ଭୁବନ: ସରକାରୀ ଉଚ୍ଚ ବିଦ୍ୟାଳୟ ବରନାଳୀଠାରେ ଶିକ୍ଷକ ରଂଜନ କୁମାର ଷଣ୍ଢ, ଶିକ୍ଷୟିତ୍ରୀ ଉର୍ମିଳା ରଣାଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ର ସଦସ୍ୟମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିବାଦେଖିବାକୁ ମିଳିଥିଲା। ଏଥିରେ ସହଯୋଗ କରିଥିବା ଉତ୍କଳ ବୁଲେଟିନ ଚାରିଟେବଲର ସଦସ୍ୟମାନେ ହେଲେ

ସତ୍ୟବାଦୀ ରଣା, କୈଳାସ ବେହେରା, ସାମ୍ବାଦିକ ଓ ସମାଜସେବୀ ବିମଳ କୁମାର ରଣା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବରନାଳୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହି ଆନନ୍ଦର ସହ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଥିଲା। ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତେ ନିଶ୍ଚେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ଓ ଏହାର ଯତ୍ନ ନେବା ଆବଶ୍ୟକ ହୋଇପଡ଼ିଛି ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି। ବରନାଳୀ ବିଦ୍ୟାଳୟ ସବୁଜିମାରେ ପରିପୂର୍ଣ୍ଣ

ହୋଇଥିବାବେଳେ ବିଦ୍ୟାଳୟର ପରିସର ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ଏହିପରି ବିଦ୍ୟାଳର ପରିସର ସବୁଜିମାରେ ଭରିରହିଛି ବୋଲି ଜଣାପଡିଛି। ବରନାଳୀ ବିଦ୍ୟାଳୟ ପରି ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ବିଦ୍ୟାଳୟ ନଭାବି ଏକ ମନ୍ଦିର ଭାବିଲେ ଏହି ପରି ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ ବୋଲି ଶିକ୍ଷକ ରଂଜନ କୁମାର ଷଣ୍ଢ କହିଛନ୍ତି।