ଚିଲିକା,୧୫।୧/: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ସରକାରୀ ହାଇସ୍କୁଲ ଓ ନୀଳକଣ୍ଠ ନୋଡାଲ ସ୍କୁଲ ପ୍ରତିଷ୍ଠାତା ତଥା ଓଡ଼ିଶାର ବିଶିଷ୍ଟ ସଂକୀର୍ତ୍ତନ ବିଶାରଦ ସ୍ବର୍ଗତ ନୀଳକଣ୍ଠ ସେନାପତିଙ୍କ ୧୨୧ତମ ଜନ୍ମଜୟନ୍ତୀ ଅବସରରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ ସେନାପତିଙ୍କ ସୁପୁତ୍ର ତଥା ଅଞ୍ଚଳର ବରିଷ୍ଠ ଚିକିତ୍ସକ ଡ଼ଃ ମଧୁସୂଦନ ସେନାପତିଙ୍କ ସଭାପତିତ୍ବରେ ତଥା ପ୍ରଧାନଶିକ୍ଷକ ଦିବାକର ମିଶ୍ରଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା

ବୈଠକରେ ମୁଖ୍ୟଅତିଥି ଭାବେ ସତ୍ୟ ସାଇ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ମିଶ୍ର ମୁଖ୍ୟ ଅତିଥି ଓ ଜିଲ୍ଲା ସଂଯୋଜକ ରାଜକିଶୋର ଭୋପା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ଜୟକୃଷ୍ଣ ବେହେରା, ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡ଼ା, ବରିଷ୍ଠ ସାମ୍ୱାଦିକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ଅଖିଳ କୁମାର ପଲାଇ, ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କବିତା ଘଡ଼େଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ପତଞ୍ଜଳି ଯୋଗ ଗୁରୁ ରାଜେନ୍ଦ୍ର ନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ | ଅତିଥି ମାନେ ସ୍ବର୍ଗତ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରିଥିଲେ | ଏହି ଗ୍ରାମଟି ଚିଲିକା ହ୍ରଦର ତଟବର୍ତ୍ତୀ ହୋଇଥିବାରୁ ଶିକ୍ଷା ପାଇଁ ଅନେକ ଦୂର ଯିବାକୁ ପଡୁଥିଲା | ସ୍ବର୍ଗତ ସେନାପତି ଜଣେ କଳାସଂସ୍କୃତି ମଣିଷଟିଏ ଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଟିଏ ନିର୍ମାଣ କରି ବଉଳାବନ୍ଧ ଗ୍ରାମ ଇତିହାସରେ ଅମର ହୋଇ ରହିଛନ୍ତି ବୋଲି ଅତିଥି ମାନେ ଅବିହିତ କରିବା ସହିତ ସ୍ବର୍ଗତ ସେନାପତିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ | ଶେଷରେ ବିଦ୍ୟାଳୟର ବିଭିନ୍ନ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ କରକମଳରେ ପୁରସ୍କୃତ କରିଥିଲେ | ଏହି ଜନ୍ମଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ଭୁବନେଶ୍ବରସ୍ଥ ଡାକ୍ତର ଅଗ୍ରୱାଲା ଚକ୍ଷୁ ହସ୍ପିଟାଲ୍ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ ଚକ୍ଷୁ ବିଶେଷଜ୍ଞ ଦେବଦତ୍ତ ଧଳ, ମାର୍କେଟିଙ୍ଗୀ ଏଗଯୁଟିଭି ବିଶ୍ୱରଂଜନ ରଥ ଓ କ୍ୟାମ୍ପ ସଂଯୋଜକ ଗଣେଶ୍ୱର ବେହେରାଙ୍କ ସହାୟତାରେ ୬୪ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା| ପରିଶେଷରେ ଶିକ୍ଷକ ନିରଞ୍ଜନ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।