ବାଲି ଚୋରା ଚାଲାଣ ଅଭିଯୋଗରେ କଲମପୁର ପୋଲିସ ଦ୍ଵାରା ୪ ଟ୍ରାକ୍ଟର ଅଟକ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଲମପୁର ଥାନା ପକ୍ଷରୁ ଚଡାଉ କରାଯାଇ ବାଲି ଚୋରା ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟରକୁ ଅଟକ ରଖାଯାଇଛି। ମିଲିଥିବା ସୂଚନା ଅନୁସାରେ କଲମପୁର ଥାନା ଅଧିକାରୀ ନୀଳାମ୍ବର ଜାନୀ, କଲମପୁର ଏଏସଆଇ ଶେଖର ଜେନା ବଡକୁଟୃ ଏଏସଆଇ ଶିବ ମହାନ୍ତି ପ୍ରମୁଖ କୌଣସି ସୂତ୍ରରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଡାଉ କରିଥିଲେ। ପାତ୍ରବସା ଘାଟକୁ ଯାଇ ଦେଖିଲା ବେଳକୁ ଟ୍ରାକ୍ଟର ଗୁଡ଼ିକ ଚାଲାକିରେ ଫେରାର ମାରିଥିଲା, ସେଠାରୁ ସେମାନେ ମଣ୍ଡଳ ଆଡକୁ ଗତି କରିଥିଲେ, ସେହି ମଣ୍ଡଳ ଘାଟରୁ ଆସୁଥିବା ବାଲି ବୋଝେଇ ୪ଟି ଟ୍ରାକ୍ଟର ଗୁଡିକୁ ଥାନାକୁ ଆଣି ଅଟକ ରଖିଛନ୍ତି। ଏଠାରେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି। ଯେତେବେଳେ ରାଜସ୍ବ ବିଭାଗ ଅଧିନରେ ଖଣି ଖାଦାନ ରହିଥିଲା ସେତେବେଳେ ଧରପଗଡ ଯୋଗୁଁ ଏତେଟା ଚୋରା ଚାଲାଣ ହେଉନଥିଲା,ଏବେ ଏହା ଲଗାମଛଡା ହେବାରେ ଲାଗିଛି। ହାତୀନଦୀରୁ ବି ଦୈନିକ ବିପୁଳ ପରିମାଣରେ ବାଲି ଚୋରା ଚାଲାଣ ହେବାରେ ଲାଗିଛି, ହେଲେ ଖଣି ବିଭାଗ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ପାରୁ ନାହିଁ, କିଛି ମାସ ତଳେ ଦୁଇଟି ହାଇୱ। ଗାଡି ମଣ୍ଡଳ ଘାଟରୁ ବାଲି ବୋଝେଇ ହୋଇ ଫେରୁଥିବା ବେଳେ ମିନଗୁର ଗ୍ରାମବାସୀ ମାନଙ୍କ ଦ୍ଵାରା ଧରାପଡି ଥାନାରେ ଜିମା ଦିଆଯାଇଥିଲା,l। ବହୁ କଷ୍ଟରେ ଖଣି ବିଭାଗ କର୍ମଚାରୀ ମାନେ ଆସି ପହଞ୍ଚି ଥିଲେ, କଥାବାର୍ତ୍ତା ନ ଛିଣ୍ଡିବାରୁ ୮୦ ହଜାର ଲେଖାଏଁ ଜରିମାନା କରାଗଲା। ଏବେ ସେହି ଘାଟରୁ ୪ଟି ଟ୍ରାକ୍ଟର ଧରାପଡିଛି, ଅଞ୍ଚଳର ପାତ୍ରବସା, ବଡକୁଟୃ, ତେନ୍ତୁଳିଖୁଣ୍ଟି, ମଣ୍ଡଳ,ଦେପୁର ଘାଟରୁ ଦୈନନ୍ଦିନ ବାଲି ଚୋରା ଚାଲାଣ ହେବାରେ ଲାଗିଛି। ଏହି ଘଟଣା ପ୍ରାୟତଃ ଖବରର ଶିରୋନାମ ସାଜି ଆସୁଛି,ଫଳ କିନ୍ତୁ ଶୂନ୍ୟ। ରାଜସ୍ୱ ବିଭାଗ ଓ ଲିଜଧାରୀ ମଣ୍ଡଳ ଘାଟ ନୀଲାମ ହୋଇଥିବା କହୁଛନ୍ତି, ଯଦି ସେ ଲିଜ ନେଇଛନ୍ତି ତେବ ସେଠାରୁ ନିଆଯାଉଥିବା ବାଲି କିପରି ଚୋରା ଚାଲାଣ ଭାବେ ଧରା ଯାଉଛି ଏହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହି ଘାଟରେ ଜେସିବି ଯୋଗେ ବାଲି ଉତ୍ତୋଳନ ହେଉଥିବା କୁହା ଯାଉଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ହେଲା ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମୟ ନୀର୍ଘଣ୍ଟ କରି ରାୟ ଦେଇଛନ୍ତି, ତାହାକୁ ମଧ୍ୟ ଏଠାରେ ଅବମାନନା କରାଯାଉଛି। ସେହିଭଳି ଦେପୁର , ତେନ୍ତୁଳିଖୁଣ୍ଟି, ବଡକୁଟୃ ଓ ପାତ୍ରବସା ଘାଟ ମଧ୍ୟ ଲିଜ ହୋଇଥିବା କୁହାଯାଉଛି ଏଠାରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଯଦି ଲିଜ ଦିଆଯାଇଛି ତେବେ ବିଭାଗ ସହଯୋଗ କରିବାର ଆବଶ୍ୟକତା ରହିଛି, ଯଦି ଲିଜ ଦିଆଯାଇ ନାହିଁ ତେବେ ଦୃଢ଼ ପଦକ୍ଷେପ ନେବାରେ ଅସୁବିଧା ରହିଲା କେଉଁଠି ତାହାହିଁ ବଡପ୍ରଶ୍ନ। ଏଥିପାଇଁ ବିପୁଳ ରାଜସ୍ବ ହାନି ହୋଇ ଚାଲିଥିବା ବାଲି ମାଫିଆ ମାନେ ଦୁର ଦୁରାନ୍ତରକୁ ଚାଲାଣ କରି ମାଲେମାଲ ହେବାରେ ଲାଗିଛନ୍ତି। ଏଥିପ୍ରତି ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page