ବଲାଙ୍ଗୀର ୩୬ତମ ଜାତୀୟ ଥାଙ୍ଗ ଟା ତାଲିମ ଶିବିର ଉଦଘାଟିତ

ବଲାଙ୍ଗୀର: ବଲାଙ୍ଗିର ୬୮ତମ ଜାତୀୟ ଥାଙ୍ଗ ଟା ତାଲିମ ଶିବିର ଆଜି ବଲାଙ୍ଗୀର ଟାଉନବାଳିକା ବିଦ୍ୟାଳୟରେ ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇଯାଇଛି l ଏଥିରେ ଓଡିଶାରୁ ୬ ଜଣ ବାଳକ ଓ ୬ଜଣ ବାଲିକା ଜାତୀୟସ୍ତରରେ ଭାଗ ନେବାକୁ ଚୟନ ହୋଇଛନ୍ତି l ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସଂଗେ ଜିଲ୍ଲା କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ଜିଲ୍ଲା

ବିଜ୍ଞାନ ନିରୀକ୍ଷକ ନବଘନ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉତ୍ସହିତ କରିଥିଲେ । ଜାତୀୟ ମହିଳା କୋଚ ଭାବରେ ସଇଁତଲା ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଂଜିତା ମିଶ୍ର, ବାଳକ ବିଭାଗର କୋଚ ସଇଁତଲା ଧରଵଗଡ଼ ବିଦ୍ୟାଳୟ ଖେଳ ଶିକ୍ଷକ ଚନ୍ଦ୍ର ଶେଖର ବାହୁକ, ମେନେଜର ଧଣ୍ଡାମୁଣ୍ଡାର ଖେଳ ଶିକ୍ଷକ ରଜତ ଦାସ, ଠିକାଦାରପଡାର ଖେଳ ଶିକ୍ଷୟତ୍ରୀ ପ୍ରଣତି ପାଣିଗ୍ରାହୀ ଅଂଶଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି l ବଲାଙ୍ଗୀର ରୁ ୮ଜଣ ସୋନେପୁର ରୁ ୧ ଜଣ ସୁନ୍ଦେରଗଡରୁ ୧ଜଣ ଗଞ୍ଜାମରୁ ୨ ଜଣ ସର୍ବ ମୋଟ ୧୨ଜଣ ଖେଳିବା ଅଂଶ ଗ୍ରହଣ କରିବେ, ତିନି ଦିନ ପ୍ରଶିକ୍ଷଣ ପରେ ୨୦ତାରିଖରେ ଦିଲ୍ଲୀରେ ଆସନ୍ତା ୨୨ ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଥାନ ଟା ରେ ଯୋଗ ଦେବା ପାଇଁ ବଲାଙ୍ଗୀର ରୁ ଯାତ୍ରା କରିବେ ।ଜାତୀୟ କୋଚ ଚନ୍ଦ୍ର ଶେଖର ବାହୁକ ତିନି ଦିନ ପ୍ରଶିକ୍ଷଣ ଦେଇଥିଲେ, ଏଥିପାଇଁ ଜିଲ୍ଲା ଶିକ୍ଷା ବିଭାଗରୁ ଭୁରି ପ୍ରଶଂସା କରିଛନ୍ତି l

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page