର କରି ଛାଡିଲେ ପ୍ରାୟ ଦୁର୍ଗନ୍ଧ କମିଯିବ l ଏହାକୁ କରିବାକୁ ଅଭିଯାନ ମିଳିତ ଗ୍ରସ୍ତ ସମୟରେ କହିଥିଲା l ଏହା କାହିଁକି ବିଏମସି କମିଶନର କଲେନାହିଁ ଓ କଥାଦେଇ କଥା ରଖିଲେ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ଅଭିଯାନର ବରିଷ୍ଠ ସଭ୍ୟ ତଥା ଭୁବନେଶ୍ୱର ଉର୍ଣ୍ଣୟନ ସଭାପତି ବାସୁଦେବ ଭଟ୍ଟ l ପଳାଶୁଣୀ ପ୍ଲାଣ୍ଟ ବିଏମସି ଆଠ ମାସ ହେଲା କାହିଁକି ଲୋକାର୍ପିତ କଲନାହିଁ, ଏହାର ଉତ୍ତରଦାଇତ୍ୱ ଯିଏ ନେବ, ଆଠ ମାସ ହେବ ଭୁବନେଶ୍ୱର ଏହି ବୋଝରୁ ମୁକ୍ତି ପାଇଥାନ୍ତା, ସେଥିପାଇଁ ଦାୟୀ କିଏ l ଶ୍ରୀ ଭଟ୍ଟ ଏହାକୁ ମାନବାଧିକାର କ୍ଷୁର୍ଣ ହେବାସହ ରାଜେଶ ପ୍ରଭାକର ପଟିଲଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଘୋଷଣା କରିଥିଲେ l ଆବଶ୍ୟକ ସ୍ଥଳେ ଲୋକପାଳ ଙ୍କ ନିକଟରେ ଶ୍ରୀ ପାଟିଲଙ୍କ ନାମରେ ଏକ କେଶ କରିବାକୁ ଆମେ ପ୍ରସୃତ ହେବା ଘୋଷଣା କରିଛନ୍ତି l ବର୍ଷା ସତ୍ୱେ ଅଭିଯାନର କର୍ମକର୍ତା ଓ ସ୍ଥାନୀୟ ଜନସାଧାରଣ ଗେଟ ସମ୍ମୁଖରେ ନାରାବାଜି ସହ ପ୍ରତିବାଦ କରିଥିଲେ l ଆଜି ସକାଳେ ପ୍ରବଳ ବର୍ଷା ସହ ଆଗକୁ ତିନି ଚାରିଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ତେଣୁ ବର୍ତମାନ ପାଇଁ ଜନପ୍ରତିବାଦ ସ୍ଥଗିତ ରଖା ଯାଇଛି l ଆଗାମୀ ରବିବାର ଦିନ ପୁଣି ପ୍ରତିବାଦ ସହିତ ଅଳିଆ ଗାଡ଼ି ସବୁ ଡାମପିଙ୍ଗ ୟାର୍ଡ଼ ଭିତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ମୁଖପାତ୍ର ପ୍ରସନ୍ନ ବିଷୋୟୀ ଘୋଷଣା କରିଛନ୍ତି l ଆଜି ବିଶେଷ ଭାବେ ଲୋକମାନେ ଦାବୀ କରିଛନ୍ତି, ସୈନିକ ସ୍କୁଲ, ଗାଡ଼କଣ ଡ଼ମ୍ପିୟାର୍ଡ଼ରେ ଓଦା ବର୍ଯ୍ୟବସ୍ତୁ ଟ୍ରିଟମେଣ୍ଟ କରିବା ସମୟରେ ତାର ବିଷାକ୍ତ ଅତି ଦୁର୍ଗନ୍ଧ ଗ୍ୟାସ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ପ୍ରାଚୀର ନିର୍ମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛି l ଓଦା ଅଳିଆ ପାଇଁ ଯେହେତୁ ସମୟ ଲାଗିବ ସେଥିପାଇଁ ସୈନିକ ସ୍କୁଲ ଅଳିଆଗଦା ଠାରେ ଥିବା ଓଦା ଅଳିଆ ପ୍ରକିୟାକରଣ ପାଇଁ ସେଡ ନିର୍ମାଣ କରାଯାଇଛି l ସେଠାରୁ ଦୁର୍ଗନ୍ଧ ପୁରା ଅଂଚଳକୁ ଦୂଷିତ କରିବା ସହ ପରିବେଶକୁ କ୍ଷତି କରୁଛି l ସେଥିରୁ ନିର୍ଗତ ଆବର୍ଜନା ପାଣି ଡ୍ରେନକୁ ଯାଇ ଭୁତଳ ଜଳ ପୁରା ନଷ୍ଟ ହୋଇଗଲାଣି l ସେଥିପାଇଁଏହାକୁ ସମ୍ପୂର୍ଣ୍ଣ ନିବୁଜ ଘର କରିବା ସହ ପବନ ବାହାରକୁ ନ ଯିବା ବ୍ୟବସ୍ଥା କରିବା ସହ ବଡ଼ ବଡ଼ ଶିଳ୍ପlନୁଷ୍ଠାନରେ ବ୍ୟବହାର ହେଉଥିବା ପଙ୍ଖା ଲଗାଯାଇ ସେହି ଦୁର୍ଗନ୍ଧ ପବନକୁ ଶୁଦ୍ଧ କରି ଉପରକୁ ଛାଡିଲେ ଏହି ଅଂଚଳର କିଛି କ୍ଷତି ହେବନାହିଁ l ଦୁର୍ଗନ୍ଧ କମିଯିବ l ଯେହେତୁ ଆଗକୁ ବର୍ଷାଦିନ ଆସିଯିବ ଏହି ଗନ୍ଧ ଦୁଇଗୁଣ ବଢ଼ିଯିବ l ସେଥିପାଇଁ ଅଭିଯାନ ଯୁଦ୍ଧ କାଳୀନ ବ୍ୟବସ୍ଥା କରିବାକୁ ଚାହୁଁଛି ନଚେତ ପୁଣି 6 ମାସ ବିଳମ୍ବ ହୋଇଯିବ l ଆଜିର ଜନ ପ୍ରତିବାଦ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ , ଆଶୁତୋଷ ମିଶ୍ର, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସଞ୍ଜୟ ମଲ୍ଲିକ,ପ୍ରିତିଶ ବସା, ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦ ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା, ଯୁଗ୍ମ -ସମ୍ପାଦକ ଚିନ୍ତାମଣି ବାରିକ, ଶଙ୍କର୍ଷଣ ବାରିକ, ସତ୍ୟବ୍ରତ ମହାନ୍ତି, ନିରୁପମା ପାତ୍ର, ପ୍ରତାପ ସାହୁ ଧରଣୀଧର ରାଉତ, ଶଶି ଭୂଷଣ ଦାସ, ରାମଚନ୍ଦ୍ର ସାମଲ, ରଶ୍ମିତା ସାହୁ, ସୁଶାନ୍ତ ସାହୁ, ସମୀର ସରକାର ଓ ପ୍ରଦୀପ୍ତ ପରିଡା ଆଦି ନେତୃତ୍ୱ ନେଇ ଜନ ପ୍ରତିବାଦ କୁ ସଫଳ କରିଥିଲେ l
ପ୍ରବଳ ବର୍ଷାରେ ଗlଡ଼କଣ ଡମ୍ପିଙ୍ଗୟାର୍ଡ଼ ସମ୍ମୁଖରେ ଅଳିଆଗଦା ହଟାଇବାକୁ ଜନ ପ୍ରତିବାଦ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ରାଜନେତା ଓ କାର୍ପୋରେଟଜଗତ ର ବାସ୍ତବ ଚିତ୍ର ହେଉଛି “ପରାଗ’
ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ଏକାଡେମୀ ଓ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ସାମାଜିକ ନାଟକ "ପରାଗ "ମଞ୍ଚସ୍ଥ ହୋଇଯାଇଛି l ନାଟ୍ୟକାର ସୁବାଷ ପଣ୍ଡାଙ୍କ ରଚିତ ତଥା
ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର: ବଲାଙ୍ଗିର ସାମ୍ବାଦିକ ସୁରକ୍ଷା ଆଇନ ତଥା ବିଭିନ୍ନ ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ" କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି
ଗୋବିନ୍ଦ ସେବାଦଳର କାଉଡିଆ ସେବା
କଲରଙ୍ଗୀଅତା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଶଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ସାରା ଦେଶରେ କାଉଡ଼ିଆ ମାନେ ଧାଡ଼ିରେ ଯାଇ ଶିବ ମନ୍ଦିର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। କାଉଡିଆମାନେ ନଦୀରୁ ଜଳ ନେଇ ଶିବ ମନ୍ଦିର
ସମକାଳୀନ ଚିତ୍ର ପ୍ରଦର୍ଶନ
ବାଲିଅନ୍ତା: ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ "ଇନର ଥଟ" ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଉଦଘାଟିତ ହୋଇଯାଇଛି। ଗ୍ୟାଲେରୀ ନିର୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ପୁରୀ ଲୋକସଭା ସାଂସଦ ସମ୍ବିତ
ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ
ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା
ଚିତାଲାଗି ଅମାବାସ୍ୟା
ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟାମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ
ନାଟକ ରାଜଭୋଗ ମଂଚସ୍ଥ
ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ ।
ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର: ରଣପୁର ପ୍ରଜା ଆନେ୍ଦାଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ କବି, ବିପ୍ଳବୀ, ସଂଗ୍ରାମୀ ତଥା ନୟାଗଡ଼ ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୬ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍ -୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି
ମା’ ବାଉତୀ ପୀଠରେ ସଫେଇ କାର୍ଯ୍ୟକ୍ରମ
ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ସରକାର ସମ୍ବେଦନଶୀଳ ହୁଅନ୍ତୁ: ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘ
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧମନ୍ଦିର ପରିସରରେ ଘରୋଇ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା l ସଙ୍ଘର ସଭାପତି ଅଜିତ ଦାସ ଓ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭ୍ୟା ହିରନମୟ
ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ
ପିକକ ପକ୍ଷରୁ ବୃକ୍ଷ ରୋପଣ
ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ
ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ
ଚନ୍ଦନଭାଟି ପେକ୍ସରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର: ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ
ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ
୨୩ ଓ ୨୪ରେ ମାରୱାଡି ମହିଳା ସମିତି ଭୁବନେଶ୍ଵର ପକ୍ଷରୁ ସାଓନ ମେଳା
ଭୁବନେଶ୍ୱର: ମାରୱାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଅଛି । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ
ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ବାହୁଡ଼ାଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦିଲ୍ଲୀ ପବ୍ଲିକ୍ ସ୍କୁଲର ଶ୍ରେଣୀର୩ ର ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଭକ୍ତିଭାବରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ହସ୍ତରେ କାଗଜ ଓ ରଙ୍ଗିନ କାଗଜରେ ଛୋଟ ରଥ ତିଆରି

Politics

ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment

ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ
