ଫୁଲବାଣୀ, ୧୧/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ତା ୧୦/୨/୨୦୨୫ ରିଖ ସୋମବାର ଦିନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାରାପ୍ରସାଦ ମିଶ୍ର ଙ୍କର ସଭାପିତିତ୍ୱ ରେ 2024-25 ଶିକ୍ଷାବର୍ଷ ବାର୍ଷିକତ୍ସବ ଖୁବ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଆୟୋଜିତ ବାର୍ଷିକ ଉତ୍ସବର ସଭାପତିତ୍ୱ କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ମଧ୍ୟ କରିଥିଲେ। ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ଛାତ୍ର ଛାତ୍ରୀ ପିତା ମାତା ସମ୍ମାନ ଦେବା ସହ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଦେଇ ଉଚିତ ବିଦ୍ୟା ଶିକ୍ଷା କଲେ ସମାଜର ଜଣେ ସୁନାଗରିକ ହୋଇ ପାରିବେ ବୋଲି କହି ନିଜ

ବ୍ୟକ୍ତିଗତ ଅନୁଭୂତିକୁ ବଖାଣି ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଖେଳକୁଦ କ୍ଷେତ୍ରରେ ଅଗ୍ରସର ହେଵା ପାଇଁ ପ୍ରେରଣା ଦେଇଥିଲେ । ତତ ସହ ସମସ୍ତଙ୍କ ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ସହ ଯୋଡି ହୋଇ ରହିଥିବା ପଛୁଆ ଶବ୍ଦ କୁ ଉଠାଯାଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ମାନ୍ୟବର ବିଧାୟକ ବିଦ୍ୟାଳୟର ଥିବା ଅସୁବିଧାକୁ ଦୂର କରିବା ପାଇଁ ତାଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ କୃଷି ଅଧିକାରୀ ସୁଶ୍ରୀ ସୁନିତା ମିଶ୍ର ଯୋଗ ଦେଇ ତାଙ୍କର ଓଜସ୍ଵିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ସଚେତନ କରାଇଥିଲେ । ସେ ଛାତ୍ରଛାତ୍ରୀଙ୍କ ବିକାଶରେ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମାନ ଭାଗୀଦାରୀତା ରହିଛି ବୋଲି ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଛାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଆଠ ମାଲିକ ବାଳକୃଷ୍ଣ କହଁର ଯୋଗ ଦେଇ ଶିକ୍ଷା ସମାଜର ମାନଦଣ୍ଡ, ଶିକ୍ଷା ହେଉଛି ମାନବୀୟ ମୁଲ୍ୟବୋଧର ପ୍ରତୀକ। ପିଲାମାନେ ଯେତେ ଗୁଣର ଅଧିକାରୀ ହେଲେ ମଧ୍ୟ ସବୁରୀ ମୂଳରେ ଶିକ୍ଷା ର ଆବଶ୍ୟକକତା । ଶିକ୍ଷା ନହେଲେ ଭଲ ମଣିଷ ଟିଏ ହୋଇ ପାରିବ ନାହିଁ। ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କହିବା ସହ ନିଜ ପିଲାଦିନର ଅନୁଭୂତିକୁ ମନେ ପକାଇ ପିଲାମାନଙ୍କୁ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୁଖ ଖମାରୀ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁରଜ ଦିଗାଲ ଏବଂ ପାଞ୍ଚଶଖା ଶିକ୍ଷା ସେତୁ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରବୀଣ କୁମାର ସାହୁ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟପେୟର ବନ୍ଦୋବସ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵକୁ ଶିକ୍ଷକ କୃପାନିଧି ପ୍ରଧାନ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ମଞ୍ଚ ସଜ୍ଜାଦାୟିତ୍ଵରେ ଅମିତ କୁମାର ତ୍ରିପାଠୀ ଏବଂ ମଞ୍ଚ ପରିଚାଳନାରେ ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ପଣ୍ଡା, ପୃରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମିତାଞ୍ଜଳି ପ୍ରଧାନ ଏବଂ ସୁଶ୍ରୀ ଅରୁନ୍ଧତୀ ଦିଗାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ପ୍ରଭାସିନୀ କହଁର ସହଯୋଗ କରିଥିଲେ । ଶିକ୍ଷକ କୃପାନିଧି ପ୍ରଧାନ ଶୃଙ୍ଖଳା ଦାୟିତ୍ଵକୁ ସୁଚାରୁରୂପେ ତୁଲାଇଥିବା ବେଳେ ଶିକ୍ଷକ ରମେଶ ଶୁକମାଝି ଏବଂ ବିସ୍ମିତା ପ୍ରଧାନ ସମସ୍ତ ଅତିଥିଙ୍କ ଅଭ୍ୟର୍ଥନା ଦାୟିତ୍ଵକୁ ନିର୍ବାହ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଅର୍ଣ୍ଣପୂର୍ଣ୍ଣା ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ରିତାରାଣୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ଉତ୍ସବ ସମୟରେ ବିପୁଳ ସଂଖ୍ୟକ ଗ୍ରାମବାସୀ , କମିଟିର ସମସ୍ତ ସଦଶ୍ୟ ଏବଂ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିଲେ।