ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

ଫୁଲବାଣୀ ୧୭/୨: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସ‌ହ‌ଯୋଗ ରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ହୋଇଯାଇଛି । ମାନ୍ୟବର ସାଂସଦ, କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶ୍ରମିକମାନେ ଦେଶ ବା ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ହେଲେ ଦେଖାଯାଏ ଯେ ସେମାନେ ସମାଜରେ ଅବହେଳି ଦାରିଦ୍ରର ସୀମାରେଖା ତଳେ ରହିଥାନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବ୍ୟବସ୍ଥା କରିଛନ୍ତି ଯେପରିକି ଶ୍ରମିକମାନଙ୍କ ପିଲାଙ୍କ ପାଇଁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ଶ୍ରମିକମାନଙ୍କ ପିଲାଙ୍କ ପାଇଁ ବିବାହ ସହାୟତା ଓ ପ୍ରସୁତିକାଳୀନ ସହାୟତା, ଏହି ସବୁ ବିଷୟରେ ଅବଗତ ହୋଇ ଏହାର ଲାଭ ନେବାକୁ ଅନୁରୋଧ କରିବା ସହିତ ପିଲାମାନଙ୍କୁ କାମରେ ନ ଲଗେଇ ପାଠ ପଢେଇ ଭଲ ମଣିଷ କରିବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ରମେଶ ଚନ୍ଦ୍ର ଜେନା କହିଥିଲେ ଯେ ଶ୍ରମିକମାନଙ୍କର କେବଳ ରାଜ୍ୟ ବା ଦେଶରେ ନୁହେଁ ବିଶ୍ଵରେ ବଡ଼ ଅବଦାନ ରହିଛି । ସରକାର ଶ୍ରମିକଙ୍କ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ଵ ରଞ୍ଜନ କହଁର ପ୍ରାର ପ୍ରାରମ୍ଭିକ ଭାଷଣରେ ଜିଲ୍ଲାରେ ଚାଲିଥିବା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅଣ ପଞ୍ଜିକୃତ ଶ୍ରମିକ ଯାହା ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍, ସେମାନେ ଆବଶ୍ୟକୀୟ କାଗଜାତ ଦେଇ ପଞ୍ଜିକରଣ କରି ସରକାରଙ୍କ ଯୋଜନାର ଲାଭ ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଆର୍ଥିକ ବର୍ଷ ୨୦୨୪-୨୫, ପେବୃଆରୀ ୧୬ ସୁଦ୍ଧା ୭୪୭ ଜଣ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ ସହାୟତା ରାଶି ଆକରରେ ପ୍ରାୟ ୧ କୋଟି ୯୪ ଲକ୍ଷ ୪୪ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଲେ । ଆଜି ଅତିଥିମାନଙ୍କ ଦ୍ଵାରା ୨୧୯ ଜଣ ଭିନ୍ନ ଭିନ୍ନ ହିତାଧିକାରୀଙ୍କୁ ପ୍ରାୟ ୧ କୋଟି ୨ ଲକ୍ଷ ୭୩ ହଜାର ୬୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୨୦୦ ଗୋଟି ନିର୍ମାଣ ଶ୍ରମିକ ଆଇ.ଡି କାର୍ଡ ଓ ୫୦ ଗୋଟି ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇ.ଡି କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ତିଭିଜନାଲ୍ ଶ୍ରମ କମିଶନର ତେଜ୍ ଜୁମାର ବାଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ । ଏହି ସମାରୋହରେ କନ୍ଧମାଳ ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଫୁଲବାଣୀ ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି, ଡେପୁଟି କଲେକ୍ଟର ସୁମନ କୁମାଗ ଡୁଙ୍ଗ୍ ଡୁଙ୍ଗ୍, ସହକାରୀ କଲେକ୍ଟର ବିବେକାନନ୍ଦ ସାମଲ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ସଂଗଠିତ ଓ ଅଣ ସଂଗଠିତ ଶ୍ରମିକ, ସରକାରୀ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page